ଗାନ୍ଧିଜୀଙ୍କୁ ଗୁଳି କରି ଶ୍ରାଦ୍ଧ ବାର୍ଷିକୀ ପାଳିଲା ହିନ୍ଦୁ ମହାସଭା! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ବାର୍ଷିକୀ ସମଗ୍ର ଦେଶରେ ପାଳନ ହୋଇଛି। ତେବେ ଅଖିଳ ଭାରତ ହିନ୍ଦୁ ମହାସଭା ଗାନ୍ଧିଜୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ପୁଣିଥରେ ଗୁଳି କରି ଏହି ଦିବସକୁ ପାଳନ କରିଛି। ସେହିପରି ଗାନ୍ଧିଜୀଙ୍କୁ ଗୁଳି କରିଥିବା ନାଥୁରାମ ଗଡ଼ସେକୁ ହିନ୍ଦୁ ମହାସଭା ପକ୍ଷରୁ ସହିଦ ଭାବେ ପ୍ରତିପାଦନ କରାଯାଇଛି। ଯାହାକୁ ନେଇ ଏବେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ଭିଡିଓ ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ […]

h

h

Hemant Lenka
  • Published: Wednesday, 30 January 2019
  • Updated: 30 January 2019, 08:21 PM IST

Sports

Latest News

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ବାର୍ଷିକୀ ସମଗ୍ର ଦେଶରେ ପାଳନ ହୋଇଛି। ତେବେ ଅଖିଳ ଭାରତ ହିନ୍ଦୁ ମହାସଭା ଗାନ୍ଧିଜୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ପୁଣିଥରେ ଗୁଳି କରି ଏହି ଦିବସକୁ ପାଳନ କରିଛି।

ସେହିପରି ଗାନ୍ଧିଜୀଙ୍କୁ ଗୁଳି କରିଥିବା ନାଥୁରାମ ଗଡ଼ସେକୁ ହିନ୍ଦୁ ମହାସଭା ପକ୍ଷରୁ ସହିଦ ଭାବେ ପ୍ରତିପାଦନ କରାଯାଇଛି। ଯାହାକୁ ନେଇ ଏବେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ଭିଡିଓ ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଉତ୍ତର ପ୍ରଦେଶର ଆଲିଗଡ଼ ଠାରେ ମହାସଭାର ଜାତୀୟ ସମ୍ପାଦକ ପୂଜା ଶାଖୁନ ପାଣ୍ଡେ ବୁଧବାର ଗାନ୍ଧିଜୀଙ୍କ ଫଟୋକୁ ଲକ୍ଷ୍ୟ କରି ଗୁଳି କରିଥିଲେ। ସେ ଗୁଳି କରିବା ପରେ ଫଟୋରେ ଥିବା ଗାନ୍ଧିଜୀଙ୍କ ଶରୀରରୁ ରକ୍ତଶ୍ରାବ ହୋଇଥିଲା। ଏହାପରେ ସେ ସମସ୍ତଙ୍କୁ ମିଠା ବାଣ୍ଟିଥିଲେ।

ଅଭିଯୋଗ ଅନୁଯାୟୀ, ନାଥୁରାମ ଗଡ଼ସେ ହିନ୍ଦୁ ମହାସଭାର ସଦସ୍ୟ ଥିଲା। ସେ ୧୯୪୮ ମସିହା ଆଜିର ଦିନରେ ଗାନ୍ଧିଜୀଙ୍କୁ ଗୁଳି କରିଥିଲା।
ତେବେ ଆଉ ଏକ ରିପୋର୍ଟ ଅନୁଯାୟୀ ପାଣ୍ଡେଙ୍କ ପାଖରେ ଥିବା ଲୋକମାନେ ପ୍ରକୃତ ହିନ୍ଦୁ ମହାସଭାର ସଦସ୍ୟ ନୁହନ୍ତି ବୋଲି କୁହାଯାଇଛି।

https://twitter.com/i/status/1090578604872720385

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos