ଦିଲ୍ଲୀ ପରେ ଏହି ରାଜ୍ୟରେ କମିଲା ଆରଟି-ପିସିଆର ଟେଷ୍ଟ ଦର

ଅହମଦାବାଦ: ମହାମାରୀ କରୋନାର ଆରଟି-ପିସିଆର ଟେଷ୍ଟର ଦାମ କମ କରିଛନ୍ତି ଗୁଜରାଟ ସରକାର। ପୂର୍ବରୁ ରାଜ୍ୟରେ ଥିବା ଘରୋଇ ଲ୍ୟାବରେ କରୋନାର ଆରଟି-ପିସିଆର ଟେଷ୍ଟ ପାଇଁ ଜଣେ ବ୍ୟକ୍ତିଙ୍କୁ ୧୫ ଶହ ଟଙ୍କା ଦେବାକୁ ପଡ଼ୁଥିଲା। ହେଲେ ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଏଣିକି ଘରୋଇ ଲ୍ୟାବରେ ଆରଟି-ପିସିଆର ଟେଷ୍ଟ କଲେ ୮ଶହ ଟଙ୍କା ଦେବାକୁ ପଡ଼ିବ। ଗୁଜରାଟ ପୂର୍ବରୁ ଦିଲ୍ଲୀ ସରକାର ଗତକାଲି କରୋନାର ଆରଟି-ପିସିଆର ଟେଷ୍ଟର ଦାମକୁ ୨୪ ଶହ ଟଙ୍କାରୁ ହ୍ରାସ କରି ୮ […]

f

f

Hemant Lenka
  • Published: Tuesday, 01 December 2020
  • Updated: 01 December 2020, 04:03 PM IST

Sports

Latest News

ଅହମଦାବାଦ: ମହାମାରୀ କରୋନାର ଆରଟି-ପିସିଆର ଟେଷ୍ଟର ଦାମ କମ କରିଛନ୍ତି ଗୁଜରାଟ ସରକାର। ପୂର୍ବରୁ ରାଜ୍ୟରେ ଥିବା ଘରୋଇ ଲ୍ୟାବରେ କରୋନାର ଆରଟି-ପିସିଆର ଟେଷ୍ଟ ପାଇଁ ଜଣେ ବ୍ୟକ୍ତିଙ୍କୁ ୧୫ ଶହ ଟଙ୍କା ଦେବାକୁ ପଡ଼ୁଥିଲା। ହେଲେ ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଏଣିକି ଘରୋଇ ଲ୍ୟାବରେ ଆରଟି-ପିସିଆର ଟେଷ୍ଟ କଲେ ୮ଶହ ଟଙ୍କା ଦେବାକୁ ପଡ଼ିବ।

ଗୁଜରାଟ ପୂର୍ବରୁ ଦିଲ୍ଲୀ ସରକାର ଗତକାଲି କରୋନାର ଆରଟି-ପିସିଆର ଟେଷ୍ଟର ଦାମକୁ ୨୪ ଶହ ଟଙ୍କାରୁ ହ୍ରାସ କରି ୮ ଶହ ଟଙ୍କା କରିଥିଲେ। ଗୁଜରାଟର ଉପ ମୁଖ୍ୟମନ୍ତ୍ରୀ ନୀତୀନ ପଟେଲ କହିଛନ୍ତି, କରୋନାର ଟେଷ୍ଟ କିଟ୍‌ର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଏହି କାରଣରୁ ଲୋକଙ୍କୁ ଫାଇଦା ଦେବା ପାଇଁ ଆରଟି-ପିସିଆର ଟେଷ୍ଟର ଦାମକୁ ହ୍ରାସ କରାଯାଇଛି।

ଆଜିଠାରୁ ସରକାରୀ ଅନୁମୋଦନ ପ୍ରାପ୍ତ ଘରୋଇ ଲ୍ୟାବରେ ଲୋକଙ୍କ ଠାରୁ ଆରଟି ପିସିଆର ଟେଷ୍ଟ ବାବଦରେ ୮ ଶହ ଟଙ୍କା ଆଦାୟ କରାଯିବ। ପୂର୍ବରୁ ଏହା ୧୫ ଶହ ଟଙ୍କା ଥିଲା। ତେଣୁ ରାଜ୍ୟ ସରକାର ଟେଷ୍ଟ ବାବଦରେ ୭ ଶହ ଟଙ୍କା ହ୍ରାସ କରିଛନ୍ତି।

ସେହିପରି ପୂର୍ବରୁ ଘରୋଇକୁ ଯାଇ ସ୍ୱାବ ସଂଗ୍ରହ କରୁଥିବା ଲ୍ୟାବ ଗୁଡ଼ିକ ଆରଟି-ପିସିଆର ଟେଷ୍ଟ ପାଇଁ ୨ ହଜାର ଟଙ୍କା ନେଉଥିଲେ। କିନ୍ତୁ ଏବେ ଏହା ୧୧ ଶହ ଟଙ୍କାକୁ ହ୍ରାସ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos