ସେରମ ଅଗ୍ନିକାଣ୍ଡ: କେମିତି ଥିଲା ପୂରା ଘଟଣା

ପୁଣେ: କରୋନା ଟିକା ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଆଜି ବଡ଼ଧରଣର ଅଘଟଣ ଘଟିଛି। ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ବିଶ୍ୱର ସର୍ବବୃହତ୍ତ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟର କ୍ୟାମ୍ପସ ୧୦୦ ଏକର ଜମିରେ ତିଆରି ହୋଇଛି। ଏହାର ମଞ୍ଜରୀ ଅଞ୍ଚଳରେ ଥିବା କ୍ୟାମ୍ପସରେ ଆଜି ୨.୪୫ ମିନିଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିଥିବାରୁ ଟିକା ଉତ୍ପାଦନ ଓ ଏହାର ସୁରକ୍ଷା ପ୍ରତି […]

gg

gg

Hemant Lenka
  • Published: Thursday, 21 January 2021
  • Updated: 21 January 2021, 07:27 PM IST

Sports

Latest News

ପୁଣେ: କରୋନା ଟିକା ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଆଜି ବଡ଼ଧରଣର ଅଘଟଣ ଘଟିଛି। ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ବିଶ୍ୱର ସର୍ବବୃହତ୍ତ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟର କ୍ୟାମ୍ପସ ୧୦୦ ଏକର ଜମିରେ ତିଆରି ହୋଇଛି।

ଏହାର ମଞ୍ଜରୀ ଅଞ୍ଚଳରେ ଥିବା କ୍ୟାମ୍ପସରେ ଆଜି ୨.୪୫ ମିନିଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିଥିବାରୁ ଟିକା ଉତ୍ପାଦନ ଓ ଏହାର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଥିଲା। ହେଲେ ସେରମ ସବୁ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ଟାଣି ଟିକା ସଂପୂର୍ଣ୍ଣ ସୁରକ୍ଷିତ ଥିବା କହିଛି।

ତେବେ ଆସନ୍ତୁ ଜାଣିବା ପୂରା ଘଟଣା-

କେଉଁଠି ଓ କେତେବେଳେ ଲାଗିଲା ନିଆଁ

ସେରମ ଇନଷ୍ଟିଚ୍ୟୁଟ କ୍ୟାମ୍ପସର ମଞ୍ଜରୀ ଅଞ୍ଚଳରେ ଥିବା ନିର୍ମାଣାଧୀନ ବିଲଡିଂର ୪ର୍ଥ ଓ ୫ମ ମହଲାରେ ଆଜି ୨.୪୫ରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ନିର୍ମାଣାଧୀନ ବିଲ୍ଡିଂଟି ଟର୍ମିନାଲ-୧ ପାଖରେ ରହିଛି। ସେହିପରି କରୋନା ଟିକା ଉତ୍ପାଦନ ଓ ସଂରକ୍ଷଣ ୟୁନିଟି ଠାରୁ ଏହା ଯଥେଷ୍ଟ ଦୂରରେ। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ୧୫ଟି ଅଗ୍ନିଶମ ଗାଡ଼ି ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।

ଅଗ୍ନିକାଣ୍ଡ ଯୋଗୁ କ’ଣ କ୍ଷତି ଘଟିଛି

ବିଲଡିଂରେ ନିଆଁ ଲାଗିବା ବେଳେ ୧୨ରୁ ଅଧିକ ଲୋକ ଏହା ମଧ୍ୟରେ ରହିଥିଲେ। ହଠାତ୍‌ ନିଆଁ ଲାଗି ଯିବାରୁ ସେମାନେ ଏହା ମଧ୍ୟରେ ଫସି ଯାଇଥିଲେ। ଅଗ୍ନିଶମ ଓ ଏନଡିଆରଏଫ ଟିମ୍‌ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ସେହିପରି ଆଉ ୫ ଜଣଙ୍କ ମୃତଦେହ ବିଲଡିଂ ମଧ୍ୟରୁ ମିଳିଛି। ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କହିଛନ୍ତି, ଅଗ୍ନିକାଣ୍ଡ ଯୋଗୁ ବିଲଡିଂରେ ଥିବା ସମସ୍ତ କାଠର ଆସବାବାପତ୍ର, ୱାରିଂ ଓ କ୍ୟାବିନ୍ସଗୁଡ଼ିକ ପୋଡ଼ିଜଳି ପାଉଁସ ହୋଇଯାଇଛି। ନିଆଁ ଲାଗିଥିବା ଫ୍ଲୋରରେ କୌଣସି ପ୍ରକାରର ବଡ଼ଧରଣର ମେସିନ କିମ୍ବା ଇନଷ୍ଟ୍ରୁମେଣ୍ଟ ରଖା ଯାଇ ନଥିଲା।

କ’ଣ କରୋନା ଟିକା ଉତ୍ପାଦନ ପ୍ରଭାବିତ ହୋଇଛି କି

ଅଗ୍ନିକାଣ୍ଡ ଘଟଣାରେ କରୋନା ଟିକା କୋଭିସିଲ୍ଡ ଉତ୍ପାଦନ କୌଣସି ପ୍ରକାରର ପ୍ରଭାବିତ ହୋଇନାହିଁ। ଏ ସମ୍ପର୍କରେ ଖୋଦ୍‌ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଅଦର ପୁନାୱାଲା ଟ୍ୱିଟ କରି ସୂଚନା ଦେଇଛନ୍ତି।

ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ଅଗ୍ନିକାଣ୍ଡ ଘଟଣାରେ ମହାରାଷ୍ଟ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୁଣେ ପୌରପାଳିକା ପକ୍ଷରୁ ଘଟଣା ସମ୍ପର୍କରେ ମୁଁ ଖବର ପାଇଛି। ଘଟଣାର ବିସ୍ତୃତ ତଦନ୍ତ ପାଇଁ ସମସ୍ତଙ୍କୁ କୁହାଯାଇଛି।

ଅଗ୍ନିକାଣ୍ଡ ଯୋଗୁ ଟିକା ଉତ୍ପାଦନ କିମ୍ବା ସଂରକ୍ଷଣ ଉପରେ କୌଣସି ପ୍ରଭାବ ପଡ଼ିନି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିଲଡିଂରେ ୱେଲଡିଂ କାମ ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିଛି। କିନ୍ତୁ ତଦନ୍ତ ପରେ ପ୍ରକୃତ ତଥ୍ୟ ଆସିପାରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story