ହାଲ୍‌ କର୍ମଚାରୀ ଗିରଫ, ପାକିସ୍ତାନକୁ ଭାରତୀୟ ଯୁଦ୍ଧ ବିମାନ ସମ୍ପର୍କରେ ଦେଉଥିଲା ଗୁପ୍ତ ତଥ୍ୟ

ମୁମ୍ବାଇ: ଭାରତରେ ରହି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ହିନ୍ଦୁସ୍ତାନ ଏରୋନାଟିକ୍ସ ଲିଃ(ହାଲ)ର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ମହାରାଷ୍ଟ୍ରର ଆତଙ୍କବାଦ ନିରୋଧ ସ୍କ୍ୱାଡ। କର୍ମଚାରୀ ଜଣଙ୍କ ହାଲରେ ରହି ଭାରତୀୟ ଯୁଦ୍ଧ ବିମାନଗୁଡ଼ିକର ଗୁପ୍ତ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଉଥିଲେ।

ଡିସିପି ବିନୟ ରାଥୋଡ କହିଛନ୍ତି, ନାଶିକ ୟୁନିଟର ଏଟିଏସ୍ ପ୍ରଥମେ ଉକ୍ତ ବ୍ୟକ୍ତଙ୍କ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହି ବ୍ୟକ୍ତି ଜଣଙ୍କ ଆଇଏଆଇ ସହ ନିୟମିତ ଯୋଗାଯୋଗରେ ରହିଥିଲା। ଗିରଫ ବ୍ୟକ୍ତି ଜଣଙ୍କ ନାଁ ଦୀପକ ଶ୍ରୀସାଥ। ଦୀପକ ଆଇଏସଆଇ ପାଇଁ କାମ କରିବା ସହ ଭାରତୀୟ ଯୁଦ୍ଧ ବିମାନଗୁଡ଼ିକର ଗୁପ୍ତ ତଥ୍ୟ ସେମାନଙ୍କୁ ଦେଉଥିଲା। ହ୍ୱାଟସଆପ ଓ ସୋଶାଲ ମିଡିଆରେ ହିଁ ସେ ଏପରି କାମ କରୁଥିଲା।

ନାଶିକ ନିକଟ ଓଜାରରେ ହାଲର ମ୍ୟାନୁଫାକଚରିଂ ୟୁନିଟ ରହିଛି। ଏହା ମଧ୍ୟରେ ଥିବା ନିଷେଦ୍ଧାଞ୍ଚଳ ଓ ଏୟାରବେସ୍ ସମ୍ପର୍କରେ ସମସ୍ତ ତଥ୍ୟ ଦୀପକ ଆଇଏସଆଇକୁ ଦେଇଛି। ଏହି କାରଣରୁ ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ ୪୧ ବର୍ଷୀୟ ଦୀପକ ନାଁରେ ମାମଲା ରୁଜୁ କରାଯାଇଛି। ସେ ହାଲରେ ଆସିସଷ୍ଟାଣ୍ଟ ସୁପର ଭାଇଜର ଭାବେ କାର୍ଯ୍ୟ କରୁଥିଲା। ତା’ ଠାରୁ ୩ଟି ମୋବାଇଲ ଫୋନ, ୫ଟି ସିମ ଓ ୨ଟି ମେମୋରି କାର୍ଡ ଜବତ ହୋଇଛି ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।