ବ୍ରିଜ୍‌ ଉପରେ ପୁଲିସ୍‌-ଚାଷୀ ଜୋରଦାର ଲଢ଼େଇ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ଦିଲ୍ଲୀ ଚାଲୋ ଅଭିଯାନ ଆରମ୍ଭ କରିଛନ୍ତି। ପଞ୍ଜାବ ଠାରୁ ଆରମ୍ଭ କରି କେରଳ ଯାଏ ସବୁଆଡ଼େ ଚାଷୀଙ୍କ ରଣହୁଙ୍କାର ଦେଖିବାକୁ ମିଳିଛି। ଲକ୍ଷଲକ୍ଷ ଚାଷୀ ଶୋଭାଯାତ୍ରାରେ ଦିଲ୍ଲୀ ବାହାରିଥିବା ବେଳେ ସେମାନଙ୍କୁ ବିଭିନ୍ନ ରାଜ୍ୟରେ ପୁଲିସ୍‌ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଏହିକ୍ରମରେ ପଞ୍ଜାବ-ହରିଆଣା ସୀମାରେ ଚାଷୀ ଓ ପୁଲିସ୍‌ ମଧ୍ୟରେ ଡ୍ରାମାଟିକ ସଂଘର୍ଷ ଦେଖିବାକୁ ମିଳିଛି। ହରିଆଣାର ଅମ୍ବାଲା ବ୍ରିଜ୍‌ ଦେଇ ଚାଷୀମାନେ […]

fr

fr

Hemant Lenka
  • Published: Thursday, 26 November 2020
  • Updated: 26 November 2020, 01:10 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ଦିଲ୍ଲୀ ଚାଲୋ ଅଭିଯାନ ଆରମ୍ଭ କରିଛନ୍ତି। ପଞ୍ଜାବ ଠାରୁ ଆରମ୍ଭ କରି କେରଳ ଯାଏ ସବୁଆଡ଼େ ଚାଷୀଙ୍କ ରଣହୁଙ୍କାର ଦେଖିବାକୁ ମିଳିଛି। ଲକ୍ଷଲକ୍ଷ ଚାଷୀ ଶୋଭାଯାତ୍ରାରେ ଦିଲ୍ଲୀ ବାହାରିଥିବା ବେଳେ ସେମାନଙ୍କୁ ବିଭିନ୍ନ ରାଜ୍ୟରେ ପୁଲିସ୍‌ ଆକ୍ରୋଶର ଶିକାର ହେବାକୁ ପଡ଼ିଛି।

ଏହିକ୍ରମରେ ପଞ୍ଜାବ-ହରିଆଣା ସୀମାରେ ଚାଷୀ ଓ ପୁଲିସ୍‌ ମଧ୍ୟରେ ଡ୍ରାମାଟିକ ସଂଘର୍ଷ ଦେଖିବାକୁ ମିଳିଛି। ହରିଆଣାର ଅମ୍ବାଲା ବ୍ରିଜ୍‌ ଦେଇ ଚାଷୀମାନେ ଦିଲ୍ଲୀ ଯିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପୁଲିସ୍‌ ଅଟକାଇ ଥିଲା। ଏହାପରେ ସେଠାରେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଛି।

ଚାଷୀମାନେ ବ୍ୟାରିକେଡ୍‌ଗୁଡ଼ିକୁ ବ୍ରିଜ୍‌ ତଳ ନଦୀକୁ ଫିଙ୍ଗି ଆଗକୁ ବଢ଼ୁଥିବା ବେଳେ ପୁଲିସ୍‌ ସେମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ୍‌ ଓ ପାଣି ମାଡ଼ କରିଛି। ତଥାପି ଚାଷୀମାନେ ଏହାକୁ ବେଖାତିର କରି ଆଗକୁ ମାଡ଼ି ଚାଲିଛନ୍ତି। ହଜାର ହଜାର ଚାଷୀ କରନା ଲେକ୍ ପାଖରେ ଏକାଠି ହୋଇ ଦିଲ୍ଲୀ ଅଭିମୁଖେ ଯିବାକୁ ଉଦ୍ୟମ ଜାରି ରଖିଛନ୍ତି। ପୁଲିସ ସେମାନଙ୍କୁ ପାଣି ମାଡ଼ କରିବାରୁ ଚାଷୀମାନେ ପଞ୍ଜାବ-ହରିଆଣା ସୀମା ଶମ୍ବୁଠାରେ ପଥରମାଡ଼ କରିଥିବା ଖବର ମିଳିଛି।
https://twitter.com/i/status/1331844710822936577

ପୁଲିସ୍‌ ସେମାନଙ୍କୁ ପଛକୁ ହଟିବାକୁ କହୁଥିଲେ ହେଁ କେହି ବି ଏହାକୁ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଅନ୍ୟପକ୍ଷରେ ୬ ରାଜ୍ୟ-ପଞ୍ଜାବ, ହରିଆଣା, ରାଜସ୍ଥାନ, କେରଳ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ଚାଷୀମାନେ ଦିଲ୍ଲୀ ଅଭିମୁଖେ ବାହାରି ଥିବାରୁ ଏଠାକାର ସୀମାକୁ ସିଲ୍‌ କରି ଦେଇଛନ୍ତି। ସୀମାରେ ବ୍ୟାପକ ସଂଖ୍ୟକ ପୁଲିସ୍‌ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ତେବେ ଚାଷୀଙ୍କ ଉପରକୁ ପାଣିମାଡ଼ ଓ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜୋରଦାର ବିରୋଧ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଚାଷୀ ବିରୋଧୀ ଆଇନ ଆଣିଛନ୍ତି। କୃଷକମାନେ ଏହାକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଥିବା ବେଳେ ସେମାନଙ୍କ ଉପରକୁ ପାଣି ମାଡ଼ କରାଯାଉଛି। କେନ୍ଦ୍ର ସରକାର ତୁରନ୍ତ ନୂଆ ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ କହିଛନ୍ତି।
https://twitter.com/i/status/1331833223324712961
https://twitter.com/i/status/1331842184652365825
ସେହିପରି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟରଙ୍କ ନିର୍ଦ୍ଦେଶକ୍ରମେ ଆଜି ଓ ଆସନ୍ତାକାଲି ରାଜ୍ୟର ସୀମାକୁ ସିଲ କରାଯାଇଛି। ପଞ୍ଜାବକୁ ଲାଗିଥିବା ସୀମାରେ ବ୍ୟାରିକେଡ୍‌ ସହ ପାଣି ଟ୍ୟାଙ୍କର ଓ ଦଙ୍ଗାକୁ ପ୍ରତିହିତ କକରିବା ପାଇଁ ଗାଡ଼ି ମୁତୟନ କରାଯାଇଛି।ରାଜ୍ୟରେ କୌଣସି ପ୍ରକାରର ସମାବେଶ ମଧ୍ୟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ହରିଆଣାରୁ ପଞ୍ଜାବକୁ ଯିବାକୁ ଓ ଆସିବାକୁ ଥିବା ବସ୍‌ ସେବାକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି। ତଥାପି ଚାଷୀମାନେ ଶୋଭାଯାତ୍ରାରେ ବାହାରି ଥିବାରୁ ସେମାନଙ୍କୁ ପୁଲିସ୍‌ ଆକ୍ରୋଶର ଶିକାର ହେବାକୁ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos