ହରିଆଣରେ ବି ଶଶି ଥରୁର ଓ ୬ ସାମ୍ବାଦିକଙ୍କ ବିରୋଧରେ ଏଫଆଇଆର

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସକାଣ୍ତ ଘଟଣାରେ କଂଗ୍ରେସ ସାଂସଦ ଶଶି ଥରୁର ଓ ୬ ସାମ୍ବାଦିକଙ୍କ ନାଁରେ ଗୁରୁଗ୍ରାମ ପୁଲିସ୍‌ ଏଫଆଇଆର ରୁଜୁ କରିଛି। ଏହି ସାମ୍ବାଦିକଙ୍କ ମଧ୍ୟରେ ରାଜଦୀପ ସରଦେଶାଇ ଓ ମ୍ରିନାଲ ପାଣ୍ଡେଙ୍କ ନାଁ ମଧ୍ୟ ରହିଛି। ଏମାନେ ସୋଶାଲ ମିଡିଆରେ ମିଛ କଥା ପ୍ରଚାର କରି ହିଂସାକୁ ଉସକାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତୃତୀୟ ରାଜ୍ୟ ଭାବେ ହରିଆଣା ପୁଲିସ୍‌ ଏମାନଙ୍କ ନାଁରେ ଏଫଆଇଆର ରୁଜୁ କରିଛି। ଗୁରୁଗ୍ରାମ […]

g

g

Hemant Lenka
  • Published: Saturday, 30 January 2021
  • Updated: 30 January 2021, 04:46 PM IST

Sports

Latest News

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସକାଣ୍ତ ଘଟଣାରେ କଂଗ୍ରେସ ସାଂସଦ ଶଶି ଥରୁର ଓ ୬ ସାମ୍ବାଦିକଙ୍କ ନାଁରେ ଗୁରୁଗ୍ରାମ ପୁଲିସ୍‌ ଏଫଆଇଆର ରୁଜୁ କରିଛି। ଏହି ସାମ୍ବାଦିକଙ୍କ ମଧ୍ୟରେ ରାଜଦୀପ ସରଦେଶାଇ ଓ ମ୍ରିନାଲ ପାଣ୍ଡେଙ୍କ ନାଁ ମଧ୍ୟ ରହିଛି। ଏମାନେ ସୋଶାଲ ମିଡିଆରେ ମିଛ କଥା ପ୍ରଚାର କରି ହିଂସାକୁ ଉସକାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ତୃତୀୟ ରାଜ୍ୟ ଭାବେ ହରିଆଣା ପୁଲିସ୍‌ ଏମାନଙ୍କ ନାଁରେ ଏଫଆଇଆର ରୁଜୁ କରିଛି। ଗୁରୁଗ୍ରାମ ସାଇବର ସେଲ ୧୨୪ ଏ, ୧୫୩ ଏ, ୧୫୩ ବି, ୫୦୫(୨) ଓ ୧୨୦(ବି) ଏହି ବ୍ୟକ୍ତିମାନଙ୍କ ନାଁରେ ଦଫା ଲଗାଇ ତଦନ୍ତ ଆରମ୍ଭ କରିଛି। ଗୁରୁଗ୍ରାମର ଝାରସାରେ ରହୁଥିବା ମହାବୀର ସିଂହ ନାମକ ଜଣେ ବ୍ୟକ୍ତି ପ୍ରଥମେ ଶଶି ଥରୁର ଓ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ସେ ତାଙ୍କ ଅଭିଯୋଗରେ କହିଥିଲେ ଯେ ଏହି ବ୍ୟକ୍ତିମାନେ ସୋଶାଲ ମିଡିଆରେ ଯେଉଁ ମିଥ୍ୟା ତଥ୍ୟ ଦେଇଥିଲେ, ତାହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା। ସେମାନେ ହିଂସାକାଣ୍ଡ ଘଟାଇବାକୁ ଏଭଳି ଉସକାଇବା ଭଳି ଟ୍ୱିଟ କରିଥିବା ଅଭିଯୋଗ ହୋଇଛି।

ହରିଆଣା ପୂର୍ବରୁ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ମଧ୍ୟ ଏହି ବ୍ୟକ୍ତବିଶେଷଙ୍କ ବିରୋଧରେ ଏଫଆଇଆର ହୋଇଥିଲା। ସେମାନଙ୍କ ନାଁରେ ଦେଶଦ୍ରୋହ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ମଧ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos