ଏସିଆରେ ପ୍ରଥମ: ଭାରତରେ ହେଲା କରୋନା ପଜିଟିଭ ବ୍ୟକ୍ତିଙ୍କ ଫୁସଫୁସ ପ୍ରତିରୋପଣ

ଚେନ୍ନାଇ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ଫୁସଫୁସ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ସେ ଆଉ ବଞ୍ଚିବେନି ବୋଲି ସମସ୍ତେ ଆଶଙ୍କା କରୁଥିଲେ। ହେଲେ ଚେନ୍ନାଇର ଗୋଟିଏ ହସ୍ପିଟାଲ ବେଶ ସଫଳତାର ସହ ଉକ୍ତ କରୋନା ପଜିଟିଭ ବ୍ୟକ୍ତିଙ୍କ ଫୁସଫୁସ ପ୍ରତିରୋପଣ କରି ତାଙ୍କ ଜୀବନ ବଞ୍ଚାଇ ଦେଇଛି। ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଭାରତ ଏଭଳି ବିରଳ ଅପରେସନରେ ସଫଳତା ହାସଲ କରିଛି। ଏହାପୂର୍ବରୁ ଭାରତୀୟ ବଂଶୋଦ୍ଭବ ଆମେରିକା […]

lungs

lungs

Hemant Lenka
  • Published: Saturday, 29 August 2020
  • Updated: 29 August 2020, 03:17 PM IST

Sports

Latest News

ଚେନ୍ନାଇ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ଫୁସଫୁସ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ସେ ଆଉ ବଞ୍ଚିବେନି ବୋଲି ସମସ୍ତେ ଆଶଙ୍କା କରୁଥିଲେ। ହେଲେ ଚେନ୍ନାଇର ଗୋଟିଏ ହସ୍ପିଟାଲ ବେଶ ସଫଳତାର ସହ ଉକ୍ତ କରୋନା ପଜିଟିଭ ବ୍ୟକ୍ତିଙ୍କ ଫୁସଫୁସ ପ୍ରତିରୋପଣ କରି ତାଙ୍କ ଜୀବନ ବଞ୍ଚାଇ ଦେଇଛି।

ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଭାରତ ଏଭଳି ବିରଳ ଅପରେସନରେ ସଫଳତା ହାସଲ କରିଛି। ଏହାପୂର୍ବରୁ ଭାରତୀୟ ବଂଶୋଦ୍ଭବ ଆମେରିକା ଡାକ୍ତର ଅଙ୍କିତ ଭରତ ଚିକାଗୋରେ ବିଶ୍ୱର ପ୍ରଥମ ଡାକ୍ତର ଭାବେ କରୋନାରେ ଆକ୍ରାନ୍ତ ଜଣେ ଯୁବତୀଙ୍କ ଶରୀରରେ ଫୁସଫୁସ ପ୍ରତିରୋପଣ କରି ଇତିହାସ ସୃଷ୍ଟି କରିଥିଲେ।

ଚେନ୍ନାଇରେ ଏବେ ପୁଣିଥରେ ଜଣେ କରୋନା ପଜିଟିଭଙ୍କର ଫୁସଫୁସ ପ୍ରତିରୋପଣ ସଫଳତାର ସହ ହୋଇଛି। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀର ଏହି ରୋଗୀ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ସାଂଘାତିକ ଫୁସଫୁସ ଜନିତ ସମସ୍ୟାରେ ପଡ଼ିଥିଲେ। ସେ କରୋନାରେ ଆକ୍ରାନ୍ତ ହେବାର ଦେଢ଼ ମାସ ମଧ୍ୟରେ ତାଙ୍କ ଫୁସଫୁସ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା।

ଏମଜିଏମଚ୍‌ ହସ୍ପିଟାଲର କହିବା କଥା, ବ୍ୟକ୍ତି ଜଣଙ୍କ ଜୁଲାଇ ୮ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କ ଫୁସଫୁସରେ ସଂକ୍ରମଣ ଆରମ୍ଭ ହୋଇଥିଲା। ଅପରେସନ ବେଳେ ଫୁସଫୁସର ମାତ୍ର କିଛି ଅଂଶ କାର୍ଯ୍ୟକ୍ଷମ କରୁଥିଲା। ଜୁନ୍‌ ୨୦ରେ ତାଙ୍କ ଅମ୍ଳଜାନ ସ୍ତର ହ୍ରାସ ପାଇବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଭେଣ୍ଟିଲେଟରରେ ରହିଥିବା ଅବସ୍ଥାରେ ମଧ୍ୟ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା।

ଜୁଲାଇ ୨୦ରେ ତାଙ୍କୁ ଗାଜିଆବାଦରୁ ଏମଜିଏମ ହେଲଥ କେୟାରକୁ ପଠାଯାଇଥିଲା। ଜୁଲାଇ ୨୫ରେ ତାଙ୍କୁ ସର୍ବାଧିକ ଭେଣ୍ଟିଲେଟର ସପୋର୍ଟ ଯୋଗାଇ ଦିଆଯାଇଥିଲେ ହେଁ ତାଙ୍କ ଅବସ୍ଥା ସୁଧୁରିବା ବଦଳରେ ଆହୁରି ବିଗିଡ଼ିଥିଲା। ଏଭଳି ଅବସ୍ଥାରେ ସେ ଦୀର୍ଘ ଗୋଟିଏ ମାସରୁ ଅଧିକ ଦିନ ରହିଥିଲେ। ହେଲେ କିଛି ବି ସଫଳତା ମିଳି ନଥିଲା।

ଶେଷରେ ଡାକ୍ତରମାନେ ତାଙ୍କର ଫୁସଫୁସ ପ୍ରତିରୋପଣ ପାଇଁ ନିଷ୍ପତ୍ତି ନେଇଥିଲେ। ଅଗଷ୍ଟ ୨୭ରେ ଏହି ଅପରେସନ କରାଯାଇଥିଲା। ଏହି ପ୍ରତିରୋପଣ ଅପରେସନର ନେତୃତ୍ୱ ଡା. କେଆର ବାଲାକ୍ରିଷ୍ଣନନ୍ ନେଇଥିଲେ। ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଡାକ୍ତରୀ ଟିମ୍‌ ବେଶ ସଫଳତାର ସହ ତାଙ୍କର ଫୁସଫୁସ ପ୍ରତିରୋପଣ କରିବାକୁ ସକ୍ଷମ ହୋଇଥିଲେ।

ଏବେ ତାଙ୍କ ଅବସ୍ଥା ଧୀରେଧୀରେ ସୁଧୁରିବା ଆରମ୍ଭ କରିଛି। ଉଭୟ ପ୍ରତିରୋପଣ ଫୁସଫୁସ ଠିକ ଭାବେ କାମ କରିବାରୁ ରୋଗୀଙ୍କୁ ଇସିଏମଓ ସର୍ପୋଟରୁ ବାହାର କରି ଦିଆଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos