160ccର ଦମଦାର ଇଞ୍ଜିନ ସହ ବଜାରକୁ ଆସିଲା ନୂଆ ବାଇକ୍‌ ‘X-blade’: ଦାମ୍‌ ରହିଛି...

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଏକ ସମ୍ପୂର୍ଣ୍ଣ ନୂଆ ମଡେଲର ବାଇକ୍‌ ଭାରତୀୟ ବଜାରକୁ ଛାଡିଛି। ଗତକାଲିଠାରୁ ଏହି ନୂଆ ବାଇକ୍‌ ‘X-blade’ର ବିକ୍ରି ଆରମ୍ଭ ହୋଇଛି। ଦିଲ୍ଲୀରେ ଏହାର ଏକ୍ସ-ଶୋରୁମ୍‌ ମୂଲ୍ୟ ୭୮,୫୦୦ ରଖାଯାଇଛି। ଏହା ଏକ Naked sporty motorcycle । ୨୦୧୮ରେ ଆୟୋଜିତ ଅଟୋ ଏକ୍ସପୋରେ ଏହାକୁ ପ୍ରଦର୍ଶନ କରାଯାଇଥିଲା। ଗତ ଫେବ୍ରୁଆରୀ ୧୪ ତାରିଖରୁ କମ୍ପାନୀ ଏହାର ବୁକିଂ ଆରମ୍ଭ କରିଥିଲା। ହୋଣ୍ଡା ଏହି ବାଇକ୍‌ରେ CB Hornet […]

x-blade

x-blade

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 01:02 PM IST

Sports

Latest News

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଏକ ସମ୍ପୂର୍ଣ୍ଣ ନୂଆ ମଡେଲର ବାଇକ୍‌ ଭାରତୀୟ ବଜାରକୁ ଛାଡିଛି। ଗତକାଲିଠାରୁ ଏହି ନୂଆ ବାଇକ୍‌ ‘X-blade’ର ବିକ୍ରି ଆରମ୍ଭ ହୋଇଛି। ଦିଲ୍ଲୀରେ ଏହାର ଏକ୍ସ-ଶୋରୁମ୍‌ ମୂଲ୍ୟ ୭୮,୫୦୦ ରଖାଯାଇଛି। ଏହା ଏକ Naked sporty motorcycle । ୨୦୧୮ରେ ଆୟୋଜିତ ଅଟୋ ଏକ୍ସପୋରେ ଏହାକୁ ପ୍ରଦର୍ଶନ କରାଯାଇଥିଲା। ଗତ ଫେବ୍ରୁଆରୀ ୧୪ ତାରିଖରୁ କମ୍ପାନୀ ଏହାର ବୁକିଂ ଆରମ୍ଭ କରିଥିଲା। ହୋଣ୍ଡା ଏହି ବାଇକ୍‌ରେ CB Hornet 160 R ଫିଚର ନେଇ ନୂଆ ଡିଜାଇନ୍‌ ଓ ଷ୍ଟାଇଲ୍‌ରେ ଭାରତୀୟ ବଜାରକୁ ଛାଡିଛି।

ଏଥିରେ All-LED headlamps ଲଗାଯାଇଛି। CB Hornet 160 R ର ବେସ୍‌ ମଡେଲ ତୁଳନାରେ ଏହାର ମୂଲ୍ୟ ୪୦୦୦ ଟଙ୍କା କମ ରହିଛି।

honda-xblade-160-2ବାଇକ୍‌ର ପଛ ପଟକୁ କମ୍ପାନୀ ଆଉ ଥରେ ଡିଜାଇନ୍‌ କରିଛି। ଏହାର Taillight ସମ୍ପୂର୍ଣ୍ଣ LED ରହିଛି। ଯୁବ ଗୋଷ୍ଠୀଙ୍କୁ ନଜରରେ ରଖି କମ୍ପାନୀ ଏହି ଡିଜାଇନ୍‌ର ବାଇକ୍‌ ଭାରତୀୟ ବଜାରରେ ଛାଡିଛି ଓ ଏହାର ଷ୍ଟାଇଲ୍‌ ଯୁବଗୋଷ୍ଠୀଙ୍କୁ ଆକର୍ଷିତ କରିବା ପରି ହୋଇଛି। ଏହାବାଦ କମ୍ପାନୀ ଏଥିରେ Long flscreen,Twin-Pot Cylinder, Gear-position indicators ଏବଂ Hazard light ପରି ଫିଚର୍‌ ଦେଇଛି।

ଏଥିରେ 160cc ସିଙ୍ଗିଲ ସିଲିଣ୍ଡର, ଏୟାର କୁଲ୍ଡ ଇଞ୍ଜିନ ଦିଆଯାଇଛି। ଯାହା CB Hornetରେ ମଧ୍ୟ ରହିଛି। ଏହି ଇଞ୍ଜିନ 8500 rpm ରେ 13.6 bhp ପାୱାର ଓ 6000 rpm ରେ 13.9 bhp ପାୱାର ଆଣିବାର କ୍ଷମତା ରଖେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos