ଖୁବ୍‌ଶୀଘ୍ର ଭାରତୀୟ ରାସ୍ତାରେ ଗଡ଼ିବ ଟଚ୍‌ସ୍କ୍ରିନ୍‌ ସ୍କୁଟି

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ଗୋଟିଏ ଟଚ୍‌ରେ ସ୍ମାର୍ଟଫୋନ୍‌ କିମ୍ବା ଅନ୍ୟାନ୍ୟ ଡିଜିଟାଲ୍‌ ମେସିନ୍‌ ଚଳାଉଛନ୍ତି। ଯଦି ଏଭଳି ସ୍କୁଟି ଚଳାଇ ହୁଅନ୍ତା ତାହେଲେ କେତେ ଭଲ ହୁଅନ୍ତା ଭାବିଲେ। ଏପରି ଏକ କଳ୍ପନାକୁ ବାସ୍ତବ ରୂପ ଦେବାକୁ ଯାଉଛି ବେଙ୍ଗାଲୁରୁର ଷ୍ଟାର୍ଟଅଫ୍ କମ୍ପାନୀ ଅଥର ଏନର୍ଜି। ହିରୋ ମୋଟ କୋର୍ପ ସହିତ ମିଶି କମ୍ପାନୀ ଏଭଳି ଏକ ସ୍କୁଟି ତିଆରି କରି ଭାରତୀୟ ବଜାରରେ ଛାଡ଼ିବାର ଯୋଜନା କରୁଛି। କମ୍ପାନୀ ଅନୁସାରେ ଚଳିତବର୍ଷ ଜୁନ୍‌ରେ ସ୍କୁଟି ଏସ୍‌ […]

hero

hero

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 01:53 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ଗୋଟିଏ ଟଚ୍‌ରେ ସ୍ମାର୍ଟଫୋନ୍‌ କିମ୍ବା ଅନ୍ୟାନ୍ୟ ଡିଜିଟାଲ୍‌ ମେସିନ୍‌ ଚଳାଉଛନ୍ତି। ଯଦି ଏଭଳି ସ୍କୁଟି ଚଳାଇ ହୁଅନ୍ତା ତାହେଲେ କେତେ ଭଲ ହୁଅନ୍ତା ଭାବିଲେ। ଏପରି ଏକ କଳ୍ପନାକୁ ବାସ୍ତବ ରୂପ ଦେବାକୁ ଯାଉଛି ବେଙ୍ଗାଲୁରୁର ଷ୍ଟାର୍ଟଅଫ୍ କମ୍ପାନୀ ଅଥର ଏନର୍ଜି। ହିରୋ ମୋଟ କୋର୍ପ ସହିତ ମିଶି କମ୍ପାନୀ ଏଭଳି ଏକ ସ୍କୁଟି ତିଆରି କରି ଭାରତୀୟ ବଜାରରେ ଛାଡ଼ିବାର ଯୋଜନା କରୁଛି।

କମ୍ପାନୀ ଅନୁସାରେ ଚଳିତବର୍ଷ ଜୁନ୍‌ରେ ସ୍କୁଟି ଏସ୍‌ ୩୪୦ ବୁକିଂ ଆରମ୍ଭ ହୋଇଯିବ। ବର୍ଷରେ ଶେଷ ଆଡ଼କୁ ଏହା ଭାରତୀୟ ରାସ୍ତାରେ ଦୌଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

heroଏହି ସ୍କୁଟିଟିକୁ କମ୍ପାନୀ ୨୦୧୬ରେ ଅଟୋ ଶୋ’ରେ ପ୍ରଦର୍ଶନ କରିଥିଲା। ସେବେଠାରୁ ଏହା ଭାରତୀୟ ବଜାରରେ ପ୍ରବେଶ କରିବାକୁ ଅପେକ୍ଷାରେ ଥିଲା। ତେବେ ଜୁଲାଇ ମାସରେ ଏହା ଉତ୍ପାଦନ କାର୍ଯ୍ୟ ଆରମ୍ଭ କରାଯିବ।

ସୁବିଧା ରହିବ: ଏଥିରେ ଆଣ୍ଡ୍ରଏଡ୍‌ର ସବୁଠାରୁ ଉନ୍ନତ ଟଚ୍‌ସ୍କ୍ରିନ୍‌ ଡିସ୍‌ପ୍ଲେ ଦିଆଯିବ। ଏଥିସହିତ ଏଥିରେ ପୁସ୍‌ ନେଭିଗେସନ୍, ପାର୍କିଂ ଆସିଷ୍ଟ ସିଷ୍ଟମ, ୱାଟରପ୍ରୁଫ୍‌ ଚାର୍ଜର, ମଲ୍ଟିପଲ ରାଇଡିଂ ଓ ଏଲ୍‌ଇଡି ଲାଇଟ୍‌ର ସୁବିଧା ରହିବ।

ବିଶେଷତ୍ୱ: ଫୁଲ୍‌ ଚାର୍ଜ କଲେ ଏହା ୬୦ କିମି ପର୍ଯ୍ୟନ୍ତ ଚାଲିବ। ଏହାର ସ୍ପିଡ୍‌ ୭୨ କିମି ପ୍ରତିଘଣ୍ଟା ରହିବ। ୫୦ ମିନିଟ୍‌ର ୮୦ ପ୍ରତିଶତ ଚାର୍ଜ ହୋଇଯିବ। ବ୍ୟାଟେରି ଲାଇଫ୍‌ ୫୦ ହଜାର କିମି ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି।

ହିରୋ ମୋଟୋ କୋର୍ପ କମ୍ପାନୀ ଏଥିରେ ୨୦୦୫ କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ଏବେଠାରୁ ଏହି ସ୍କଟିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos