୪୮ରେ ପହଞ୍ଚିଲା ଭୂସ୍ଖଳନ ମୃତ୍ୟୁସଂଖ୍ୟା, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ଇଡୁକ୍କି: କ୍ରମାଗତ ୩ ଦିନ ହେଲା ଜାରି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁ କେରଳର ଏକାଧିକ ଅଞ୍ଚଳର ସ୍ଥିତି ବେକାବୁ ହେବାରେ ଲାଗିଛି। ରାଜ୍ୟର ୬ଟି ଜିଲ୍ଲା ପାଇଁ ପୁଣିଥରେ ଭାରତୀୟ ପାଣିପାଗ ବିଭାଗ ରେର୍ଡ ଆଲର୍ଟ ଜାରି କରିଥିବାରୁ ସରକାର ଓ ସ୍ଥାନୀୟ ଲୋକଙ୍କ ଚିନ୍ତା ଦୁଇ ଗୁଣ ହୋଇଯାଇଛି। ତେବେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ଧୀରେଧୀରେ କମିବ ବୋଲି ବିଭାଗ ଆକଳନ କରିଛି।
ଅନ୍ୟପକ୍ଷରେ ଦୁଇ ଦିନ ତଳେ ରାଜ୍ୟର ଇଡୁକ୍କିରେ ହୋଇଥିବା ଭୟଙ୍କର ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୪୮କୁ ବୃଦ୍ଧି ପାଇଛି। ଗତକାଲି ମୃତ୍ୟୁସଂଖ୍ୟା ୪୩ ଥିବା ବେଳେ ଆଜି ମାଟି ଗଦା ତଳୁ ଆଉ ୫ଟି ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ ଓ ରାଜ୍ୟସ୍ତରୀୟ ଉଦ୍ଧାରକାରୀ ଟିମ୍ ଲାଗିଛନ୍ତି। ଅନେକ ଲୋକଙ୍କର ପତ୍ତା ମିଳୁ ନଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।
ଶୁକ୍ରବାର ପର୍ଯ୍ୟଟନ ସହ ମୁନ୍ନାରର ରାଜାମାଲାରେ ଭୂସ୍ଖଳନ ହୋଇଥିଲା। ଉଦ୍ଧାରକାରୀ ଟିମ୍ ସହ ସନ୍ଧାନୀ କୁକୁରଙ୍କ ସହାୟତାରେ ମାଟିଗଦା ତଳେ ଚାପି ହୋଇଥିବା ରହିଥିବା ଲୋକଙ୍କୁ ଠାବ କରାଯାଉଛି। ପ୍ରବଳ ବର୍ଷା ପରେ ପେଟିମାଲା ପାହାଡ଼ର କିଛି ଅଂଶ ଏଠାରେ ରହୁଥିବା ଚା ବଗିଚା କର୍ମଚାରୀଙ୍କ ଘରଗୁଡ଼ିକୁ ଧ୍ୱଂସ କରିଦେଇଥିଲା।
#KeralaRains2020 UPDATE
10/08/2020
➡️#Landslide,Munnar
➡️@NDRFHQ @ work on site w/State/local agencies
➡️Battling odds of rain/slush/terrain etc
➡️OPS RESUMED SINCE MORNING TODAY @ndmaindia @HMOIndia @BhallaAjay26 @PIBHomeAffairs @ANI @PIBTvpm pic.twitter.com/KoIk7AhpCS— ѕαtчα prαdhαnसत्य नारायण प्रधान ସତ୍ଯପ୍ରଧାନ-DG NDRF (@satyaprad1) August 10, 2020
ଦିନୁକ ଦିନ କେରଳ ସ୍ଥିତି ବିଗୁଡ଼ୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ଥିତି ସମୀକ୍ଷା କରିଛନ୍ତି। ଆଜି ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବନ୍ୟା କ୍ଷତିଗ୍ରସ୍ତ ୬ ରାଜ୍ୟ- ଆସାମ, କେରଳ, କର୍ଣ୍ଣାଟକା, ଉତ୍ତର ପ୍ରଦେଶ, ବିହାର ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।
ଆଲୋଚନା ବେଳେ ମୋଦି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି କେମିତି ଆଗୁଆ ବନ୍ୟା ପାଇଁ ପ୍ରସ୍ତୁତ ହୋଇପାରିବା, ତା’ ଉପରେ ଫୋକସ କରିଛନ୍ତି। ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ବନ୍ୟା ସ୍ଥିତି ସମ୍ପର୍କରେ ବି ମୋଦିଙ୍କୁ ଅପଡେଟ ଦେଇଛନ୍ତି। ମୋଦି ସମସ୍ତଙ୍କୁ ସହଯୋଗ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।