ପତ୍ନୀଙ୍କୁ ଇଡିର ସମନ ପରେ ବିଜେପି ଫାଇଲ କଥା କହିଲେ ସଞ୍ଜୟ ରାଉତ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଭଳି ଏଜେନ୍ସିର ଗୁରୁତ୍ୱ ଦିନକୁ ଦିନ ହ୍ରାସ ପାଇବାରେ ଲାଗୁଛି। କାରଣ ଏହି ଏଜେନ୍ସିଗୁଡ଼ିକୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ଆଜି ଏଭଳି ଢଙ୍ଗରେ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ଗତକାଲି ପିଏମସି ବ୍ୟାଙ୍କ ଦୁର୍ନୀତି ଘଟଣାରେ ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ଜେରା କରିବା ପାଇଁ ଇଡି ସମନ କରିଥିଲା। ଏହାକୁ ଶ୍ରୀ ରାଉତ ରାଜନୀତିକ ଯୁଦ୍ଧ ବୋଲି କହିବା ସହ ଫେସ […]

de

de

Hemant Lenka
  • Published: Monday, 28 December 2020
  • Updated: 28 December 2020, 05:31 PM IST

Sports

Latest News

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଭଳି ଏଜେନ୍ସିର ଗୁରୁତ୍ୱ ଦିନକୁ ଦିନ ହ୍ରାସ ପାଇବାରେ ଲାଗୁଛି। କାରଣ ଏହି ଏଜେନ୍ସିଗୁଡ଼ିକୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ଆଜି ଏଭଳି ଢଙ୍ଗରେ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।

ଗତକାଲି ପିଏମସି ବ୍ୟାଙ୍କ ଦୁର୍ନୀତି ଘଟଣାରେ ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ଜେରା କରିବା ପାଇଁ ଇଡି ସମନ କରିଥିଲା। ଏହାକୁ ଶ୍ରୀ ରାଉତ ରାଜନୀତିକ ଯୁଦ୍ଧ ବୋଲି କହିବା ସହ ଫେସ ଟୁ ଫେସ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ମୁଁ ଏ ବିଷୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶିବେସନାର ନେତାମାନଙ୍କ ସହ କଥା ହୋଇ ସାରିଛି। ସେମାନେ ନିଜ ଶୈଳୀରେ ଏହାର ଜବାବ ଦେବେ।

କେହି ବି ଭୟଭୀତ ହେବାର କାରଣ ନାହିଁ। ଦିନକୁ ଦିନ ସିବିଆଇ, ଇଡି ଓ ଇନକମ ଟ୍ୟାକ୍ସ ଭଳି ଏଜେନ୍ସିର ବିଶ୍ୱସନୀୟତା ହ୍ରାସ ପାଉଛି। ପୂର୍ବରୁ ଏହି କେନ୍ଦ୍ରୀୟ ଏଜେନ୍ସି କିଛି ପଦକ୍ଷେପ ନେଉଥିଲେ, ତା’କୁ ସମସ୍ତେ ଗୁରୁତ୍ୱର ସହ ନେଉଥିଲେ। ଏଥିସହ କିଛି ବଡ଼ ଘଟଣା ଘଟିଛି ବୋଲି ଆଶଙ୍କା କରୁଥିଲେ। କିନ୍ତୁ କିଛି ବର୍ଷ ହେଲାଣି ରାଜନୀତିକ ଦଳ ଯେତେବେଳେ କାହାକୁ ସହ୍ୟ କରୁ ପାରୁନାହାନ୍ତି ସେତେବେଳେ କେନ୍ଦ୍ରୀୟ ଏଜେନ୍ସି ସାମ୍ନାକୁ ଆସୁଛି।

ବିଜେପିର ଗୋଟିଏ ଦୁର୍ନୀତି ଫାଇଲ ମୋ ପାଖରେ ରହିଛି। ଏଥିରେ ୧୨୧ ଜଣଙ୍କ ନାଁ ଅଛି। ଖୁବଶୀଘ୍ର ଏଗୁଡ଼ିକୁ ମୁଁ ଇଡିକୁ ଦେବି। ଫାଇଲରେ ଏମିତି କିଛି ନାଁ ରହିଛି, ଯାହାକୁ ଇଡି ୫ ବର୍ଷ ଧରି ତର୍ଜମା କରିବ। କେନ୍ଦ୍ର ସରକାର ଏତେ ତଳକୁ ଖସି ଗଲେଣି ଯେ ନିଜର ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ପରିବାର, ପତ୍ନୀ ଓ ପିଲାଙ୍କୁ ଟାର୍ଗେଟ କରୁଛନ୍ତି। ଇଡିକୁ କେହି ବି ଡରୁନାହାନ୍ତି। ଆମ ପରିବାର କିଛି ବି ଭୁଲ କରିନାହିଁ। ଏହା ବିରୋଧରେ ଲଢ଼େଇ କରିବାକୁ ଆମେ ପ୍ରସ୍ତୁତ।”

ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଇଡି ସମନ କରି ୨୯ ତାରିଖରେ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ କହିଛି। ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ ତାଙ୍କ ନାଁ ଆସିବା ପରେ ଏଭଳି ସମନ କରାଯାଇଥିବା ଜଣାପଡ଼ିଛି।

ଏହାପୂର୍ବରୁ ପିଏମସି ବ୍ୟାଙ୍କ ଦୁର୍ନୀତି ଘଟଣାରେ ଇଡି ସଞ୍ଜୟ ରାଉତଙ୍କ ନିକଟତର କୁହାଯାଉଥିବା ପ୍ରବୀଣ ରାଉତଙ୍କୁ ଗିରଫ କରିଥିଲା। ପ୍ରବୀଣ ରାଉତଙ୍କ ଆକାଉଣ୍ଟରୁ ବର୍ଷାଙ୍କ ଆକାଉଣ୍ଟକୁ ଟଙ୍କା ନେଣଦେଣ ହୋଇଥିବା ଇଡି ଜାଣିବାକୁ ପାଇଛି। ଏହି ନେଣଦେଶ କାହିଁକି ହୋଇଥିଲା ଓ ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି କି ନାହିଁ, ସେକଥା ଜାଣିବା ପାଇଁ ଇଡି ବର୍ଷାଙ୍କୁ ସମନ କରିଥିବା ଜଣାପଡ଼ିଛି।

ପୂର୍ବରୁ ଦୁଇଥର ଇଡି ବର୍ଷାଙ୍କୁ ସମନ କରିଥିଲା। ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ସମନ ଅନୁଯାୟୀ ଇଡି କାର୍ଯ୍ୟାଳୟକୁ ଯାଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story