ପ୍ରଥମ ଦିନରେ ବିବାଦରେ ଫସିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଡେପୁଟିଙ୍କୁ ତାଗିଦ କଲେ ଶାହ

ନୂଆଦିଲ୍ଲୀ: ଶୁକ୍ରବାର ମନ୍ତ୍ରୀ ପଦ ପାଇବା ପରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିଛନ୍ତି। ତେବେ ପ୍ରଥମଦିନରୁ ହିଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିବାଦ ମଧ୍ୟରେ ଫସି ଯାଇଛି। ଶାହଙ୍କ ଡେପୁଟି ଅର୍ଥାତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜି କିଷ୍ଣନ ରେଡ୍ଡୀ ଏକ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛନ୍ତି। ଏଥିପାଇଁ ଶାହ ତାଙ୍କ ଡେପୁଟି ଶ୍ରୀ ରେଡ୍ଡୀଙ୍କୁ ଡାକି ପ୍ରଥମ ଦିନରେ ହିଁ ତାଗିଦ କରିଛନ୍ତି। ଆଜି ଶ୍ରୀ […]

sw

sw

Hemant Lenka
  • Published: Saturday, 01 June 2019
  • Updated: 01 June 2019, 05:05 PM IST

ନୂଆଦିଲ୍ଲୀ: ଶୁକ୍ରବାର ମନ୍ତ୍ରୀ ପଦ ପାଇବା ପରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିଛନ୍ତି। ତେବେ ପ୍ରଥମଦିନରୁ ହିଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିବାଦ ମଧ୍ୟରେ ଫସି ଯାଇଛି। ଶାହଙ୍କ ଡେପୁଟି ଅର୍ଥାତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜି କିଷ୍ଣନ ରେଡ୍ଡୀ ଏକ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛନ୍ତି। ଏଥିପାଇଁ ଶାହ ତାଙ୍କ ଡେପୁଟି ଶ୍ରୀ ରେଡ୍ଡୀଙ୍କୁ ଡାକି ପ୍ରଥମ ଦିନରେ ହିଁ ତାଗିଦ କରିଛନ୍ତି।

ଆଜି ଶ୍ରୀ ରେଡ୍ଡୀ ଗଣମାଧ୍ୟମକୁ ବୟାନ ଦେଇ କହିଥିଲେ ଯେ “ହାଇଦ୍ରାବାଦ୍‌ ହେଉଛି ଆତଙ୍କବାଦୀଙ୍କ ସୁରକ୍ଷିତ ପେଣ୍ଠ। ଦେଶର ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଯଦି ବେଙ୍ଗାଲୁରୁ କିମ୍ବା ଭୋପାଲରେ କୌଣସି ଘଟଣା ଘଟୁଛି, ଏହାର ମୂଳ ହାଇଦ୍ରାବାଦରେ ହିଁ ରହିଛି। ରାଜ୍ୟ ପୁଲିସ୍‌, ଏନ୍‌ଆଇଏ ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥା ପ୍ରତି ୨ରୁ ୩ ମାସ ମଧ୍ୟରେ ଜଣେ ଆତଙ୍କବାଦୀକୁ ହାଇଦ୍ରାବାଦରୁ ଗିରଫ କରୁଛନ୍ତି। ଏଥିରେ ଭୁଲ କ’ଣ ରହିଲା।”

ଶ୍ରୀ ରେଡ୍ଡୀଙ୍କ ଏଭଳି ବୟାନକୁ ନେଇ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ହାଇଦ୍ରାବାଦ ହେଉଛି ଏମିତି ଏକ ସ୍ଥାନ ଯେଉଁଠାରେ ୫ ବର୍ଷ ହେଲା ସାଂପ୍ରଦାୟିକ ଦଙ୍ଗା ଘଟଣା ଘଟିନାହିଁ। ବିଭିନ୍ନ ଧର୍ମର ପର୍ବପର୍ବାଣୀ ବେଶ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଉଛି।

୫ ବର୍ଷ ମଧ୍ୟରେ କେତେଥର ଏନ୍‌ଆଇଏ, ପୁଲିସ୍‌ କିମ୍ବା ଗୁଇନ୍ଦା ସଂସ୍ଥା ହାଇଦ୍ରାବାଦ୍‌କୁ ଆତଙ୍କବାଦୀଙ୍କ ସୁରକ୍ଷିତ ସ୍ଥଳ ବୋଲି କହିଛନ୍ତି, ସେକଥା ମନ୍ତ୍ରୀ ପ୍ରଥମେ କୁହନ୍ତୁ। ଶ୍ରୀ ରେଡ୍ଡୀ ଦାୟିତ୍ୱହୀନ ବୟାନ ଦେଇଛନ୍ତି। ବିଜେପି ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚାହୁଁଛି।”

ଶ୍ରୀ ରେଡ୍ଡୀଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହେବାରୁ ରେଡ୍ଡୀଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ଚ୍ୟାମ୍ବରଙ୍କୁ ଡାକି ତାଗିଦ କରିଛନ୍ତି। ଏଥିସହ ବୟାନ ଦେବା ପୂର୍ବରୁ ନିଜ ପଦ ଓ ମର୍ଯ୍ୟାଦାକୁ ଦେଖିବା ଦରକାର ବୋଲି ସେ ରେଡ୍ଡୀଙ୍କୁ କହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story