ଇସ୍ରାଏଲକୁ ଆତଙ୍କୀ ସଂଗଠନର ଖୋଲା ଧମକ, ଆଜି ରାତିକୁ ଅପେକ୍ଷା କର

ବିରୁଟ୍‌: ଆମେରିକା ଓ ଇସ୍ରାଏଲ ଦ୍ୱାରା ଆତଙ୍କୀ ସଂଗଠନ ଘୋଷିତ ହୋଇଥିବା ହେଜବୋଲା ଖୋଲାଖୋଲି ଆକ୍ରମଣ ପାଇଁ ଧମକ ଦେଇଛି। ସିରିଆର ଇହୁଦି ପ୍ରଦେଶରେ ଇରାନର ଆକ୍ରମଣ କରିବ ବୋଲି ଇସ୍ରାଏଲ ଆଶଙ୍କା କରିଥିଲା। ଏହାକୁ ପ୍ରତିରୋଧ କରିବା ପାଇଁ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ତେବେ ଏହି ଏୟାର ଷ୍ଟ୍ରାଇକ୍‌ରେ ଦୁଇ ଜଣ ହେଜବୋଲା ସଦସ୍ୟ ପ୍ରାଣ ହରାଇଥିବାରୁ ସଂଗଠନ ମୁଖ୍ୟ ଏହାର ବଦଲା ନେବାକୁ ପଣ କରିଛନ୍ତି। ସଂଗଠନର ମୁଖ୍ୟ ହାସନ ନଶରାଲ୍ଲା […]

vg

vg

Hemant Lenka
  • Published: Monday, 26 August 2019
  • Updated: 26 August 2019, 04:25 PM IST

Sports

Latest News

ବିରୁଟ୍‌: ଆମେରିକା ଓ ଇସ୍ରାଏଲ ଦ୍ୱାରା ଆତଙ୍କୀ ସଂଗଠନ ଘୋଷିତ ହୋଇଥିବା ହେଜବୋଲା ଖୋଲାଖୋଲି ଆକ୍ରମଣ ପାଇଁ ଧମକ ଦେଇଛି। ସିରିଆର ଇହୁଦି ପ୍ରଦେଶରେ ଇରାନର ଆକ୍ରମଣ କରିବ ବୋଲି ଇସ୍ରାଏଲ ଆଶଙ୍କା କରିଥିଲା। ଏହାକୁ ପ୍ରତିରୋଧ କରିବା ପାଇଁ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା।

ତେବେ ଏହି ଏୟାର ଷ୍ଟ୍ରାଇକ୍‌ରେ ଦୁଇ ଜଣ ହେଜବୋଲା ସଦସ୍ୟ ପ୍ରାଣ ହରାଇଥିବାରୁ ସଂଗଠନ ମୁଖ୍ୟ ଏହାର ବଦଲା ନେବାକୁ ପଣ କରିଛନ୍ତି। ସଂଗଠନର ମୁଖ୍ୟ ହାସନ ନଶରାଲ୍ଲା କହିଛନ୍ତି, “୨୦୦୬ଠାରୁ ଇସ୍ରାଏଲ ଓ ହେଜବୋଲା ମଧ୍ୟରେ ଯୁଦ୍ଧ ଚାଲିଛି। ତେବେ ଇସ୍ରାଏଲ ପ୍ରଥମଥର ପାଇଁ ଏଭଳି ବଡ଼ ଧରଣର ଆକ୍ରମଣ କରିଛି।

ଆମ ଭିତରେ ୩୩ ଦିନ ଧରି ତୀବ୍ର ଯୁଦ୍ଧ ଚାଲିଥିଲା। ଏଥିରେ ଲେବାନନର ୧୨ଶହ ଲୋକ ପ୍ରାଣ ହରାଇଥିଲେ। ଇସ୍ରାଏଲର ମଧ୍ୟ ୧୬୦ଙ୍କ ଜୀବନ ଯାଇଥିଲା। ଏହାପରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଏକ ସଂକଳ୍ପ ପାରିତ କରିଥିଲା। ହେଲେ ଏବେ ଇସ୍ରାଏଲ ଆକ୍ରମଣ କରି ଏହି ଚୁକ୍ତିକୁ ଉଲ୍ଲଙ୍ଘନ କରିଛି।

ଏଭଳି ଆକ୍ରମଣକୁ ରୋକିବା ପାଇଁ ଏବେ ହେଜବୋଲା ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ରହିଛି। ଇସ୍ରାଏଲ ଆଜି ରାତିକୁ ଅପେକ୍ଷା କରୁ। ଆଜି ରାତି ପରଠାରୁ ଇସ୍ରାଏଲରେ କ’ଣ ସବୁ ଘଟିବ, ସେକଥା କେହି ବି ବିଶ୍ୱାସ କରିପାରିବେ ନାହିଁ। ଇସ୍ରାଏଲର ବିମାନ ଆସି ଲେବାନନର କିଛି ଅଂଶରେ ବୋମା ମାଡ଼ କରି ଚାଲିଗଲେ। ହେଲେ ଏବେ ଇସ୍ରାଏଲ ଆମକୁ ଅପେକ୍ଷା କରିବ। ”

ହେଜବୋଲାକୁ ଇସ୍ରାଏଲ ଓ ଆମେରିକା ଆତଙ୍କୀ ସଂଗଠନ କହିଥିଲେ ହେଁ ଲେବାନନ୍‌ ଓ ସିରିଆରେ ଏହା ଏକ ରାଜନୀତି ଦଳର ମାନ୍ୟତା ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos