ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଗୋଟିଏ ଝଟକା, ସହଯୋଗୀଙ୍କ ଘରେ ଆଇଟି ରେଡ୍

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଥିବା ରାଜନୀତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଆଉ ଏକ ଝଟକା ଲାଗିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିବାକୁ ସଂଘର୍ଷ କରୁଥିବା ଗେହଲଟ ଅନ୍ୟପଟେ ଆଇନଗତ ବିବାଦରେ ଛନ୍ଦି ହେବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଗେହଲଟଙ୍କ ଘନିଷ୍ଠ ସହଯୋଗୀଙ୍କ ଏକାଧିକ ଠିକଣାରେ ଆଜି ଆୟକର ବିଭାଗ ଚଢ଼ଉ କରିଛି।

ଗେହଲଟଙ୍କ ସହଯୋଗୀ କୁହାଯାଉଥିବା ଧର୍ମେନ୍ଦ୍ର ରାଠୋରଙ୍କ ରାଜସ୍ଥାନ ଓ ଦିଲ୍ଲୀ ଠିକଣାରେ ଏଭଳି ଚଢ଼ଉ ହୋଇଛି। ସେ ବିଦେଶକୁ ବେଆଇନ ଭାବେ ଅର୍ଥ ନେଣଦେଣ କରିଥିବା ଅଭିଯୋଗ ହୋଇଛି। ରାଠୋରଙ୍କ ବ୍ୟତୀତ ରାଜୀବ ଅରୋରା ନାମକ ଜଣେ ଗହଣା ବ୍ୟବସାୟୀଙ୍କ ଘରେ ମଧ୍ୟ ଆୟକର ବିଭାଗର ଅଧିକାରୀମାନେ ରେଡ କରିଛନ୍ତି।

ଆୟକର ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୨୦୦ ଅଧିକାରୀ ଏକକାଳୀନ ଦିଲ୍ଲୀ, ରାଜସ୍ଥାନ ଓ ମହାରାଷ୍ଟ୍ରର ଏକାଧିକ ସ୍ଥାନରେ ଚଢ଼ଉ କରିଛନ୍ତି।

ଏବେ ବି ଜୟପୁର, କୋଟା, ଦିଲ୍ଲୀ ଓ ମୁମ୍ବାଇରେ ଛାନଭିନ କରାଯାଉଛି। ଟିକସ ଫାଙ୍କିବା ଓ ବିଦେଶକୁ ବେଆଇନ ଭାବେ ଅର୍ଥ ନେଣଦେଣ କରିବା ଭଳି ଅଭିଯୋଗ ପାଇବା ପରେ ଏଭଳି ଚଢ଼ଉ କରାଯାଇଛି।

ଆହୁରି ପଢ଼ନ୍ତୁ

ଆଇଏଏସ୍ ପାଇଥିବା ଐଶ୍ୱର୍ଯ୍ୟାଙ୍କ ନାଁରେ ୧୬ଟି ଫେକ୍ ଆକାଉଣ୍ଟ, ମାମଲା ରୁଜୁ

ହରିଆଣା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଶାନ୍ତଙ୍କ ବାପା ଓ ଭଉଣୀ, ଜାଣନ୍ତୁ କାରଣ

କିଛି ଦିନ ପରେ ବାପା ହୋଇଥାଆନ୍ତେ, କିନ୍ତୁ ବିମାନ ଦୁର୍ଘଟଣା ନେଇଗଲା ଜୀବନ

ଦୁଇ ଥର ଭାଗ୍ୟ ସାଥ ଦେଲା! ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲା ବିମାନ

ସାମ୍ନାକୁ ଆସିଲା ଦିଶାଙ୍କ ଶେଷ ଭିଡିଓ, ଶୁଟିଂର କିଛି ଘଣ୍ଟା ପରେ ମିଳିଥିଲା ମୃତଦେହ

ମରିଗଲା ମାନବିକତା! ହସ୍ପିଟାଲ ଆଗରେ ବୃଦ୍ଧାଙ୍କୁ ନିର୍ଘାତ ମାଡ଼, ଭିଡିଓ ଭାଇରାଲ

‘ଠକ ଠକ’ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ, କୋଟିଏ ଟଙ୍କାରୁ ଅଧିକ ଦାମର ଅଳଙ୍କାର ଠାବ

କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

ଛେଳିଙ୍କ ଡିସ୍କୋ ଡ୍ୟାନ୍ସ, ଭିଡିଓ ଭାଇରାଲ

ସୁଶାନ୍ତଙ୍କ ଶେଷ ସନ୍ତକ ଜାରି କରି ଇମୋସନାଲ ହେଲେ ରିୟା ଚକ୍ରବର୍ତ୍ତୀ

ରିୟାଙ୍କ ଆବେଦନକୁ ବିରୋଧ, ସୁପ୍ରିମକୋର୍ଟରେ ପହଞ୍ଚିଲେ ସୁଶାନ୍ତଙ୍କ ବାପା