ଦୋଷ ମାନିଲେ ବାୟୁସେନା ମୁଖ୍ୟ, ଆମ ମିସାଇଲ ଆମ ହେଲିକପ୍ଟରକୁ ଖସାଇଥିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀ ୨୭ରେ ବାୟୁସେନା ବଡ଼ ଭୁଲ କରିଥିଲା। ଭାରତୀୟ ବାୟୁସେନା ମାଡ଼ କରିଥିବା ଏକ ମିସାଇଲ ହିଁ ଏମଆଇ-୧୭ ହେଲିକପ୍ଟରକୁ ଧ୍ୱଂସ କରିଦେଇଥିଲା। ଏଥିଯୋଗୁ ବାୟୁସେନା ୬ ଜଣ ଅଧିକାରୀଙ୍କୁ ହରାଇଛି। ଏହା ସବୁଠାରୁ ବଡ଼ ଭୁଲ ଥିବା ବୋଲି ଆଜି ବାୟୁସେନା ମୁଖ୍ୟ ରାକେଶ କୁମାର ଭଦୌରିଆ ସ୍ୱୀକାର କରିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଭଦୌରିଆ କହିଛନ୍ତି, “ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଯୁଦ୍ଧ ବିମାନ ଦ୍ୱାରା ଭାରତରେ […]

we

we

Hemant Lenka
  • Published: Friday, 04 October 2019
  • Updated: 04 October 2019, 03:28 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀ ୨୭ରେ ବାୟୁସେନା ବଡ଼ ଭୁଲ କରିଥିଲା। ଭାରତୀୟ ବାୟୁସେନା ମାଡ଼ କରିଥିବା ଏକ ମିସାଇଲ ହିଁ ଏମଆଇ-୧୭ ହେଲିକପ୍ଟରକୁ ଧ୍ୱଂସ କରିଦେଇଥିଲା। ଏଥିଯୋଗୁ ବାୟୁସେନା ୬ ଜଣ ଅଧିକାରୀଙ୍କୁ ହରାଇଛି। ଏହା ସବୁଠାରୁ ବଡ଼ ଭୁଲ ଥିବା ବୋଲି ଆଜି ବାୟୁସେନା ମୁଖ୍ୟ ରାକେଶ କୁମାର ଭଦୌରିଆ ସ୍ୱୀକାର କରିଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଭଦୌରିଆ କହିଛନ୍ତି, “ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଯୁଦ୍ଧ ବିମାନ ଦ୍ୱାରା ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲା। ଏହି ସମୟରେ ପାକିସ୍ତାନ ବିମାନକୁ ଟାର୍ଗେଟ କରି ବାୟୁସେନା ମିସାଇଲ ମାଡ଼ କରିଥିଲା। ହେଲେ ଏହି ସମୟରେ ଜମ୍ମୁ-କଶ୍ମୀରର ବଦଗାଓଁ ଠାରେ ଉଡ଼ୁଥିବା ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକପ୍ଟରରେ ମାଡ଼ ହୋଇଥିଲା। ଫଳରେ ହେଲିକପ୍ଟରଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଏହାପରେ କୋର୍ଟ ଅଫ୍‌ ଇନକ୍ୱାରୀ ବସିଥିଲା। ଏହି ସମୟରେ ଆମ ଭୁଲ ହିଁ ସାମ୍ନାକୁ ଆସିଥିଲା। ଆମେ ଏହି ଘଟଣାରେ ଭୁଲ କରିଥିବା ଦୁଇ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେ ଆମ ଭୁଲ ସ୍ୱୀକାର କରୁଛୁ ଏବଂ ଆଗକୁ ଏମିତି ଭୁଲ ନ କରିବାକୁ ଲକ୍ଷ୍ୟ ରଖିଛୁ।”

ଭଦୌରିଆ ଆହୁରି କହିଛନ୍ତି, “ରାଫେଲ ଓ ଏସ-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ବାୟୁସେନାରେ ସାମିଲ ହେଲେ ଏହା ଯବାନଙ୍କୁ ଆହୁରି ଶକ୍ତିଶାଳୀ କରିବ।”
ଫେବୃଆରୀ ୨୭ରେ ଭାରତ ଓ ପାକିସ୍ତାନ ଆକାଶ ମାର୍ଗରେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଶ୍ରୀନଗରର ବଦଗାଓଁ ଉପରେ ଏକ ଏମଆଇ-୧୭ ହେଲିକପ୍ଟର ଉଡ଼ୁଥିଲା। ତେବେ ବାୟୁସେନା ପକ୍ଷରୁ ମାଡ଼ କରାଯାଇଥିଲା ସ୍ପାଇଡର ଏୟାର ଡିଫେନ୍ସ ମିସାଇଲଟି ଏହି ହେଲିକପ୍ଟରରେ ମାଡ଼ ହୋଇଥିଲା।

ଏହା ତଳକୁ ଖସି ପଡ଼ିବା ସହ ଏହା ମଧ୍ୟରେ ଥିବା ସମସ୍ତ ୬ ଜଣ ଅଧିକାରୀ ପ୍ରାଣ ହରାଇଥିଲେ। ପାକିସ୍ତାନ ସେତେବେଳେ ଏହାକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଥିଲା। ହେଲେ ତଦନ୍ତ ବେଳେ ବାୟୁସେନା ହିଁ ନିଜ ହେଲିକପ୍ଟରକୁ ଭୁଲରେ ଖସାଇ ଦେଇଥିବା ସାମ୍ନାକୁ ଆସିଥିଲା। ଏବେ ବାୟୁସେନା ମୁଖ୍ୟ ନିଜ ଭୁଲ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos