ନୂଆଦିଲ୍ଲୀ: ରାହୁଲଙ୍କ ଏସପିଜି ସୁରକ୍ଷାରେ ତ୍ରୁଟି ନାହିଁ, ଗୃହମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି। ଆମେଠିରେ ନାମାଙ୍କନ ଭରିବା ବେଳେ ଏକ ରୋଡ଼ ଶୋ’ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ସମୟରେ ତାଙ୍କ ମୁଣ୍ଡରେ ଏକ ସବୁଜ ରଙ୍ଗର ଲାଇଟ୍ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହାକୁ ସୁରକ୍ଷାରେ ତୃଟି ଏବଂ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କଂଗ୍ରେସ ଅଭିଯୋଗ କରିଥିଲା।
ଏହାପରେ ଗୃହମନ୍ତ୍ରଣାଳୟ ତଦନ୍ତ କରି ସ୍ପଷ୍ଟ କରିଛି, ସଂପୃକ୍ତ ସବୁଜ ରଙ୍ଗର ଲାଇଟ ଜଣେ କଂଗ୍ରେସ ଫଟୋଗ୍ରାଫରଙ୍କର। ସେ ଫଟୋ ଉଠାଉଥିବାବେଳେ ତାଙ୍କ ମୋବାଇଲର ଫ୍ଲାସ୍ ଲାଇଟ ରାହୁଲଙ୍କ ମୁଣ୍ଡରେ ପଡ଼ିଥିଲା ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଏହାପରେ ସଂପୃକ୍ତ କଂଗ୍ରେସ ଫଟୋଗ୍ରାଫରଙ୍କୁ ଏସପିଜି ଅବଗତ କରାଇ ଦେଇଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି କହିଲେ ମୋଦି, କଂଗ୍ରେସକୁ କଲେ ଟାର୍ଗେଟ
ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି କହିଲେ ମୋଦି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି କହି ବିରୋଧୀଙ୍କୁ କଲେ ସମାଲୋଚନା।
Politics
ଜେଏମଏମର ରାମଦାସଙ୍କ ଠାରୁ ହାରିଲେ ଚମ୍ପାଇ ସୋରେନଙ୍କ ପୁଅ
ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।
Politics
ସୋରେନ ପରିବାରର ୩ ଜଣ ଜିତିଲେ, କିନ୍ତୁ ବିଜେପିରୁ ଲଢ଼ୁଥିବା ବଡ଼ ଭାଉଜ ହାରିଲେ
ଜେଏମଏମରୁ ବାହାରି ବିଜେପି ଟିକେଟରେ ଲଢ଼ୁଥିବା ହେମନ୍ତଙ୍କ ବଡ଼ ଭାଉଜ ଗୀତା ସୋରେନ ପରିବାରର ଏକମାତ୍ର ସଦସ୍ୟ ଭାବେ ପରାସ୍ତ ହୋଇଛନ୍ତି।
Politics
ଜିତିଲେ ରାଜ୍ୟପାଳଙ୍କ ବୋହୂ, ହାରିଲେ ଓଡ଼ିଶାର କଂଗ୍ରେସ ପ୍ରଭାରୀ
ପୂର୍ଣ୍ଣିମା ୧,୦୭,୧୯୧ ଖଣ୍ଡ ଭୋଟ ପାଇଥିବା ବେଳେ ଅଜୟ କୁମାରଙ୍କୁ ୬୪,୩୨୦ ଖଣ୍ଡ ଭୋଟ ମିଳିଛି।
National
ବାପା ହାରିଲେ, ଝିଅ ଜିତିଲେ
ମହାରାଷ୍ଟ୍ରରେ ୨୮୮ଟି ଆସନରୁ ବିଜେପି ମେଣ୍ଟ ୨୩୪ଟି ବିଜୟ ଲାଭ କରୁଥିବା ସ୍ପଷ୍ଟ ହେଉଛି। ଏହି ମେଣ୍ଟ ୨୨୦ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୧୪ଟିରେ ଆଗରେ ରହିଛି।