ଦୁଇ ଥର ଭାଗ୍ୟ ସାଥ ଦେଲା! ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲା ବିମାନ

ରାଞ୍ଚି: ଦୁଇ ଦୁଇ ଥର ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପେକ ବର୍ତ୍ତି ଯାଇଛି ଏୟାର ଏସିଆର ଏକ ଯାତ୍ରୀବାହୀ ବିମାନ। ରାଞ୍ଚିରୁ ମୁମ୍ବାଇ ଆସିବାକୁ ଥିବା ଏୟାର ଏସିଆର ଏହି ବିମାନରେ ପ୍ରଥମେ ପକ୍ଷୀ ମାଡ଼ ହୋଇଥିଲା। ଏହା ପରେ ବିମାନଟି ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ତେବେ ଉଭୟ ଥର ଦୁର୍ଘଟଣାରୁ ଏହା ବର୍ତ୍ତି ଯାଇଛି। ଏହି ବିମାନରେ ୧୭୬ ଜଣ ଯାତ୍ରୀ ରହିଥିଲେ।

ଆଜି ସକାଳ ୧୧.୩୦ରେ ଏୟାର ଏସିଆର ଇଣ୍ଡିଆ ଏୟାରକ୍ରାଫ୍ଟ ଭିଟି-ଏଚକେଜି ରାଞ୍ଚିରୁ ମୁମ୍ବାଇ ଅଭିମୁଖେ ଯିବାର ଥିଲା। ବିମାନଟି ଯାତ୍ରୀଙ୍କୁ ଧରି ରନୱେରେ ଉଡ଼ିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍‌ ଏଥିରେ ଗୋଟିଏ ପକ୍ଷୀ ମାଡ଼ ହୋଇଥିଲା। ଫଳରେ ରନ୍‌ ୱେରୁ ଏହା ଆଗକୁ ବଢ଼ି ପାରି ନଥିଲା।

ଏହାପରେ ଏହାର ଯାଞ୍ଚ କରାଯାଇଥିଲା। ସମସ୍ତ ଯାଞ୍ଚ ଓ ଏସଓପି ପାଳନ କରାଯିବା ପରେ ବିମାନଟି ସନ୍ଧ୍ୟାରେ ମୁମ୍ବାଇ ଅଭିମୁଖେ ପୁଣି ଉଡ଼ାଣ ପାଇଁ ରନୱେରେ ପହଞ୍ଚିଥିଲା। ତେବେ ଉଡ଼ାଣର ଠିକ୍‌ ପୂର୍ବରୁ ଏହା ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଏହି କାରଣରୁ ବିମାନଟି ଆଉ ଉଡ଼ାଣ ଭରିନାହିଁ। ଯଦି ଠିକଣା ସମୟରେ ଏହାକୁ ଚିହ୍ନଟ କରାଯାଇ ନଥାଆନ୍ତା, ତା’ହେଲେ ପରିସ୍ଥିତି ଭୟଙ୍କର ହୋଇଥାଆନ୍ତା ବୋଲି ଅନେକ ଆଶଙ୍କା କରିଛନ୍ତି।

ଗତକାଲି ଦୁବାଇରୁ କେରଳ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଯାତ୍ରୀବାହୀ ବିମାନ କୋଝିକୋଡ ରନୱେରେ ଅବତରଣ କରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କ୍ରାଶ ଲ୍ୟାଣ୍ଡିଂ ଯୋଗୁ ୧୮ ଜଣଙ୍କ ଲୋକଙ୍କ ଜୀବନ ଯାଇଥିଲା।

ଆହୁରି ପଢ଼ନ୍ତୁ

ଜାତିସଂଘରେ ମିଛ କହିଲେ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍!

ଶାନ୍ତି ପାଇଁ ଧାରା ୩୭୦ ଲାଗୁ କରାଯାଉ: ଫାରୁକ୍

ଡ୍ରଗ୍ସ ଅଭିଯୋଗ ନେଇ ମୁହଁ ଖୋଲିଲେ ଦିଆ ମୀର୍ଜା

କୋଭିଡ୍ ଟେଷ୍ଟ ଟାର୍ଗେଟ ପୂରଣ କରିବାକୁ ୧୫ ଥର ନମୁନା ଦେଲେ ଡାକ୍ତର

ଡ୍ରଗ୍ସ ଲିଙ୍କରେ ଦିଆ ମୀର୍ଜା, ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି କହିଥିଲେ

ଆକ୍ସନ ମୁଡରେ ଏନସିବି, ଆଠ ଗିରଫ୍

ଶରଦ ପାଓ୍ୱାରଙ୍କୁ ଆୟକର ବିଭାଗର ନୋଟିସ୍

ବିରୋଧୀଙ୍କ ଭୂମିକାକୁ ଶେଷ କରିବାକୁ ଚାହୁଁଛନ୍ତି ସରକାର: ପାଓ୍ୱାର

ପଦାରେ ପଡ଼ିଲା ସନ ରାଇଜର୍ସର ମିଡିଲ ଅର୍ଡର ଦୁର୍ବଳତା

ଧାରଣା ଶେଷ କଲେ ଆନ୍ଦୋଳନରତ ଆଠ ନିଲମ୍ବିତ ରାଜ୍ୟସଭା ସାଂସଦ

ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

ଡ୍ରଗ୍ସ ଲିଙ୍କ୍, ଦୀପିକାଙ୍କ ସହଯୋଗୀଙ୍କୁ ସମନ କଲା ଏନସିବି