କୋର୍ଟଙ୍କ ରାୟ ସତ୍ତ୍ୱେ ରାମରହିମର ପ୍ୟାରୋଲ ଆବେଦନକୁ ବିଜେପି ସରକାରଙ୍କ ସମର୍ଥନ!

ଚଣ୍ଡିଗଡ଼: ଚଳିତ ବର୍ଷ ମେ’ ମାସରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ବାବା ଗୁରମିତ ରାମରହିମ ସିଂହଙ୍କ ପ୍ୟାରୋଲ ଆବେଦନକୁ ଖାରଜ କରିଦେଇଥିଲେ। ଏଥିସହ ଗୁରମିତ ପ୍ୟାରୋଲରେ ଗଲେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦେଇଥିଲେ। ହେଲେ ଏବେ ହରିଆଣା ସରକାର ଗୁରମିତକୁ ପ୍ୟାରୋଲ ଦେବାକୁ ସବୁ ପ୍ରକାରର ବ୍ୟବସ୍ଥା କରିବା ଆରମ୍ଭ କରିଛନ୍ତି। ଗୁରମିତ ଚାଷ କାର୍ଯ୍ୟ କରିବା ଓ ପାଳିତା […]

wew

Hemant Lenka
  • Published: Tuesday, 25 June 2019
  • , Updated: 25 June 2019, 02:55 PM IST

ଚଣ୍ଡିଗଡ଼: ଚଳିତ ବର୍ଷ ମେ’ ମାସରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ବାବା ଗୁରମିତ ରାମରହିମ ସିଂହଙ୍କ ପ୍ୟାରୋଲ ଆବେଦନକୁ ଖାରଜ କରିଦେଇଥିଲେ। ଏଥିସହ ଗୁରମିତ ପ୍ୟାରୋଲରେ ଗଲେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦେଇଥିଲେ। ହେଲେ ଏବେ ହରିଆଣା ସରକାର ଗୁରମିତକୁ ପ୍ୟାରୋଲ ଦେବାକୁ ସବୁ ପ୍ରକାରର ବ୍ୟବସ୍ଥା କରିବା ଆରମ୍ଭ କରିଛନ୍ତି। ଗୁରମିତ ଚାଷ କାର୍ଯ୍ୟ କରିବା ଓ ପାଳିତା କନ୍ୟାର ବାହାଘରରେ ଯୋଗଦେବା ପାଇଁ ପ୍ୟାରୋଲ ଆବେଦନ କରିଛି।

ତଦନ୍ତରୁ ଜଣାପଡ଼ିଛି ଯେ ସିର୍ସାର ଯେଉଁ ଚାଷ ଜମିରେ ସେ କାମ କରିବା କଥା ଗୁରମିତ କହୁଛି, ସେହି ଜମି ତା’ ନାଁରେ ଆଦୌ ପଞ୍ଜୀକରଣ ହୋଇନାହିଁ। ଏପରି ସ୍ଥିତିରେ ହରିଆଣା ସରକାର କାହିଁକି ତା’କୁ ପ୍ୟାରୋଲ ଦେବାକୁ ଚାହୁଁଛି, ତା’ହା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦୁଇ ଦୁଇଟି ଦୁଷ୍କର୍ମ ଏବଂ ସାମ୍ବାଦିକ ହତ୍ୟା ମାମଲାରେ ଗୁରମିତକୁ ଯଥାକ୍ରମେ ୨୦ ବର୍ଷ ଓ ଆଜୀବନ ଜେଲଦଣ୍ଡ ମିଳିଛି। ହରିଆଣା ଜେଲ ମନ୍ତ୍ରୀ କେଏଲ୍‌ ପାନୱର କହିଛନ୍ତି, “ଜେଲରେ ବନ୍ଦୀ ରହିବାର ଗୋଟିଏ ବର୍ଷ ପରେ ପ୍ରତ୍ୟେକ କଏଦୀର ପ୍ୟାରୋଲ ଆବେଦନ କରିବାର ଅଧିକାର ରହିଛି।

ଗୁରମିତ ପ୍ୟାରୋଲ ଆବେଦନ କରିବା ପରେ ଆମେ ଏହାକୁ ସିର୍ସା ଜିଲ୍ଲା ପ୍ରଶାସନ ପାଖକୁ ବିଚାର ନିମନ୍ତେ ପଠାଇ ଦେଇଛୁ। ରିପୋର୍ଟ ଆଧାରରରେ ଏହା ଉପରେ ନିଷ୍ପତ୍ତି ନିଆଯିବ। ଆମେ ଏଭଳି ନିର୍ବାଚନ ପାଇଁ କରୁଛୁ ବୋଲି କହିବା ଠିକ୍‌ ନୁହେଁ। ଯଦି ଆମର ସେମିତି ଉଦ୍ଦେଶ୍ୟ ଥାଆନ୍ତା, ତା’ହେଲେ ଲୋକସଭା ନିର୍ବାଚନ ପୂର୍ବରୁ ଆମେ ଏଭଳି ପଦକ୍ଷେପ ଗ୍ରହଣ କରିଥାଆନ୍ତୁ। ସରକାର କେବେ ହେଲେ ଏମିତି ହୀନ ଉଦ୍ଦେଶ୍ୟ ରଖିନାହାନ୍ତି।”

ହରିଆଣା ସରକାରଙ୍କ ଦୁଇ କ୍ୟାବିନେଟ୍‌ ମନ୍ତ୍ରୀ କ୍ରୀଷ୍ଣା ପାନୱର ଓ ଅନୀଲ ଭିଜ ମଧ୍ୟ ଗୁରମିତର ପ୍ୟାରୋଲ ଆବେଦନକୁ ସମର୍ଥନ କରିଛନ୍ତି। ସେମାନେ କହିଛନ୍ତି, "ଜେଲ ମଧ୍ୟରେ ବେଶ ଶୃଙ୍ଖଳିତ ଭାବେ ଗୁରମିତ ବନ୍ଦୀ ଜୀବନ କାଟୁଛନ୍ତି। ତେଣୁ ଅନ୍ୟ କଏଦୀଙ୍କ ଭଳି ତାଙ୍କୁ ମଧ୍ୟ ପ୍ୟାରୋଲ ମିଳିବା ଦରକାର।”

ହରିଆଣା ବିଧାନସଭା ନିର୍ବାଚନକୁ ଆଉ ୪ ମାସ ବାକି ରହିଛି। ହରିଆଣା ଏବଂ ଏହାର ଆଖପାଖ ଅଞ୍ଚଳରେ ଗୁରମିତଙ୍କ ଅନେକ ଶ୍ରଦ୍ଧାଳୁ ରହିଛନ୍ତି। ତେଣୁ ହରିଆଣାର ବିଜେପି ସରକାର ଗୁରମିତକୁ ପ୍ୟାରୋଲ ଦେଇ ଉକ୍ତ ଭୋଟଗୁଡ଼ିକୁ ନିଜ ସପକ୍ଷରେ କରିବାକୁ ଉଦ୍ୟମ କରୁଥିବା ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

Related story