ପାଣି ପିଇବାକୁ ଯାଇଥିଲା ଚିତା, ଝାମ୍ଫି ନେଲା କୁମ୍ଭୀର

ଜୋହାନ୍ସବର୍ଗ: ଶିକାରୀ ବନିଛି ଶିକାର। ପାଣି ପିଇବାକୁ ଉଦ୍ୟମ କଲା ବେଳେ ଗୋଟିଏ ଚିତା ବାଘକୁ ଝାମ୍ଫି ନେଇଛି ବିଶାଳକାୟ କୁମ୍ଭୀର। ପୂରା ଘଟଣା ଭିଡିଓ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ୧୩ ଫୁଟ ଲମ୍ବର କୁମ୍ଭୀରଟି ଚିତାକୁ ପାଣି ଭିତରକୁ ନେବା ବେଳର ଦୃଶ୍ୟକୁ ଦକ୍ଷିଣ ଆଫ୍ରିକା ୱାଇଲ୍ଡ ଆର୍ଥ ସଫାରୀର ଗାଇଡ୍‌ ବୁସାନି ମୁଚାଲି ନିଜ କ୍ୟାମେରରେ କଏଦ କରିଛନ୍ତି। ଏହି ଘଟଣାଟି ଦକ୍ଷିଣ ଆଫ୍ରିକାର &Beyond Phinda Private Game Reserveରେ ଘଟିଥିବା […]

et

et

Hemant Lenka
  • Published: Friday, 25 December 2020
  • Updated: 25 December 2020, 10:02 AM IST

Sports

Latest News

ଜୋହାନ୍ସବର୍ଗ: ଶିକାରୀ ବନିଛି ଶିକାର। ପାଣି ପିଇବାକୁ ଉଦ୍ୟମ କଲା ବେଳେ ଗୋଟିଏ ଚିତା ବାଘକୁ ଝାମ୍ଫି ନେଇଛି ବିଶାଳକାୟ କୁମ୍ଭୀର। ପୂରା ଘଟଣା ଭିଡିଓ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ୧୩ ଫୁଟ ଲମ୍ବର କୁମ୍ଭୀରଟି ଚିତାକୁ ପାଣି ଭିତରକୁ ନେବା ବେଳର ଦୃଶ୍ୟକୁ ଦକ୍ଷିଣ ଆଫ୍ରିକା ୱାଇଲ୍ଡ ଆର୍ଥ ସଫାରୀର ଗାଇଡ୍‌ ବୁସାନି ମୁଚାଲି ନିଜ କ୍ୟାମେରରେ କଏଦ କରିଛନ୍ତି।

ଏହି ଘଟଣାଟି ଦକ୍ଷିଣ ଆଫ୍ରିକାର &Beyond Phinda Private Game Reserveରେ ଘଟିଥିବା ଡେଲିମେଲ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଚିତାଟି ପାଣି ପିଇବା ପାଇଁ ନିକଟରେ ଥିବା ଗଡ଼ିଆକୁ ଯାଇଥିଲା।

ତେବେ ଏଠାରେ ଯେ ଶିକାର ପାଇଁ ଗୋଟିଏ ୧୩ ଫୁଟିଆ କୁମ୍ଭୀର ଛକି ରହିଛି, ସେ ବିଷୟରେ ତାକୁ ଆଦୌ ଜଣା ନଥିଲା। ସେ ପାଣି ପିଇବାକୁ କୂଳରେ ପହଞ୍ଚି ମୁହଁ ବଢ଼ାଇବା କ୍ଷଣି ଫିଲ୍ମ ଷ୍ଟାଇଲରେ କୁମ୍ଭୀରଟି ତା’ ବେକକୁ ଧରି ପକାଇଥିଲା। ଚିତାଟି ଖସିବାକୁ ଉଦ୍ୟମ କରିଥିଲେ ହେଁ ପାଣିର ରାଜା କୁମ୍ଭୀର ଆଗରେ ହାର ମାନିଥିଲା। କୁମ୍ଭୀରଟି ସିଧା ଚିତାକୁ ପାଣି ମଧ୍ୟକୁ ଟାଣି ନେଇ ତା’ର ଶିକାର କରିଥିଲା।

ଉକ୍ତ କଅଁଳ ଚିତା ପଛରେ ତା’ର ସହଯୋଗୀ ମଧ୍ୟ ରହିଥିଲା। ହେଲେ ସେ ଘଟଣା ପରେ କେବଳ ଆଶ୍ଚର୍ଯ୍ୟ ହୋଇ ପାଣିକୁ ଚାହିଁ ରହିଥିଲା। ନିଜ ବନ୍ଧୁକୁ ହରାଇ ସେ ଶେଷରେ ପଛକୁ ଫେରି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos