ପାକିସ୍ତାନର ମୋର୍ଟାର ଆକ୍ରମଣ, ୩ ଭାରତୀୟ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ ସ୍ଥିତ ସୀମାନ୍ତ ଗାଁକୁ ଟାର୍ଗେଟ କରିଛି ପାକିସ୍ତାନ। ପାକିସ୍ତାନର ଅବିଶ୍ରାନ୍ତ ମୋର୍ଟାର ମାଡ଼ରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ପୁଞ୍ଚ ଜିଲ୍ଲା ଗୁଲପୁର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା।

ଏହାର କିଛି ସମୟ ପରେ ଖାରି କରମାର ସେକ୍ଟରରେ ବି ପାକିସ୍ତାନ ସେନା ପ୍ରବଳ ମୋର୍ଟାର ଓ ଗୁଳିମାଡ଼ କରିଥିଲା। ଏଥିରେ ସୀମାନ୍ତ ଗାଁର ୩ ଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ମହମ୍ମଦ ରଫିକ(୫୮), ତାଙ୍କ ପତ୍ନୀ ରଫିଆ ବାଇ(୫୦) ଓ ସେମାନଙ୍କ ୧୫ ବର୍ଷୀୟ ପୁଅ ଇରଫାନ।

ପାକିସ୍ତାନ ଆକ୍ରମଣରେ କିଛି ଲୋକ ଆହତ ମଧ୍ୟ ହୋଇଛି। ମୋର୍ଟାର ମାଡ଼ରେ ଏକାଧିକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯିବାରୁ ପାକିସ୍ତାନ ପଛଘୁଞ୍ଚା ଦେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

କୃଷ୍ଣ ଜନ୍ମଭୂମି ମାମଲା: ମସଜିଦ ଉଚ୍ଛେଦ ଆବେଦନ ଖାରଜ, କ’ଣ ଥିଲା ପୂରା ଇତିହାସ ଜାଣନ୍ତୁ

ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀଙ୍କ ସୁରକ୍ଷା ସମ୍ପର୍କରେ ପୁଲିସକୁ‌ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି

ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇ ଅବସର ନେବେ ଜଷ୍ଟିସ୍ ଏସ.କେ ଯାଦବ

ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି

ଜାପାନ ଯିବେ ଜୟଶଙ୍କର, ବଢ଼ିଲା ଚୀନର ଟେନସନ