ଯୁବକଙ୍କୁ ଜୟ ଶ୍ରୀରାମ କହିବାକୁ ବାଧ୍ୟ କଲେ, ବାଡ଼େଇ ବାଡ଼େଇ ମାରିଦେଲେ

ଜାମସେଦପୁର: ଝାରଖଣ୍ଡରେ ତଥାକଥିତ ହିନ୍ଦୁ ବାହିନୀର ଭୟଙ୍କର ରୂପ ଦେଖିବାକୁ ମିଳିଛି। କିଛି ଲୋକ ପ୍ରଥମେ ଜଣେ ଯୁବକଙ୍କୁ ବାଇକ୍‌ ଚୋର ଭାବି କାବୁ କରିଥିଲେ। ଏହାପରେ ଉକ୍ତ ଯୁବକଙ୍କୁ ଏକ ଖୁଣ୍ଟିରେ ବାନ୍ଧି ଦୀର୍ଘ ୭ ଘଣ୍ଟା କାଳ ମାଡ଼ ମାରିଥିଲେ। ଏହି ସମୟରେ ତଥାକଥିତ ହିନ୍ଦୁ ବାହିନୀର ସଦସ୍ୟମାନେ ତାଙ୍କୁ ଜୟ ଶ୍ରୀରାମ ଓ ଜୟ ହନୁମାନ ନାରା ଦେବାକୁ ବାଧ୍ୟ କରାଇଥିଲେ। ମାଡ଼ ଖାଇ ଯୁବକ ଜଣଙ୍କ ଅଚେତ ହୋଇଯିବାରୁ ସ୍ଥାନୀୟ ଲୋକେ […]

wa

Hemant Lenka
  • Published: Monday, 24 June 2019
  • , Updated: 24 June 2019, 04:41 PM IST

ଜାମସେଦପୁର: ଝାରଖଣ୍ଡରେ ତଥାକଥିତ ହିନ୍ଦୁ ବାହିନୀର ଭୟଙ୍କର ରୂପ ଦେଖିବାକୁ ମିଳିଛି। କିଛି ଲୋକ ପ୍ରଥମେ ଜଣେ ଯୁବକଙ୍କୁ ବାଇକ୍‌ ଚୋର ଭାବି କାବୁ କରିଥିଲେ। ଏହାପରେ ଉକ୍ତ ଯୁବକଙ୍କୁ ଏକ ଖୁଣ୍ଟିରେ ବାନ୍ଧି ଦୀର୍ଘ ୭ ଘଣ୍ଟା କାଳ ମାଡ଼ ମାରିଥିଲେ।

ଏହି ସମୟରେ ତଥାକଥିତ ହିନ୍ଦୁ ବାହିନୀର ସଦସ୍ୟମାନେ ତାଙ୍କୁ ଜୟ ଶ୍ରୀରାମ ଓ ଜୟ ହନୁମାନ ନାରା ଦେବାକୁ ବାଧ୍ୟ କରାଇଥିଲେ। ମାଡ଼ ଖାଇ ଯୁବକ ଜଣଙ୍କ ଅଚେତ ହୋଇଯିବାରୁ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଉକ୍ତ ଯୁବକଙ୍କ ନାଁ ଶାମସ୍‌ ତାବ୍ରେଜ(୨୪)।

ମଙ୍ଗଳବାର ସନ୍ଧ୍ୟାରେ ଶାମସ୍‌ଙ୍କୁ କିଛି ଲୋକ ବାଇକ୍‌ ଚୋର ଭାବି ଧରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏକାଠି ହୋଇ ଶାମସଙ୍କୁ ମନଇଚ୍ଛା ମାଡ଼ ମାରିଥିଲେ। ଏହି ସମୟରେ ଜଣେ କେହି ପୂରା ଘଟଣାର ଶୁଟିଂ କରିଥିଲେ।

ଭିଡିଓ ଅନୁସାରେ ମାଡ଼ ମାରୁଥିବା ଲୋକମାନେ ଶାମସଙ୍କୁ ଜୟ ଶ୍ରୀରାମ ଓ ଜୟ ହନୁମାନ ନାରା ଦେବାକୁ ବାଧ୍ୟ କରି ଆହୁରି ମାଡ଼ ମାରିଥିଲେ। ଘଟଣା ପରେ ପୁଲିସ୍‌ ଶାମସଙ୍କୁ ହସ୍ପିଟାଲ୍‌ ନେଇଥିଲା। ହେଲେ ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଶାମସଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ପୁଲିସ୍‌ ପ୍ରାଥମିକ ଚେକ୍‌ ଅପ୍‌ ପରେ ଶାମସଙ୍କୁ ସରେଇକେଲା ଜେଲ୍‌କୁ ପଠାଇ ଦେଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣିଥରେ ଟାଟା ମଣି ହସ୍ପିଟାଲକୁ ଅଣାଯାଇଥିଲା। ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଏଯାଏ ପୁଲିସ୍‌ କାହାକୁ ବି ଗିରଫ କରିନାହିଁ। ଶାମସ ପୁଣେରେ କାମ କରୁଥିବା ବେଳେ ଏଠାରେଆ ଥିବା ଘରକୁ ଆସିଥିଲେ। ଏହି ସମୟରେ ତାଙ୍କର ବାହାଘର ହେବ ବୋଲି ମଧ୍ୟ ପରିବାର ଲୋକ ସ୍ଥିର କରିଥିଲେ। ହେଲେ ଏଭଳି ଘଟଣାରେ ତାଙ୍କ ଜୀବନ ଚାଲିଯାଇଛି।

https://twitter.com/i/status/1142679117579472896

https://twitter.com/i/status/1142685908191199232

Related story