ଆମେରିକାରେ ଆତଙ୍କ: ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫୦ ମୃତ, ୨୦୦ ଆହତ

ନୂଆଦିଲ୍ଲୀ: ଆମେରିକାରେ ଗୁଳି ବର୍ଷା। ଲସ୍ ଭେଗାସସ୍ଥିତ ଏକ ହୋଟେଲରେ  ସଙ୍ଗୀତକାର୍ଯ୍ୟକ୍ରମ ବେଳେ ହୋଇଛି ଭୟଙ୍କର ଆକ୍ରମଣ। ଜଣେ ଆତାତାୟୀଙ୍କ  ଆଖିବୁଜା ଗୁଳିମାଡ଼ରେ ଅନୁନ୍ୟ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୦୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୋମବାର ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରଯାଇଛି। ତେବେ ଗୁଳିମାଡ଼ କରିଥିବା ସମ୍ପୃକ୍ତ ଆତତାୟୀଙ୍କ ପୋଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି।  ହେଲେ  ଆକ୍ରମଣର କାରଣ ଜଣାପଡ଼ିନାହିଁ।   ହୋଟେଲର ୩୨ତମ […]

jiiii

jiiii

Rakesh Mallick
  • Published: Monday, 02 October 2017
  • Updated: 02 October 2017, 12:07 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକାରେ ଗୁଳି ବର୍ଷା। ଲସ୍ ଭେଗାସସ୍ଥିତ ଏକ ହୋଟେଲରେ  ସଙ୍ଗୀତକାର୍ଯ୍ୟକ୍ରମ ବେଳେ ହୋଇଛି ଭୟଙ୍କର ଆକ୍ରମଣ। ଜଣେ ଆତାତାୟୀଙ୍କ  ଆଖିବୁଜା ଗୁଳିମାଡ଼ରେ ଅନୁନ୍ୟ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୦୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୋମବାର ସକାଳେ ଏହି ଅଭାବନୀୟ ଘଟଣା ଘଟିଛି।

ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରଯାଇଛି। ତେବେ ଗୁଳିମାଡ଼ କରିଥିବା ସମ୍ପୃକ୍ତ ଆତତାୟୀଙ୍କ ପୋଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି।  ହେଲେ  ଆକ୍ରମଣର କାରଣ ଜଣାପଡ଼ିନାହିଁ।   ହୋଟେଲର ୩୨ତମ ତାଲାରେ ଏହି ଘଟଣା ଘଟିଛି। ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟ ଯେ, ଗତବର୍ଷ ଫ୍ଲୋରିଡ଼ାର ଅର୍ଲାଣ୍ଡୋସ୍ଥିତ ସମଲିଙ୍ଗି ନାଇଟକ୍ଲବରେ ଜଣେ ବନ୍ଧୁକଧାରୀ ଆକ୍ରମଣରେ ୪୯ ଜଣ ନିହତ ହୋଇଥିଲେ। ଆମେରିକା ଇତିହାସରେ ଏହା ଥିଲା ସବୁଠାରୁ ଭୟଙ୍କର ଗଣହତ୍ୟା। ହେଲେ ସୋମବାର ଲସ୍ ଭେଗାସସ୍ଥିତ ଯେଉଁ ଗୁଳିମାଡ଼ ହୋଇଛି ତାହା ଫ୍ଲୋରିଡ଼ା ହତ୍ୟାକାଣ୍ଡକୁ ବଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos