ଭୀଷଣ ରୂପ ଧାରଣ କରି ଆଗକୁ ମାଡ଼ି ଚାଲିଛି ବାତ୍ୟା ‘ବାୟୁ’

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବାୟୁ’ ଏବେ ଭୀଷଣ ଝଡ଼ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଏହା ମୁମ୍ବାଇଠାରୁ ୨୯୦ କିମି ଦୂରରେ ରହିଛି । ଆସନ୍ତାକାଲି ଭୋର ୪ଟାରେ ବାତ୍ୟା ବାୟୁ ଆହୁରି ଭୟଙ୍କର ରୂପ ଧାରଣ କରି ଗୁଜରାଟର ପୋରବନ୍ଦର ଓ ଡିଉ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୬୦ କିମି ରହିବ ଏବଂ ବେଳେ ବେଳେ ଏହା ୧୭୫ କିମି ମଧ୍ୟ ଛୁଇଁପାରେ […]

w

Hemant Lenka
  • Published: Wednesday, 12 June 2019
  • , Updated: 12 June 2019, 03:56 PM IST

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବାୟୁ’ ଏବେ ଭୀଷଣ ଝଡ଼ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଏହା ମୁମ୍ବାଇଠାରୁ ୨୯୦ କିମି ଦୂରରେ ରହିଛି । ଆସନ୍ତାକାଲି ଭୋର ୪ଟାରେ ବାତ୍ୟା ବାୟୁ ଆହୁରି ଭୟଙ୍କର ରୂପ ଧାରଣ କରି ଗୁଜରାଟର ପୋରବନ୍ଦର ଓ ଡିଉ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୬୦ କିମି ରହିବ ଏବଂ ବେଳେ ବେଳେ ଏହା ୧୭୫ କିମି ମଧ୍ୟ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ବାତ୍ୟା 'ବାୟୁ' ପ୍ରଭାବରେ ଆଜିଠାରୁ ଗୁଜରାଟ ଓ ମୁମ୍ବାଇରେ ବର୍ଷା ଏବଂ ପବନ ଆରମ୍ଭ ହୋଇଯାଇଛି। ବାୟୁ ସ୍ଥଳଭାଗର ଯେତିକି ନିକଟତର ହେଉଛି, ପବନ ଓ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗୁଜରାଟର ଉପକୂଳରେ ବାୟୁ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ଏଥିପାଇଁ ସ୍ଥାନାନ୍ତର କରାଯାଉଛି। କଚ୍ଚା ଘରେ ଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆଯାଇଛି। ରାଜ୍ୟ ସରକାର ତଳିଆ ଅଞ୍ଚଳରେ ରହୁଥିବା ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି।

ବାତ୍ୟା ସମ୍ପର୍କରେ ଲୋକମାନଙ୍କୁ ଲାଉଡ୍‌ ସ୍ପିକର, ଏସ୍‌ଏମଏସ୍‌ ଓ ହ୍ୱାଟସ୍ଆପ୍ ମାଧ୍ୟମରେ ଅବଗତ କରାଯାଉଛି। ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ଜୁନ୍‌ ୧୬ ଯାଏ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗୁଜରାଟରେ ଥିବା ପର୍ଯ୍ୟଟକମାନଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ବାତ୍ୟା ଲ୍ୟାଣ୍ଡଫଲ କରିବା ଯାଏ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ବାତ୍ୟାକୁ ଦୃଷ୍ଟିରେ ଗୁଜରାଟରେ ୩୬ଟି ଏନ୍‌ଡିଆରଏଫ୍‌ ଟିମ୍‌, ୩୪ ପ୍ଲାଟୁନ ଆର୍ମି, ୨ ପ୍ଲାଟୁନ ବିଏସ୍‌ଏଫ୍‌, ବାୟୁ ସେନା, ତଟରକ୍ଷୀ ବାହିନୀ ଓ ନୌସେନାର ଯବାନମାନଙ୍କୁ ଆଲର୍ଟ କରି ରଖାଯାଇଛି। ଜାମନଗରରେ ଭାରତୀୟ ବାୟୁସେନାର ସି-୧୭ ବିମାନ ଷ୍ଟାଣ୍ଡବାଏରେ ରଖାଯାଇଛି। ୬୭ଟି ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ୫ ଲକ୍ଷ ଖାଦ୍ୟ ପୁଡ଼ିଆ ମହଜୁଦ୍‌ ରଖାଯାଇଛି।

ପୋରବନ୍ଦର ଓ ଦିଉର ଲୋକମାନଙ୍କୁ ସତର୍କ ରଖିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ବାୟୁ ପାଇଁ ଏକାଧିକ ଟ୍ରେନ୍‌କୁ ବାତିଲ କରାଯାଇଛି। ଜୁନ୍‌ ୧୪ ସକାଳ ଯାଏ ଟ୍ରେନ୍‌ ସେବାକୁ ବାତିଲ କରାଯାଇଛି। ବିମାନ ଚଳାଚଳକୁ ମଧ୍ୟ ଆଜି ଏବଂ ଆସନ୍ତାକାଲି ପାଇଁ ରଦ୍ଦ କରିଦିଆଯାଇଛି।

Related story