ରାଜସ୍ଥାନ ଓ ଛତିଶଗଡ଼ରେ ନିର୍ବାଚନ ହାରିବ ବୋଲି ବିଜେପି ଜାଣିଥିଲା!

ନୂଆଦିଲ୍ଲୀ: ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ଜିତିବାକୁ ଜୋରଦାର ପ୍ରଚାର କରିଥିଲା। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ଅନ୍ୟ ନେତାମାନେ ସେଠାକୁ ଯାଇ ଘନଘନ ପ୍ରଚାର କରିଥିଲେ। ହେଲେ ଦଳ ଏହି ଦୁଇ ରାଜ୍ୟରେ ହାରିବ ବୋଲି ଆଗରୁ ଜାଣିଥିଲା ବୋଲି ବିଜେପିର ରାଜ୍ୟସଭା ସାଂସଦ ସଞ୍ଜୟ କାକଡେ କହିଛନ୍ତି। ମହାରାଷ୍ଟ୍ରରୁ ସଂସଦର ଉଚ୍ଚ ସଦନକୁ ଯାଇଥିବା ସଞ୍ଜୟ କହିଛନ୍ତି, “ ଛତିଶଗଡ଼ ଏବଂ ରାଜସ୍ଥାନରେ ଆମେ ହାରିବୁ ବୋଲି ଜାଣିଥିଲୁ। କିନ୍ତୁ […]

sanjay-kakade-1513604008

sanjay-kakade-1513604008

Hemant Lenka
  • Published: Tuesday, 11 December 2018
  • Updated: 11 December 2018, 02:44 PM IST

Sports

Latest News

ନୂଆଦିଲ୍ଲୀ: ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ଜିତିବାକୁ ଜୋରଦାର ପ୍ରଚାର କରିଥିଲା। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ଅନ୍ୟ ନେତାମାନେ ସେଠାକୁ ଯାଇ ଘନଘନ ପ୍ରଚାର କରିଥିଲେ। ହେଲେ ଦଳ ଏହି ଦୁଇ ରାଜ୍ୟରେ ହାରିବ ବୋଲି ଆଗରୁ ଜାଣିଥିଲା ବୋଲି ବିଜେପିର ରାଜ୍ୟସଭା ସାଂସଦ ସଞ୍ଜୟ କାକଡେ କହିଛନ୍ତି।

ମହାରାଷ୍ଟ୍ରରୁ ସଂସଦର ଉଚ୍ଚ ସଦନକୁ ଯାଇଥିବା ସଞ୍ଜୟ କହିଛନ୍ତି, “ ଛତିଶଗଡ଼ ଏବଂ ରାଜସ୍ଥାନରେ ଆମେ ହାରିବୁ ବୋଲି ଜାଣିଥିଲୁ। କିନ୍ତୁ ମଧ୍ୟପ୍ରଦେଶରୁ ଯେଉଁ ଖବର ଆସୁଛି, ତାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହେଉଛୁ। କାରଣ ମଧ୍ୟପ୍ରଦେଶରେ ଆମେ ଜିତିବୁ ବୋଲି ଶତ ପ୍ରତିଶତ ନିଶ୍ଚିତ ଥିଲୁ।

ମୁଁ ଭାବୁଛି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଯେଉଁ ବିକାଶର କଥା କହିଥିଲେ ଆମେ ସେସବୁକୁ ଭୁଲି ଯାଇଛୁ। ଏବେ କେବଳ ମନ୍ଦିର, ପ୍ରତିମୂର୍ତ୍ତି ଓ ନାମ ପରିବର୍ତ୍ତନକୁ ଅଧିକ ଗୁରୁତ୍ୱ ଦିଆଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos