ଜିଓ ଟାୱାର ଭଙ୍ଗାରୁଜା ଘଟଣାରେ ପଞ୍ଜାବ ଓ କେନ୍ଦ୍ରକୁ ନୋଟିସ

ଚଣ୍ଡିଗଡ଼: ପଞ୍ଜାବରେ ଥିବା ରିଲାଏନ୍ସ ଜିଓର ଟାୱାର ଭଙ୍ଗାରୁଜା କରିବା ଓ ଏହାର ଷ୍ଟୋରକୁ ଜୋରଜବରଦସ୍ତି ବନ୍ଦ କରିବା ବିରୋଧରେ ଆଗତ ଆବେଦନର ଶୁଣାଣି ଆଜି ପଞ୍ଜାବ ଓ ହରିଆଣା ହାଇକୋର୍ଟ କରିଛନ୍ତି। ଜିଓ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ପଞ୍ଜାବ ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। କେନ୍ଦ୍ରର କୃଷି ଆଇନ ବିରୋଧରେ ହଜାର ହଜାର ଚାଷୀ ଆନ୍ଦୋଳନ କରୁଛନ୍ତି। ଚାଷୀଙ୍କ ଆନ୍ଦୋଳନ ସମୟରେ ପଞ୍ଜାବରେ ଥିବା ପ୍ରାୟ ୧୫ ଶହ ଜିଓ […]

d

d

Hemant Lenka
  • Published: Tuesday, 05 January 2021
  • Updated: 05 January 2021, 04:33 PM IST

Sports

Latest News

ଚଣ୍ଡିଗଡ଼: ପଞ୍ଜାବରେ ଥିବା ରିଲାଏନ୍ସ ଜିଓର ଟାୱାର ଭଙ୍ଗାରୁଜା କରିବା ଓ ଏହାର ଷ୍ଟୋରକୁ ଜୋରଜବରଦସ୍ତି ବନ୍ଦ କରିବା ବିରୋଧରେ ଆଗତ ଆବେଦନର ଶୁଣାଣି ଆଜି ପଞ୍ଜାବ ଓ ହରିଆଣା ହାଇକୋର୍ଟ କରିଛନ୍ତି। ଜିଓ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ପଞ୍ଜାବ ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି।

କେନ୍ଦ୍ରର କୃଷି ଆଇନ ବିରୋଧରେ ହଜାର ହଜାର ଚାଷୀ ଆନ୍ଦୋଳନ କରୁଛନ୍ତି। ଚାଷୀଙ୍କ ଆନ୍ଦୋଳନ ସମୟରେ ପଞ୍ଜାବରେ ଥିବା ପ୍ରାୟ ୧୫ ଶହ ଜିଓ ଟାୱାରକୁ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ଟାୱାର ଭଙ୍ଗା ଯିବାରୁ ବିଭିନ୍ନ ଅଞ୍ଚଳରେ ମୋବାଇଲ ସେବା ବ୍ୟାହତ ମଧ୍ୟ ହୋଇଥିଲା। ତେବେ ଭଙ୍ଗାରୁଜା କରିଥିବା ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ କ୍ଷତିପୂରଣ ଦାବିରେ ଜିଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଆବେଦନରେ କୁହାଯାଇଥିଲା ଯେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଜାଣିଶୁଣି କମ୍ପାନୀ ବିରୋଧରେ ଗୁଜବ ପ୍ରଚାର କରୁଛନ୍ତି। ରିଲାଏନ୍ସ କିମ୍ବା ଏହା ସହ ଜଡ଼ିତ କମ୍ପାନୀ କଣ୍ଟ୍ରାକ୍ଟ ଫାର୍ମିଂ କରିବାକୁ ଯୋଜନା କେବେ ହେଲେ କରିନାହାନ୍ତି। ତଥାପି ଗୁଜବ ପ୍ରଚାର କରି କିଛି ଲୋକ ଜିଓର ଟାୱାର ଭାଙ୍ଗିବାକୁ ଉସକାଉଥିବା ଆବେଦନରେ କୁହାଯାଇଛି।

ହାଇକୋର୍ଟ ବିଚାରପତି ଜଷ୍ଟିସ ସୁଧୀର ମିତ୍ତଲ ଆବେଦନ ଶୁଣାଣି ପଞ୍ଜାବ ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୮ରେ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ୍ ଅମ୍ୱାନୀ ଓ ଆଦାନୀ ଭଳି କମ୍ପାନୀର ସ୍ୱାର୍ଥ ସାଧାନ କରିବ ବୋଲି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ମଧ୍ୟରେ ପଞ୍ଜାବରେ ଥିବା ୧୫୦୦ରୁ ଅଧିକ ଜିଓ ଟାଓ୍ୱାରକୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଥିଲେ। ତେବେ ପ୍ରତିଦ୍ୱନ୍ଦୀ କମ୍ପାନୀ ନିଜର ସ୍ୱାର୍ଥ ପାଇଁ ଦୁର୍ବୃତ୍ତଙ୍କୁ ଉସକାଇ ଟାଓ୍ୱାର ଭଙ୍ଗାରୁଜା କରୁଛନ୍ତି ବୋଲି ଜିଓ ପକ୍ଷରୁ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ କୁହାଯାଇଥିଲା। ଦୁର୍ବୃତ୍ତମାନେ ଯେଉଁଭଳି କାମ କରୁଛନ୍ତି, ତାହା କମ୍ପାନୀର କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଜିଓ ନିଜ ଆବେଦନରେ ଦର୍ଶାଇଥିଲା।

ଅନ୍ୟପକ୍ଷରେ ଏହି ଟାୱାର ଭଙ୍ଗାରୁଜା ଘଟଣାରେ ପଞ୍ଜାବ ରାଜ୍ୟପାଳ ରାଜ୍ୟର ପୁଲିସ ଡିଜି ଓ ପ୍ରଶାସନିକ ଅଧିକାରୀଙ୍କୁ ଜବାବ ତଲବ ମଧ୍ୟ କରିଛନ୍ତି।

କିଛି ଦୁର୍ବୃତ୍ତ ଟେଲିକମ ସିଗ୍ନାଲ ପାଇଁ ଆବଶ୍ୟକ ବିଜୁଳିକୁ ବନ୍ଦ କରିଦେବା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ତାର କାଟି ଦେଉଛନ୍ତି। ଖାଲି ସେତିକି ନୁହେଁ, ଜଳନ୍ଧରରେ ଜିଓର ଏକାଧିକ ବଣ୍ଡଲ ଫାଇବର ତାରକୁ ଚାଷୀମାନେ ଜାଳି ଦେଇଛନ୍ତି।

ପଞ୍ଜାବରେ ଜିଓର ୯ ହଜାର ଟେଲିକମ ଟାୱାର ରହିଛି। ଚାଷୀମାନେ ଟାୱାରକୁ ସଂଯୋଗ କରୁଥିବା ବିଜୁଳି ତାରକୁ କାଟି ଏଗୁଡ଼ିକୁ ମିଳୁଥିବା ସିଗ୍ନାଲକୁ ବନ୍ଦ କରିଦେଉଛନ୍ତି। ସେହିପରି ଟାୱାର ନିକଟରେ ଥିବା ଜେନେରେଟରକୁ ଜୋରଜବରଦସ୍ତି ନେଇ ଯାଇ ଗୁରୁଦ୍ୱାରକୁ ଦାନ କରି ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story