ଘରେ କେମିତି ରହିବେ କରୋନା ରୋଗୀ କିମ୍ବା ସନ୍ଦିଗ୍ଧ, ଜାରି ହେଲା ଗାଇଡ ଲାଇନ୍‌

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଯଦି କେହି କରୋନା ସନ୍ଦିଗ୍ଧ ବା ରୋଗୀ ରହିଛନ୍ତି, ତା’ହେଲେ ସେମାନେ ନିଜ ଘରେ କ୍ୱାରେଣ୍ଟାଇନ ହୋଇ ରହିପାରିବେ। ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡ୍ ଲାଇନ୍ ଜାରି କରିଛି। ଜଣେ ରୋଗୀ ବା ସନ୍ଦିଗ୍ଧ ଚାହିଁଲେ ନିଜ ଘରେ ଆସୋଲେସନ ହୋଇ ରହିପାରିବେ। ହେଲେ ଏଥିପାଇଁ କିଛି ଗାଇଡ୍‌ଲାଇନ ପାଳନ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ ୧-ଯଦି କେହି ଘରେ କ୍ୱାରେଣ୍ଟାଇନ […]

yu

yu

Hemant Lenka
  • Published: Thursday, 12 March 2020
  • Updated: 12 March 2020, 09:41 PM IST

Sports

Latest News

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଯଦି କେହି କରୋନା ସନ୍ଦିଗ୍ଧ ବା ରୋଗୀ ରହିଛନ୍ତି, ତା’ହେଲେ ସେମାନେ ନିଜ ଘରେ କ୍ୱାରେଣ୍ଟାଇନ ହୋଇ ରହିପାରିବେ। ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡ୍ ଲାଇନ୍ ଜାରି କରିଛି। ଜଣେ ରୋଗୀ ବା ସନ୍ଦିଗ୍ଧ ଚାହିଁଲେ ନିଜ ଘରେ ଆସୋଲେସନ ହୋଇ ରହିପାରିବେ। ହେଲେ ଏଥିପାଇଁ କିଛି ଗାଇଡ୍‌ଲାଇନ ପାଳନ କରିବାକୁ ପଡ଼ିବ।

ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ

୧-ଯଦି କେହି ଘରେ କ୍ୱାରେଣ୍ଟାଇନ ହେଉଛନ୍ତି, ତା’ହେଲେ ସେ ସିଙ୍ଗଲ ରୁମରେ ରୁହନ୍ତୁ ଓ ଆଟାଚ ବାଥରୁମ ବ୍ୟବହାର କରନ୍ତୁ। ଅନ୍ୟମାନେ ଏହାକୁ ବ୍ୟବହାର ନ କରିବା ଭଲ।

୨-ଯଦି ଅଲଗା ରହୁଥିବା ଲୋକଙ୍କ ସହ ତାଙ୍କ ପରିବାରର ଆଉ କେହି ରହିବାକୁ ଚାହାନ୍ତି, ତା’ହେଲେ ସେ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ଅତି କମରେ ଗୋଟିଏ ମିଟିର ଦୂରତା ଅବଲମ୍ବନ କରନ୍ତୁ।

୩-ଅଲଗା ରହୁଥିବା ବ୍ୟକ୍ତି ବରିଷ୍ଠ ନାଗରିକ, ଗର୍ଭବତୀ, ମଧୁମେହ ରୋଗୀ ଓ ପିଲାମାନଙ୍କ ଠାରୁ ଦୂରେଇ ରୁହନ୍ତୁ।

୪-ରୋଗୀ ଘର ମଧ୍ୟରେ ଏଣେତେଣେ ବୁଲନ୍ତୁ ନାହିଁ କିମ୍ବା କୌଣସି ପରିସ୍ଥିତିରେ ବି ସାମାଜିକ, ଧାର୍ମିକ ବା ଜନଗହଳୀ ହେଉଥିବା କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ନାହିଁ।

୫-ପରିବାର ଅନ୍ୟମାନେ ବ୍ୟବହାର କରୁଥିବା ଥାଳି, ଗ୍ଲାସ ବା ଅନ୍ୟାନ୍ୟ ସାମଗ୍ରୀକୁ କ୍ୱାରେଣ୍ଟାଇନ ହେଇଥିବା ବ୍ୟକ୍ତି କେବେ ହେଲେ ବି ବ୍ୟବହାର କରନ୍ତୁ ନାହିଁ।

୬- ଡିସପୋଜେବୁଲ ମାସ୍କ ସର୍ବଦା ବ୍ୟବହାର କରନ୍ତୁ। ସେହିପରି ଏହା ପ୍ରତି ୬ରୁ ୮ ଘଣ୍ଟାରେ ବଦଳାନ୍ତୁ ଓ ପୁନଃ ବ୍ୟବହାର କରନ୍ତୁ ନାହିଁ।

୭-କ୍ୱାରେଣ୍ଟାଇନ ହୋଇଥିବା ବ୍ୟକ୍ତିଙ୍କ ପାଖକୁ କୌଣସି ବାହାର ଲୋକଙ୍କୁ ଯିବାକୁ ଦିଅନ୍ତୁ ନାହିଁ। ଗ୍ଲୋବ୍ସ ବ୍ୟବହାର କରି କ୍ୱାରେଣ୍ଟାଇନ ହୋଇଥିବା ଘରକୁ ସଫା କରନ୍ତୁ। ପରେ ଏହାକୁ ଫୋପାଡ଼ି ଦିଅନ୍ତୁ।

୮-୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରୁହନ୍ତୁ। ଯେଉଁ ପର୍ଯ୍ୟନ୍ତ ଡାକ୍ତର କରୋନା ଭାଇରସକୁ ନେଗେଟିଭ ଘୋଷଣା ନ କରିଛନ୍ତି, ସେ ଯାଏ ବ୍ୟକ୍ତି ଜଣଙ୍କ ଅଲଗା ହୋଇ ରୁହନ୍ତୁ।

୯-ସୁସ୍ଥ ଥିବା ଲୋକମାନେ କେବେ ହେଲେ ମେଡିକାଲ ମାସ୍କ ବ୍ୟବହାର କରନ୍ତୁ ନାହିଁ। ଏହା ଅଯଥା ଭୟ ସୃଷ୍ଟି କରିବ।

୧୦-ମୁହଁ, ଆଖି ଓ ପାଟିକୁ ଛୁଅନ୍ତୁ ନାହିଁ। ସର୍ବଦା ସାବୁନରେ ୨୦ ସେକେଣ୍ଡ ଧରି ହାତକୁ ଧୋଇବାକୁ ଚେଷ୍ଟା କରନ୍ତୁ।

୧୧-ଯଦି କାହାର କଫ, ଥଣ୍ଡା ବା ଜ୍ୱର ହେଉଛି ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ।

୧୨-୩ଟି ଲେୟାର ଥିବା ମେଡିକାଲ ମାସ୍କ ବ୍ୟବହାର କରନ୍ତୁ ଓ ହାତକୁ ନିୟମିତ ସଫା କରନ୍ତୁ।

୧୩-ସନ୍ଦିଗ୍ଧ ଓ କରୋନା ଭାଇରସ ଆକ୍ରାନ୍ତଙ୍କ ପରିବାର ଲୋକମାନେ ମଧ୍ୟ ୩ ଲେୟାର ମାସ୍କ ବ୍ୟବହାର କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos