ଜେଲରେ ଧସେଇ ପଶିଲେ ବନ୍ଧୁକଧାରୀ, ଅତର୍କିତ ଗୁଳିମାଡ଼ରେ ୨୯ ମୃତ

କାବୁଲ: ଆଫଗାନିସ୍ତାନର ଗୋଟିଏ ଜେଲ ମଧ୍ୟରେ ବନ୍ଧୁକଧାରୀମାନେ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୨୯ ଜଣଙ୍କ ଜୀବନ ଯାଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ବିଦ୍ରୋହୀ ସଂଗଠନ ଆଇଏସଆଇଏଲ ନିଜକୁ ଦାୟୀ କରିଛି।

ଆଫଗାନିସ୍ତାନର ଜଲାଲବାଦ ଠାରେ ଜେଲରେ ହୋଇଥିବା ଆକ୍ରମଣରେ କଏଦୀଙ୍କ ବ୍ୟତୀତ, ସାଧାରଣ ନାଗରିକ, ଜେଲ କର୍ମଚାରୀ ଓ ଆଫଗାନିସ୍ତାନର ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ପ୍ରଥମେ ବିଦ୍ରୋହୀମାନେ ବିସ୍ଫୋରକ ଖଚିତ ଗାଡ଼ିକୁ ଜେଲର ପ୍ରବେଶ ପଥରେ ରଖିଥିଲେ। କେହି କିଛି ବୁଝିବା ଆଗରୁ ଏହା ଭୟଙ୍କର ବିସ୍ଫୋରଣ କରିଥିଲା। ଏହାପରେ ବନ୍ଧୁକଧାରୀମାନେ ଜେଲ ମଧ୍ୟରେ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଜେଲ ମଧ୍ୟରେ ଆଇଏସଆଇଏଲ ଓ ତାଲିବାନ ଆତଙ୍କବାଦୀଙ୍କ ସମେତ ପ୍ରାୟ ୨ ହଜାର କଏଦ ରହିଥିଲେ।

ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ବିଦ୍ରୋହୀ ଗୋଷ୍ଠୀର କିଛି ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ଜେଲ ମଧ୍ୟରୁ କିଛି କଏଦୀ ଏହାର ସୁଯୋଗ ନେଇ ଫେରାର ହୋଇଯାଇଥିବା କୁହାଯାଉଛି। ସମଗ୍ର ଜଲାଲବାଦରେ କର୍ଫ୍ୟୁ ଲାଗୁ କରାଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

ଆହୁରି ପଢ଼ନ୍ତୁ

ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍ ଖେଳିବେନି ବଟଲର୍

ବିଗତ ଚାରି ବର୍ଷରେ କେତେ ଜଣଙ୍କୁ ଭାରତର ନାଗରିକତ୍ୱ ଦିଆଯାଇଛି?

ଦେହଜୀବୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନୌସେନାର ହେଲିକପ୍ଟର ବିଭାଗରେ ଦୁଇ ମହିଳା ଅଧିକାରୀ ସାମିଲ୍

ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି: ଗୃହ ମନ୍ତ୍ରାଳୟ

ଆଜି ଚ୍ୟାଲେଞ୍ଜର୍ସ ସହ ରାଇଜର୍ସ ଟକ୍କର

ମୁମ୍ୱାଇ ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା