ଗୁପକାର ମେଣ୍ଟକୁ ବାଏବାଏ କହିଲେ ସାଜଦ ଲୋନ

ଶ୍ରୀନଗର: ବିଜେପି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢ଼େଇ କରିବା ପାଇଁ ଜମ୍ମୁ-କଶ୍ମୀର ବିଭିନ୍ନ ରାଜନୀତିକ ଦଳ ଏକାଠି ହୋଇ ଗଠନ କରିଥିବା ଗୁପକାର ମେଣ୍ଟକୁ ଶକ୍ତ ଝଟକା ଲାଗିଛି। ଆଜି ଏହି ମେଣ୍ଟରୁ ପିପୁଲ୍ସ କନଫରେନ୍ସର ସାଜଦ ଲୋନ ଓହରି ଯାଇଛନ୍ତି। ଗୁପକାର ମେଣ୍ଟର ମୁଖ୍ୟ ତଥା ଏନସି ନେତା ଫାରୁକ ଅବଦୁଲ୍ଲାଙ୍କୁ ଚିଠି ଲେଖି ଲୋନ କହିଛନ୍ତି, ନିକଟରେ ଶେଷ ହୋଇଥିବା ଡିଡିସି ନିର୍ବାଚନରେ ତାଙ୍କ ଦଳର ପ୍ରାର୍ଥୀଙ୍କ ବିରୋଧରେ ଗୁପକାର ମେଣ୍ଟରେ ଥିବା […]

dr

dr

Hemant Lenka
  • Published: Tuesday, 19 January 2021
  • Updated: 19 January 2021, 08:03 PM IST

Sports

Latest News

ଶ୍ରୀନଗର: ବିଜେପି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢ଼େଇ କରିବା ପାଇଁ ଜମ୍ମୁ-କଶ୍ମୀର ବିଭିନ୍ନ ରାଜନୀତିକ ଦଳ ଏକାଠି ହୋଇ ଗଠନ କରିଥିବା ଗୁପକାର ମେଣ୍ଟକୁ ଶକ୍ତ ଝଟକା ଲାଗିଛି। ଆଜି ଏହି ମେଣ୍ଟରୁ ପିପୁଲ୍ସ କନଫରେନ୍ସର ସାଜଦ ଲୋନ ଓହରି ଯାଇଛନ୍ତି। ଗୁପକାର ମେଣ୍ଟର ମୁଖ୍ୟ ତଥା ଏନସି ନେତା ଫାରୁକ ଅବଦୁଲ୍ଲାଙ୍କୁ ଚିଠି ଲେଖି ଲୋନ କହିଛନ୍ତି, ନିକଟରେ ଶେଷ ହୋଇଥିବା ଡିଡିସି ନିର୍ବାଚନରେ ତାଙ୍କ ଦଳର ପ୍ରାର୍ଥୀଙ୍କ ବିରୋଧରେ ଗୁପକାର ମେଣ୍ଟରେ ଥିବା ଦଳଗୁଡ଼ିକ ଚ୍ଛାୟା ପ୍ରାର୍ଥୀ ଦେଇଥିଲେ। ତେଣୁ ଏଭଳି ସ୍ଥିତିରେ ମେଣ୍ଟରେ ରହିବା ଓ କିଛି ହୋଇ ନାହିଁ ବୋଲି ଅଭିନୟନ କରିବା ଆମ ପକ୍ଷରେ ସମ୍ଭବ ନୁହେଁ।

ମେଣ୍ଟରେ ଥିବା ସହଯୋଗୀଙ୍କ ମଧ୍ୟରେ ହୋଇଥିବା ବୁଝାମଣାକୁ ଭଙ୍ଗା ଯାଇଛି। ଆମ ଦଳର ଅଧିକାଂଶ ସଦସ୍ୟ ମେଣ୍ଟରୁ ଓହରି ଯିବା ସପକ୍ଷରେ ରହିଛନ୍ତି। ଏହି କାରଣରୁ ଆଜି ଆମେ ଗୁପକାର ମେଣ୍ଟରୁ ଓହରି ଯାଉଛୁ।

ସୋମବାର ଲୋନଙ୍କ ପିପୁଲ୍ସ କନଫରେନ୍ସ ପକ୍ଷରୁ ଶ୍ରୀନଗରରେ ବୈଠକ ବସିଥିଲା। ଏହି ସମୟରେ ଅଧିକାଂଶ ସଦସ୍ୟ ଲୋନଙ୍କୁ ଗୁପକାର ମେଣ୍ଟରୁ ଓହରି ଯିବାକୁ ଚାପ ପକାଇଥିଲେ। ଏହି କାରଣରୁ ସେ ଗୁପକାର ମେଣ୍ଟରୁ ଓହରି ଯାଇଥିବା ଜଣାପଡ଼ିଛି।

୨୦୧୯ ମସିହା ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାକୁ ପୁଣିଥରେ ଜମ୍ମୁ-କଶ୍ମୀରରେ ଲାଗୁ କରିବା ପାଇଁ ୬ଟି ରାଜନୀତିକ ଦଳ ଗୁପକାର ମେଣ୍ଟ କରିଛନ୍ତି। ଏଥିରେ ଫାରୁକଙ୍କ ଏନସି ଓ ମେହବୁବା ମୁଫତିଙ୍କ ପିଡିପି ମଧ୍ୟ ରହିଛି। ୨୦୨୦ ମସିହା ଅକ୍ଟୋବର ୧୫ରେ ଗୁପକାର ମେଣ୍ଟ ଗଠନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos