ହ୍ୱାଇଟ୍ ହାଉସ୍‌ରେ ମୋଦିଙ୍କ ପତ୍ନୀଙ୍କ ପାଇଁ କାର୍‌ର ଦ୍ୱାର ଖୋଲିଲେ ଗାର୍ଡ!

ନୂଆଦିଲ୍ଲୀ: ଗତ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ତଥା କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍‌ରେ ହୋଇଥିଲା ଏହି ସାକ୍ଷାତ ଆଲୋଚନା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିୟା ହ୍ୱାଇଟ୍ ହାଉସ୍‌ର ଦ୍ୱାର ନିକଟରୁ ମୋଦିଙ୍କୁ ପାଛୋଟି ନେଇଥିଲେ। ସେମାନଙ୍କ ଆତିଥେୟତାରେ ମୋଦି ବି ଭାରି ଖୁସି ହୋଇଯାଇଥିଲେ। ମୋଦି ଓ ଟ୍ରମ୍ପଙ୍କ ଏହି ସାକ୍ଷାତକୁ ପୂରା […]

pm

pm

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 08:45 AM IST

Sports

Latest News

ନୂଆଦିଲ୍ଲୀ: ଗତ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ତଥା କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍‌ରେ ହୋଇଥିଲା ଏହି ସାକ୍ଷାତ ଆଲୋଚନା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିୟା ହ୍ୱାଇଟ୍ ହାଉସ୍‌ର ଦ୍ୱାର ନିକଟରୁ ମୋଦିଙ୍କୁ ପାଛୋଟି ନେଇଥିଲେ। ସେମାନଙ୍କ ଆତିଥେୟତାରେ ମୋଦି ବି ଭାରି ଖୁସି ହୋଇଯାଇଥିଲେ। ମୋଦି ଓ ଟ୍ରମ୍ପଙ୍କ ଏହି ସାକ୍ଷାତକୁ ପୂରା ବିଶ୍ୱ ଚାହିଁ ରହିଥିଲା। ତେବେ ମୋଦି ହ୍ୱାଇଟ୍ ହାଉସ୍‌ରେ ପହଞ୍ଚିବା ପରେ ଘଟିଥିବା ଏକ ଘଟଣା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାଟି ଏମିତି। ମୋଦି ହ୍ୱାଇଟ୍ ହାଉସ୍‌ ବାହାରେ ପହଞ୍ଚିବା ବେଳେ ଟ୍ରମ୍ପ ଓ ତାଙ୍କ ପତ୍ନୀ ତାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିଲେ। ଗାଡ଼ି ଅଟକିବା ପରେ ଜଣେ ଗାର୍ଡ ଯାଇ ମୋଦିଙ୍କ ପାଇଁ ଡାହାଣ ପାର୍ଶ୍ୱ ଦ୍ୱାର ଖୋଲି ଦେଲେ ଓ ସାଲ୍ୟୁଟ୍ ମାରିଲେ। ସେତିକି ବେଳେ ଅନ୍ୟ ଜଣେ ଗାର୍ଡ କାର୍‌ର ବାମ ପାର୍ଶ୍ୱ ଦ୍ୱାରକୁ ଖୋଲି ଦେଇଥିଲେ। ମୋଦି କାର୍‌ରେ ଏକୁଟିଆ ବସିଥିବା ସତ୍ତ୍ୱେ ଗାର୍ଡ ଜଣଙ୍କ ଆଉ ଗୋଟିଏ ଦ୍ୱାର ଖୋଲି ଦେଇଥିଲେ। ଏହି କଥାକୁ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଚାଲିଛି ଯେ ଗାର୍ଡ ଜଣଙ୍କ ମୋଦିଙ୍କ ପତ୍ନୀଙ୍କ ଲାଗି ଦ୍ୱାର ଖୋଲିଥିଲେ।

ତେବେ ଏ ନେଇ ଆଉ ଗୋଟେ କଥା ମଧ୍ୟ କୁହାଯାଉଛି। ଏହା ନିହାତି ଜରୁରୀ ନୁହେଁ ଯେ ଗାର୍ଡ ଜଣଙ୍କ ମୋଦିଙ୍କ ପତ୍ନୀଙ୍କ ପାଇଁ କାର୍‌ର ଦ୍ୱାର ଖୋଲିଥିଲେ। ହୋଇପାରେ ଏହା ଆମେରିକାର ପ୍ରୋଟୋକଲ୍ ହୋଇଥାଇପାରେ। କାରଣ ମୋଦି ଯେତେବେଳେ ହ୍ୱାଇଟ୍ ହାଉସ୍‌ରୁ ଫେରିଲେ ସେତେବେଳେ ମଧ୍ୟ କାର୍‌ର ଦୁଇଟି ଦ୍ୱାର ଖୋଲା ଯାଇଥିଲା।

ସୂଚନାଯୋଗ୍ୟ, ମୋଦି ଓ ତାଙ୍କ ପତ୍ନୀ ବହୁ ବର୍ଷ ହେଲା ଅଲଗା ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos