ବାଚସ୍ପତିଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଚଣ୍ଡିଗଡ଼: ମହାମାରୀ କରୋନା ଭାଇରସ ଏବେ ବଡ଼ବଡ଼ ନେତାଙ୍କୁ ଟାର୍ଗେଟ କରିବାରେ ଲାଗିଛି। ବାଚସ୍ପତିଙ୍କ ପରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି ପ୍ରାଣଘାତୀ ଭାଇସରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ରିପୋର୍ଟ ଆଜି ପଜିଟିଭ ଆସିଛି। ଏନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମୁଁ କରୋନା ଟେଷ୍ଟ କରାଇଥିଲି। ଆଜି ଏହାର ରିପୋର୍ଟ ପଜିଟିଭ ଆସିଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ମୋର ସମସ୍ତ ସହଯୋଗୀ ଓ କର୍ମକର୍ତ୍ତା ନିଜର ପରୀକ୍ଷା କରାଇ ନିଅନ୍ତୁ ବୋଲି ଅନୁରୋଧ କରୁଛି। ସେହିପରି ମୋ ସହ ଅଙ୍ଗାଅଙ୍ଗି ଭାବେ ଜଡ଼ିତ ଲୋକେ ତୁରନ୍ତ କ୍ୱାରେଣ୍ଟାଇନକୁ ଚାଲି ଯାଆନ୍ତୁ।”

ଅଗଷ୍ଟ ୨୬ ତାରିଖରେ ହରିଆଣା ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ଗୃହରେ ଯୋଗ ଦେବାକୁ ଥିବା ସଦସ୍ୟମାନଙ୍କର କରୋନା ଟେଷ୍ଟ କରାଯାଉଛି। ଏହି ଟେଷ୍ଟ ବେଳେ ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହା ପୂର୍ବରୁ ବିଧାନସଭା ବାଚସ୍ପତି ଜ୍ଞାନ ଚାନ୍ଦ ଗୁପ୍ତା ଓ ୨ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।