ଆଧାର କାର୍ଡ ହଜିଯାଇଛି କି? ଏହି ୱେବସାଇଟ୍ ଦ୍ୱାରା ଅନଲାଇନରେ ପାଆନ୍ତୁ ନୂଆ ନମ୍ବର

ଆପଣଙ୍କ ଆଧାର କାର୍ଡ ହଜିଯାଇଛି କି? ତେବେ ଚିନ୍ତା କରନ୍ତୁ ନାହିଁ। ଆପଣ ଏହାକୁ ପୁନର୍ବାର ପାଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଆପଣ ଏହାର ଏନରୋଲମେଣ୍ଟ୍ ସ୍ଲିପ୍ ନମ୍ବର ବା ଆଧାର ନମ୍ବର ଭୁଲି ଯାଇଛନ୍ତି, ତଥାପି ଆପଣ ଆଧାର କାର୍ଡ ଆଉଥରେ ପାଇପାରିବେ କିଛି ଅସୁବିଧା ହେବନି। ଯଦି ଆପଣଙ୍କ ଏନରୋଲମେଣ୍ଟ୍ ସ୍ଲିପ୍ ଓ ଆଧାର ନମ୍ବର ହଜିଯାଇଛି ତେବେ ଆପଣ କ’ଣ କରିବେ? ଆପଣଙ୍କୁ ଏହାର ଅଫିସିଆଲ ୱେବସାଇଟ୍ UIDAI କୁ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 06:14 PM IST

Sports

Latest News

ଆପଣଙ୍କ ଆଧାର କାର୍ଡ ହଜିଯାଇଛି କି? ତେବେ ଚିନ୍ତା କରନ୍ତୁ ନାହିଁ। ଆପଣ ଏହାକୁ ପୁନର୍ବାର ପାଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଆପଣ ଏହାର ଏନରୋଲମେଣ୍ଟ୍ ସ୍ଲିପ୍ ନମ୍ବର ବା ଆଧାର ନମ୍ବର ଭୁଲି ଯାଇଛନ୍ତି, ତଥାପି ଆପଣ ଆଧାର କାର୍ଡ ଆଉଥରେ ପାଇପାରିବେ କିଛି ଅସୁବିଧା ହେବନି।

ଯଦି ଆପଣଙ୍କ ଏନରୋଲମେଣ୍ଟ୍ ସ୍ଲିପ୍ ଓ ଆଧାର ନମ୍ବର ହଜିଯାଇଛି ତେବେ ଆପଣ କ’ଣ କରିବେ? ଆପଣଙ୍କୁ ଏହାର ଅଫିସିଆଲ ୱେବସାଇଟ୍ UIDAI କୁ ଯିବାକୁ ପଡିବ। ଏଠି ଆପଣଙ୍କୁ 'Retrieve lost UID/EID' ର ବିକଳ୍ପ ମିଳିବ। ଏଥିରେ କ୍ଲିକ୍ କଲେ ଏକ ନୂଆ ୱିଣ୍ଡୋ ଖୋଲିବ। ଏଠାରେ ଆପଣଙ୍କୁ ଦୁଇଟି ବିକଳ୍ପ 'ଆଧାର ନମ୍ବର' ଓ 'ଏନରୋଲମେଣ୍ଟ ନମ୍ବର' ମିଳିବ। ଆପଣ ନିଜ ଦରକାର ଅନୁଯାୟୀ ବିକଳ୍ପ ବାଛି ଏଥିରେ ମାଗୁଥିବା ତଥ୍ୟ ଭରନ୍ତୁ।

ଆଧାର ବା ଏନରୋଲମେଣ୍ଟ୍ ନମ୍ବର ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ନାଁ, ମୋବାଇଲ ନମ୍ବର ଓ ଇମେଲ୍ ଆଇଡି ଦେଇ ରେଜିଷ୍ଟ୍ରେସନ କରିବାକୁ ପଡିବ। ଫୋନକୁ ଆସିଥିବା ସିକ୍ୟୁରିଟି କୋଡ ଏଣ୍ଟର୍ କରିବା ପରେ ଆପଣଙ୍କୁ 'ସେଣ୍ଡ୍ ୱାନ୍ ଟାଇମ୍ ପାସୱାର୍ଡ'ରେ କ୍ଲିକ କରି ଓଟିପି ଏଣ୍ଟର କରିବାକୁ ହେବ। ଏଠାରେ ଆପଣଙ୍କୁ ଏନରୋଲମେଣ୍ଟ୍ ନମ୍ବର ବା ଆଧାର ନମ୍ବର ମିଳିଯିବ। ଏହାପରେ ଆପଣ ଏହି ନମ୍ବର ସାହାଯ୍ୟରେ ପୁଣିଥରେ https://eaadhaar.uidai.gov.in/#/ ୱେବ୍‌ସାଇଟ୍‌ରେ କ୍ଲିକ୍ କରନ୍ତୁ। ଏଠାରେ ଆପଣଙ୍କୁ ମୋବାଇଲ ନମ୍ବର ସମେତ ଅନ୍ୟ ସବୁ ତଥ୍ୟ ମଧ୍ୟ ଦେବାକୁ ପଡିବ। ଏହାପରେ ଆପଣ ନିଜ ଆଧାର କାର୍ଡ ବା ଏନରୋଲମେଣ୍ଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos