ହିଜବୁଲ ମୁଖ୍ୟ ଓ ଭତକଲ ବ୍ରଦର୍ସକୁ ଆତଙ୍କୀ ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ଅସିଦ୍ଧ ଘୋଷଣା ହୋଇଥିବା ହିଜବୁଲ ମଜାହିଦ୍ଦିନର ମୁଖ୍ୟ ସୟଦ ସଲାଉଦ୍ଦିନ ଓ ଇଣ୍ଡିଆନ ମୁଜାହିଦ୍ଦିନର ପ୍ରତିଷ୍ଠାତା ଭତକଲ ବ୍ରଦର୍ସକୁ ଆଜି ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ଆତଙ୍କବାଦୀ ନିରୋଧ ଆଇନ ୟୁଏପିଏ ଅନୁଯାୟୀ ମୋଟ ୧୮ ଜଣଙ୍କୁ ଆତଙ୍କୀ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ସଲାଉଦ୍ଦିନ ଓ ଭତକଲ ବ୍ରଦର୍ସ ରହିଛନ୍ତି। ୧୯୯୯ ମସିହା ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଅପହରଣ ଘଟଣାରେ ସାମିଲ ଥିବା ଅବଦୁଲ ରୌଫ, ଇବ୍ରାହିମ ଅଥର ଓ ୟୁସୁଫ ଆଝାରକୁ […]

gh

gh

Hemant Lenka
  • Published: Tuesday, 27 October 2020
  • Updated: 27 October 2020, 04:23 PM IST

Sports

Latest News

ନୂଆଦିଲ୍ଲୀ: ଅସିଦ୍ଧ ଘୋଷଣା ହୋଇଥିବା ହିଜବୁଲ ମଜାହିଦ୍ଦିନର ମୁଖ୍ୟ ସୟଦ ସଲାଉଦ୍ଦିନ ଓ ଇଣ୍ଡିଆନ ମୁଜାହିଦ୍ଦିନର ପ୍ରତିଷ୍ଠାତା ଭତକଲ ବ୍ରଦର୍ସକୁ ଆଜି ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ଆତଙ୍କବାଦୀ ନିରୋଧ ଆଇନ ୟୁଏପିଏ ଅନୁଯାୟୀ ମୋଟ ୧୮ ଜଣଙ୍କୁ ଆତଙ୍କୀ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ସଲାଉଦ୍ଦିନ ଓ ଭତକଲ ବ୍ରଦର୍ସ ରହିଛନ୍ତି।

୧୯୯୯ ମସିହା ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଅପହରଣ ଘଟଣାରେ ସାମିଲ ଥିବା ଅବଦୁଲ ରୌଫ, ଇବ୍ରାହିମ ଅଥର ଓ ୟୁସୁଫ ଆଝାରକୁ ମଧ୍ୟ ଏହି ୧୮ ଜଣିଆ ତାଲିକାରେ ସାମିଲ କରାଯାଇଛି।

ପୂର୍ବରୁ ୟୁଏପିଏ ଅନୁଯାୟୀ କେବଳ ଆତଙ୍କୀ ସଂଗଠନକୁ ଆତଙ୍କବାଦୀ ଘୋଷଣା କରାଯାଇ ପାରୁଥିଲା। ହେଲେ ବ୍ୟକ୍ତିବିଶେଷଙ୍କୁ ଆତଙ୍କୀ ଘୋଷଣା କରିବାର କ୍ଷମତା ନଥିଲା। ତେବେ ୨୦୧୯ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଏହି ଆଇନରେ ସଂଶୋଧନ କରି ବ୍ୟକ୍ତିବିଶେଷଙ୍କୁ ୟୁଏପିଏ ଅଧୀନରେ ଆତଙ୍କବାଦୀ ଘୋଷଣା କରିବାର ପ୍ରାବଧନ କରିଛନ୍ତି। ଏହାପରେ ୨୦୧୯ ସେପ୍ଟେମ୍ବରରେ ୪ ଜଣ, ୨୦୨୦ ଜୁଲାଇରେ ୯ ଜଣ ଓ ଏବେ ୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos