ସୀମା ବିବାଦ: ଚାଇନାକୁ କାଉଣ୍ଟର ପାଇଁ ଦ୍ରୁତଗାମୀ ଡଙ୍ଗା ପଠାଇବ ଭାରତ

ନୂଆଦିଲ୍ଲୀ: ଲଦାଖର ଗଲୱାନ ପରେ ଚାଇନା ସେନା ପଙ୍ଗୋଙ୍ଗ ହ୍ରଦରେ ମଧ୍ୟ ଭାରତକୁ ନାଲି ଆଖି ଦେଖାଇବାକୁ ଚେଷ୍ଟା ଆରମ୍ଭ କରିଛି। ଚାଇନା ପଙ୍ଗୋଙ୍ଗ ହ୍ରଦରେ କ’ଣ କରୁଛି ଓ ଏହାର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଭାରତ ସରକାର ନୂଆ ରଣନୀତି ଆପଣାଇଛନ୍ତି।

ଯୋଜନା ଅନୁଯାୟୀ, ପଙ୍ଗୋଙ୍ଗ ହ୍ରଦରେ ଦ୍ରୁତଗାମୀ ଡଙ୍ଗା ମୁତୟନ କରାଯିବ। ଏହି ଡଙ୍ଗାରେ ଯବାନମାନେ ଅସ୍ତ୍ରଶସ୍ତ୍ର ସହ ଅତ୍ୟାଧୁନିକ ସର୍ଭେଲାନ୍ସ ସାମଗ୍ରୀ ବ୍ୟବହାର କରିବେ। ଏହି ପଙ୍ଗୋଙ୍ଗ ହ୍ରଦ ନିକଟରେ ହିଁ ପ୍ରଥମେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏହାପରେ ଜୁନ୍‌ ୧୫ ତାରିଖରେ ଗଲୱାନରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା।

ସୂଚନା ଅନୁଯାୟୀ, ଭାରତୀୟ ସେନା ୨୦୧୨-୧୩ରୁ ୧୩,୯୦୦ ଫୁଟ ଉପରେ ରହିଥିବା ପଙ୍ଗୋଙ୍ଗ ହ୍ରଦରେ ୧୭ କ୍ୟୁଟିଆର ଡଙ୍ଗା ଦ୍ୱାରା ପ୍ୟାଟ୍ରୋଲିଂ କରୁଛି। କିନ୍ତୁ ଏବେ ଚାଇନାର ପିପୁଲ୍ସ ଲେବେରସନ ଆର୍ମି(ପିଏଲଏ) ଅତ୍ୟାଧୁନିକ ଟାଇପ-୯୨୮ବି ପ୍ୟାଟ୍ରୋଲିଂ ବୋଟ୍‌ ବ୍ୟବହାର କରୁଛି। ତେଣୁ ଏହାର ସମକକ୍ଷ ହେବା ପାଇଁ ଭାରତୀୟ ସେନା ମଧ୍ୟ ଅତ୍ୟାଧୁନିକ ଦ୍ରୁତଗାମୀ ଡଙ୍ଗାର ବ୍ୟବହାର କରିବାକୁ ଯୋଜନା ଆରମ୍ଭ କରିଛି।

ତେବେ ୧୩,୯୦୦ ଫୁଟ ଉପରେ ଥିବା ପଙ୍ଗୋଙ୍ଗ ଦ୍ରହକୁ ଦ୍ରୁତଗାମୀ ଡଙ୍ଗା କିମ୍ବା ଦ୍ରୁତଗାମୀ ଇଣ୍ଟରସ୍ପେକ୍ଟର କ୍ରାଫ୍ଟ ପଠାଇବା ସହଜ ହେବନାହିଁ। ପ୍ରଥମେ ଉକ୍ତ ଡଙ୍ଗାଗୁଡ଼ିକୁ ସି-୧୭ ଗ୍ଲୋବ ମାଷ୍ଟର-III ବିମାନ ଦ୍ୱାରା ଲେହକୁ ସ୍ଥାନାନ୍ତର କରାଯିବ। ଏହାପରେ ସେଠାରୁ ଏହାକୁ ପଙ୍ଗୋଙ୍ଗ ହ୍ରଦକୁ ହିଁ ନିଆଯାଇ ପାରିବ। ତେଣୁ ଏହା ନିଶ୍ଚିତ ସମୟ ସାପେକ୍ଷ।

୧୩୪ କିମି ଲମ୍ବ ବିଶିଷ୍ଟ ପଙ୍ଗୋଙ୍ଗ ହ୍ରଦର ଏକ ତୃତୀୟାଂଶ ଅଞ୍ଚଳ ଚାଇନା ନିୟନ୍ତ୍ରଣରେ ରହିଛି।

ଆହୁରି ପଢ଼ନ୍ତୁ

ଆରୋଗ୍ୟ ହେଲେ ୧୭୮୫ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଗିରଫ ଲକ୍ଷ୍ମୀକାନ୍ତଙ୍କ ପରିବାରକୁ ଭେଟିଲା ବିଜେପି, ସରକାରୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା, ରିୟା ରଖିଲେ ଏମିତି ପକ୍ଷ

ଭୁବନେଶ୍ୱରରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୪୯ ଲୋକାଲ୍‌ କେସ୍‌

କରୋନାରେ ଆକ୍ରାନ୍ତ ରାହତ ଇନ୍ଦୋରୀଙ୍କ ପରଲୋକ

ବେହେରାସାହି ପରେ ଚିନ୍ତା ବଢ଼ାଇଲା ଜାଲୁଆ ସାହି

ଏହି ୧୦ ରାଜ୍ୟ କରୋନାକୁ ହରାଇ ପାରିଲେ ଭାରତ ଜିତିବ ବୋଲି କହିଲେ ମୋଦି

ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଲୋକଙ୍କ ପ୍ରତିବାଦ

‘ମୋ ଭାଇର ଯଦି କିଛି ଭୁଲ ହୋଇଛି, ମୁଖ୍ୟମନ୍ତ୍ରୀ କ୍ଷମା କରି ଦିଅନ୍ତୁ’

ଡବଲ ମର୍ଡଲ; ବଡ଼ଭାଇ, ପୁତୁରାକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗିଦେଲେ

ଭାଇରାଲ ଅଡିଓ ମାମଲା; ରିମାଣ୍ଡରେ ଗଲେ ଲକ୍ଷ୍ମୀକାନ୍ତ, ବିଶ୍ୱଜିତ

୭ ଶିଳ୍ପୀଙ୍କୁ ଧର୍ମପଦ ସମ୍ମାନ, ଆଖି ବୁଜି ସାରିଲେଣି ୩ ଜଣ