ଆତଙ୍କବାଦୀଙ୍କ ଟାର୍ଗେଟରେ ଫ୍ରାନ୍ସ: ଛୁରା ମାଡ଼ ପରେ ବନ୍ଧୁକଧାରୀକୁ ଗୁଳି କଲେ ସୁରକ୍ଷାକର୍ମୀ

ପ୍ୟାରିସ୍‌: ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ଫ୍ରାନ୍ସ। ପ୍ରଥମେ ନାଇସ ସହରରେ ଜଣେ ଆତଙ୍କବାଦୀ ଚର୍ଚ୍ଚରେ ପଶି ୩ ଜଣଙ୍କୁ ହତ୍ୟା କରିଥିବା ବେଳେ ଏହାର କିଛି ଘଣ୍ଟା ପରେ ପୁଣି ଅଘଟଣ ଘଟିଛି। ଫ୍ରାନ୍ସର ଅଭିଗନୋନ ସହରର ମୋଣ୍ଟଫାଭେଟରେ ଜଣେ ବନ୍ଧୁକଧାରୀ ଆତଙ୍କୀକୁ ସୁରକ୍ଷାକର୍ମୀ ଗୁଳି କରି ନିହତ କରିଛନ୍ତି। ଏହି ଆତଙ୍କବାଦୀ ଜଣଙ୍କ ରାସ୍ତାରେ ଯାଉଥିବା ଲୋକଙ୍କୁ ଗୁଳି କରିବାକୁ ଧମକ ଦେଉଥିଲା। ସେ ଆହ୍ଲା ହୁ ଆକବର ବୋଲି ମଧ୍ୟ ସମ୍ବୋଧନ କରୁଥିଲା। ତେବେ […]

dfd

dfd

Hemant Lenka
  • Published: Thursday, 29 October 2020
  • Updated: 29 October 2020, 06:47 PM IST

Sports

Latest News

ପ୍ୟାରିସ୍‌: ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ଫ୍ରାନ୍ସ। ପ୍ରଥମେ ନାଇସ ସହରରେ ଜଣେ ଆତଙ୍କବାଦୀ ଚର୍ଚ୍ଚରେ ପଶି ୩ ଜଣଙ୍କୁ ହତ୍ୟା କରିଥିବା ବେଳେ ଏହାର କିଛି ଘଣ୍ଟା ପରେ ପୁଣି ଅଘଟଣ ଘଟିଛି। ଫ୍ରାନ୍ସର ଅଭିଗନୋନ ସହରର ମୋଣ୍ଟଫାଭେଟରେ ଜଣେ ବନ୍ଧୁକଧାରୀ ଆତଙ୍କୀକୁ ସୁରକ୍ଷାକର୍ମୀ ଗୁଳି କରି ନିହତ କରିଛନ୍ତି।

ଏହି ଆତଙ୍କବାଦୀ ଜଣଙ୍କ ରାସ୍ତାରେ ଯାଉଥିବା ଲୋକଙ୍କୁ ଗୁଳି କରିବାକୁ ଧମକ ଦେଉଥିଲା। ସେ ଆହ୍ଲା ହୁ ଆକବର ବୋଲି ମଧ୍ୟ ସମ୍ବୋଧନ କରୁଥିଲା। ତେବେ ସେଠାରେ ଥିବା ସୁରକ୍ଷାକର୍ମୀମାନେ ଆଲର୍ଟ ଥିବାରୁ କୌଣସି ବଡ଼ ଅଘଟଣ ଘଟିନାହିଁ। ଏବେ ପୂରା ଫ୍ରାନ୍ସରେ ହାଇ ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ ମଧ୍ୟ ହୋଇଛନ୍ତି।

ଆଜି ପ୍ରଥମେ ନାଇସ ସହରର ବାସିଲିକା ଚର୍ଚ୍ଚରେ ଜଣେ ଆତଙ୍କବାଦୀ ପ୍ରବେଶ କରି ଆହ୍ଲା ହୁ ଆକବର ନାରା ଦେଇଥିଲା। ଏହାପରେ ସେ ଜଣେ ମହିଳାଙ୍କ ମୁଣ୍ଡ କାଟି ଦେଇଥିଲା। ଏଥିସହ ଛୁରୀ ଭୁସି ଆଉ ଦୁଇ ଜଣଙ୍କୁ ମଧ୍ୟ ହତ୍ୟା କରିଥିଲା। ଖବର ପାଇ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଆତଙ୍କବାଦୀକୁ କାବୁ କରିଥିଲେ। ସୁରକ୍ଷାକର୍ମୀଙ୍କ ପଞ୍ଝାରେ ପଡ଼ିବା ପରେ ମଧ୍ୟ ସେ ଆହ୍ଲା ହୁ ଆକବର ନାରା ଦେଇ ଚାଲିଥିଲା।

ସେହିପରି ସାଉଦି ଆରବରେ ଥିବା ଫ୍ରାନ୍ସ ଦୂତାବାସ ବାହାରେ ଥିବା ସୁରକ୍ଷାକର୍ମୀଙ୍କୁ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ କରି ଆହତ କରିଥିଲା। ତେଣୁ ଏବେ ଫ୍ରାନ୍ସ ଓ ଏହାର ନାଗରିକମାନେ ଆତଙ୍କୀଙ୍କ ଟାର୍ଗେଟରେ ଥିବା ଆଶଙ୍କା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos