ପରକିୟା ପ୍ରୀତିର ଭୟଙ୍କର ପରିଣତି: ସ୍ତ୍ରୀକୁ ୩୫ଥର ଛୁରିରେ ଭୁଷିଲା ସ୍ୱାମୀ

ନୂଆଦିଲ୍ଲୀ:ପରକିୟା ପ୍ରୀତିର ଭୟଙ୍କର ପରିଣତି । ବର୍ବତାର ସୀମା ଟପିଲା ସ୍ୱାମୀ । ନିଜ ସ୍ତ୍ରୀକୁ ୩୫ଥର ଛୁରିରେ ଆକ୍ରମଣ କଲା ସ୍ୱାମୀ। ଏପରିକି ମା କୁ ବଞ୍ଚାଇବାକୁ ଆସିଥିବା ପୁଅ ମଧ୍ୟ ଛୁରୀ ମାଡ଼ରେ ଶିକାର  ହୋଇଛି। ଏମିତି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଉତ୍ତର ଦିଲ୍ଲୀର ଦିଲସାଡ ଗାର୍ଡ଼େନରେ। ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଭୋରୁ ୫ଟାରେ  ବିନୋଦ ବିଶତ୍‌ ନାମକ ଜଣେ ଯୁବକ ନିଜ ଘରକୁ ଫେରିଥିଲେ।  ଏହି ସମୟରେ ସ୍ତ୍ରୀ ରେଖା(୩୬)ଙ୍କ ମଧ୍ୟରେ କଳି ହୋଇଥିଲା।  ତେବେ ଏହି ବିବାଦ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ସ୍ୱାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଗୋଟିଏ ଛୁରି ସହାୟତାରେ ଆକ୍ରମଣ କରିଥିଲା ।

ତେବେ ମା’ର ଚିତ୍କାର ଶୁଣି ଅନ୍ୟ ଏକ ଘରେ ଶୋଇଥିବା ୧୫ ବର୍ଷର ପୁଅ ବିନିତ୍‌ ଉଠିପଡ଼ିଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଆସି ମା’ କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ବିନିତ୍‌ଙ୍କୁ ମଧ୍ୟ ତାଙ୍କ ବାପା ଆକ୍ରମଣ କରିଥିଲେ। ତେବେ ବିନିତ୍‌ ଚିତ୍କାର କରିବାରୁ ତାଙ୍କ ବାପା ଆକ୍ରମଣ ପରେ ଫେରାର ହୋଇଯାଇଥିଲେ। ପରେ ଉଭୟ ମା’ ଏବଂ ପୁଅକୁ  ସ୍ଥାନୀୟ ଗୁରୁ ଟେଗ୍‌ ବାହାଦୂର ଶାସ୍ତ୍ରୀ ମେଡିକାଲକୁ ନିଆଯାଇଥିଲା। ପୋଲିସ କହିବା ଅନୁଯାୟୀ ପୁଅଟି ବଞ୍ଚିଯାଇଥିବା ବେଳେ ମା’ର ମୃତ୍ୟୁ ଘଟିଛି। ବିନୋଦଙ୍କ ସ୍ତ୍ରୀର ଶରୀରରେ ୩୫ଟି ଆକ୍ରମଣ ଚିହ୍ନ ଥିବା ଜଣାପଡ଼ିଛି।  ପ୍ରାଥମିକ ତଦନ୍ତ କରି ହତ୍ୟାର କାରଣ ଖୋଜିପାଇଛି ପୋଲିସ।

ସୌଜନ୍ୟ ହିନ୍ଦୁସ୍ଥାନ୍‌ ଟାଇମ୍‌ସ୍‌

ଆହୁରି ପଢ଼ନ୍ତୁ

୧୫ ଦିନରେ ଆମେରିକାର ୯ ବଡ଼ ପଦକ୍ଷେପ

ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଓ ସହଯୋଗୀଙ୍କ ୨୫୦୦ ହଜାର କୋଟିର ସମ୍ପତ୍ତି ଜବତ

ବିଶ୍ୱ ପୁନର୍ଗଠନ ପ୍ରକ୍ରିୟାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ: ମୋଦି

୬ଟି ବ୍ରିଜର ଉଦଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

ଦେଶରେ ପ୍ରଥମ: ଗୋଟିଏ ଗାଁରେ ଏକାଧିକ କରୋନା ସୁପର ସ୍ପ୍ରେଡର, ମୁତୟନ ହେଲେ କମାଣ୍ଡୋ

ମୁଖ୍ୟମନ୍ତ୍ରୀ କହିଲେ, ମୁଁ ସବୁ ବିଭାଗର ମନ୍ତ୍ରୀ

ଦୈନିକ ୧୫ କିମି ରାସ୍ତା ଚାଲିଚାଲି ୩୦ ବର୍ଷ ହେଲା ଚିଠି ଦେଉଛନ୍ତି ଏହି ପୋଷ୍ଟମ୍ୟାନ୍‌

ବିକାଶ ଦୁବେ ଗିରଫ ହେବା ପରେ ଉଠିଲା ଅନେକ ପ୍ରଶ୍ନ? ଜାଣନ୍ତୁ ସେଗୁଡ଼ିକ କ’ଣ

ବିକାଶ ଦୁବେ ଆତ୍ମସମର୍ପଣ କଲା ନା ଗିରଫ ହେଲା? ପଚାରିଲେ ଅଖିଲେଶ ଯାଦବ

ଆଇଆଇଟି ସହକାରୀ ପ୍ରଫେସରଙ୍କ ଆତ୍ମହତ୍ୟା

‘ମୁଁ ହିଁ ବିକାଶ ଦୁବେ’ କାନପୁର ୱାଲା: କେମିତି ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ

ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨୪,୮୭୯ ପଜିଟିଭ, ୪୮୭ ମୃତ