ପୁଣି ଦୋହଲିଲା କର୍ଣ୍ଣାଟକା ମେଣ୍ଟ ସରକାର: ଉପ ମୁଖ୍ୟମନ୍ତ୍ରୀ ଖେଳିଲେ ଦଳିତ କାର୍ଡ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ସରକାର ଗଠନ କରିଥିବା କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟରେ ପୁଣିଥରେ ଫାଟ ସୃଷ୍ଟି ହୋଇଛି। ପୂର୍ବରୁ ଜେଡିଏସ୍‌ ଓ କଂଗ୍ରେସ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣା ଓଟରା ଚାଲିଥିଲା। କିନ୍ତୁ ଏବେ କଂଗ୍ରେସ ନେତା ତଥା କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ଦଳିତ କାର୍ଡ ଖେଳି ପୂରା ସରକାରଙ୍କୁ ଦୋହଲାଇ ଦେଇଛନ୍ତି। ସେ କହିଛନ୍ତି, “ମୁଁ ଦଳିତ ହୋଇଥିବାରୁ ମୋତେ ମୁଖ୍ୟମନ୍ତ୍ରୀ ପଦ ମିଳିଲା ନାହିଁ। ଦଳିତ ହୋଇଥିବାରୁ ମୁଁ ବିନା […]

g

g

Hemant Lenka
  • Published: Monday, 25 February 2019
  • Updated: 25 February 2019, 04:34 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ସରକାର ଗଠନ କରିଥିବା କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟରେ ପୁଣିଥରେ ଫାଟ ସୃଷ୍ଟି ହୋଇଛି। ପୂର୍ବରୁ ଜେଡିଏସ୍‌ ଓ କଂଗ୍ରେସ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣା ଓଟରା ଚାଲିଥିଲା। କିନ୍ତୁ ଏବେ କଂଗ୍ରେସ ନେତା ତଥା କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ଦଳିତ କାର୍ଡ ଖେଳି ପୂରା ସରକାରଙ୍କୁ ଦୋହଲାଇ ଦେଇଛନ୍ତି। ସେ କହିଛନ୍ତି, “ମୁଁ ଦଳିତ ହୋଇଥିବାରୁ ମୋତେ ମୁଖ୍ୟମନ୍ତ୍ରୀ ପଦ ମିଳିଲା ନାହିଁ। ଦଳିତ ହୋଇଥିବାରୁ ମୁଁ ବିନା ପ୍ରତିବାଦରେ ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କଲି।”

ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରଙ୍କ ଏଭଳି ବୟାନ ପରେ କର୍ଣ୍ଣାଟକା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଦାଭନଗେର ଠାରେ ଆୟୋଜିତ ଏକ ଦଳିତ ଶୋଭାଯାତ୍ରାରେ ଯୋଗଦେଇ ଶ୍ରୀ ପରମେଶ୍ୱର କହିଛନ୍ତି, “ଉଚ୍ଚ ଓ ନୀଚ୍ଚ ଜାତି ଭେଦଭାବର ପୀଡ଼ିତ ମୁଁ ହୋଇଛି। ଏଥିପାଇଁ ମୋତେ ମୁଖ୍ୟମନ୍ତ୍ରୀ ପଦ ମିଳିଲା ନାହିଁ। ଯେଉଁ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋର ଇଚ୍ଛା ନ ଥିଲା, ସେହି ପଦକୁ ମୁଁ ବାଧ୍ୟ ହୋଇ ଗ୍ରହଣ କରିଛି।”

କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କଂଗ୍ରେସ ତୁଳନାରେ ଜେଡିଏସ୍‌ ଯଥେଷ୍ଟ କମ୍‌ ଆସନ ପାଇଥିଲା। କିନ୍ତୁ ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ ପାଇଁ ସର୍ତ୍ତ ରଖିଥିଲେ। ଏହି ସର୍ତ୍ତ ଅନୁସାରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ କଂଗ୍ରେସ ଜେଡିଏସ୍‌ ସହ ମିଶି ସରକାର ଗଠନ କରିଥିଲା। ହେଲେ ଏହି ମେଣ୍ଟ ଉପରେ କଂଗ୍ରେସର କିଛି ବରିଷ୍ଠ ନେତା ଖୁସି ନାହାନ୍ତି। ଫଳରେ ଅନେକ ସମୟରେ ଜେଡିଏସ୍‌ ଓ କଂଗ୍ରେସ ମେଣ୍ଟରେ ଏଭଳି ମତାନ୍ତର ଓ ମନାନ୍ତର ଦେଖିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos