ଏହି ଟିଭି କଳାକାରଙ୍କୁ ଲୁଟିନେଲେ ଦୁର୍ବୃତ୍ତ, ପୂରା ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ୱାଇ: ଟିଭି ଧାରାବାହିକ ହାପୁ କି ଅଲଟାନ ପାଲଟାନରେ ଅଭିନୟ କରୁଥିବା ଅଭିନେତା ସଞ୍ଜୟ ଚୌଧୁରୀଙ୍କୁ କିଛି ଦୁର୍ବୃତ୍ତ ଲୁଟ୍‌ କରିଛନ୍ତି। ସେ ନିଜେ ଏ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି। ମୁମ୍ୱାଇର ମୀରା ରୋଡରୁ ନାଇଗାଓଁରେ ଥିବା ସେଟକୁ ଶୁଟିଂ ପାଇଁ ଯାଉଥିବା ବେଳେ କିଛି ଲୋକ ତାଙ୍କ କାର୍‌କୁ ଅଟକାଇ ଥିଲେ। ତାଙ୍କୁ ଭୟଭୀତ କରାଇ ସେମାନେ ତାଙ୍କଠାରୁ ଟଙ୍କା ଲୁଟି ନେଇଥିଲେ। ସଞ୍ଜୟ ଏ ନେଇ ଏକ ଭିଡିଓ ଶୁଟ୍‌ କରି ତାଙ୍କ ଇନ୍‌ଷ୍ଟାଗ୍ରାମରେ […]

fs

fs

Hemant Lenka
  • Published: Monday, 28 September 2020
  • Updated: 28 September 2020, 04:40 PM IST

Sports

Latest News

ମୁମ୍ୱାଇ: ଟିଭି ଧାରାବାହିକ ହାପୁ କି ଅଲଟାନ ପାଲଟାନରେ ଅଭିନୟ କରୁଥିବା ଅଭିନେତା ସଞ୍ଜୟ ଚୌଧୁରୀଙ୍କୁ କିଛି ଦୁର୍ବୃତ୍ତ ଲୁଟ୍‌ କରିଛନ୍ତି। ସେ ନିଜେ ଏ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି। ମୁମ୍ୱାଇର ମୀରା ରୋଡରୁ ନାଇଗାଓଁରେ ଥିବା ସେଟକୁ ଶୁଟିଂ ପାଇଁ ଯାଉଥିବା ବେଳେ କିଛି ଲୋକ ତାଙ୍କ କାର୍‌କୁ ଅଟକାଇ ଥିଲେ। ତାଙ୍କୁ ଭୟଭୀତ କରାଇ ସେମାନେ ତାଙ୍କଠାରୁ ଟଙ୍କା ଲୁଟି ନେଇଥିଲେ।

ସଞ୍ଜୟ ଏ ନେଇ ଏକ ଭିଡିଓ ଶୁଟ୍‌ କରି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ଏହାର କ୍ୟାପସନରେ ବନ୍ଧୁମାନେ ଦୟାକରି ସଚେତନ ହୁଅନ୍ତୁ ଏହା ପ୍ରକୃତରେ ମୋ ସହ ଘଟିଛି। ଅପରାଧୀମାନେ ଆପଣ କିଏ ସେକଥା ଚିନ୍ତା କରନ୍ତି ନାହିଁ ବୋଲି ଲେଖିଛନ୍ତି। ସେ ଏହି ଭିଡିଓରେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମେ ଜଣେ ବ୍ୟକ୍ତି ସ୍କୁଟିରେ ଆସି ତାଙ୍କ କାରର ଝରକାକୁ ଠକ୍ ଠକ୍ କରି କାର୍ ପାର୍କ କରିବାକୁ କହିଥିଲେ। ତା’ପରେ ସେ ତାଙ୍କୁ ମରାଠୀରେ ଗାଳିଦେବା ସହ ଦୁର୍ବ୍ୟବହାର କରିଥିଲେ।

ସେ ଝରକା କାଚକୁ ଖୋଲିବା ମାତ୍ରେ ବ୍ୟକ୍ତି ଜଣକ ଡୋର୍‌ ଖୋଲି କାର ଭିତରେ ବସିଥିଲେ। ସଞ୍ଜୟ ତାଙ୍କ ଗାଡିକୁ ଧକ୍କା ଦେଇଛନ୍ତି, ଫଳସ୍ୱରୂପ ସେ ୨୦,୦୦୦ ଟଙ୍କା କ୍ଷତି ସହିଛନ୍ତି। ତେଣୁ ଏହାକୁ ଦେବା ପାଇଁ ସେ ଦାବି କରିଥିଲେ। ଏହା ପରେ ଆଉ ଦୁଇ ଜଣ ଲୋକ ଏକ ସ୍କୁଟିରେ ଆସିଥିଲେ।

ସେମାନେ ତାଙ୍କୁ ଏଟିଏମ୍‌ରୁ ଟଙ୍କା କାଢ଼ି ଦେବାକୁ କହିଥିଲେ। ତାଙ୍କ ପାଖରେ ଏତେ ଟଙ୍କା ନାହିଁ ବୋଲି କହିବାରୁ ସେମାନେ ତାଙ୍କ ପର୍ସରୁ ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ତେଣୁ ସେ ୫୦୦ଟଙ୍କା କାଢ଼ି ଦେଇଥିଲେ। ଏହାପରେ ସେମାନେ ପୁଣି ୨୦୦ ଟଙ୍କା ହାତ ପୁରାଇ ନେଇଯାଇଥିଲେ।

ତେବେ ଏ ନେଇ ସେ ମୀରା ରୋଡ ପୁଲିସ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ସେଠାକାର ପୁଲିସ୍ ତାଙ୍କୁ ଭସାଇ ରୋଡ ଥାନାରେ ଅଭିଯୋଗ କରିବାକୁ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos