ପୁଣି ଭାରତର ଜିଡିପି ହ୍ରାସ ପାଇବ ବୋଲି କହିଲା ଆଇଏମଏଫ୍‌, ବିଶ୍ୱ ବି ପ୍ରଭାବିତ ହେବ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମୁଦ୍ରା ଫଣ୍ଡ(ଆଇଏମଏଫ୍‌) ଭାରତର ଅଭିବୃଦ୍ଧି ପୁଣି ହ୍ରାସ ପାଇବ ବୋଲି ଆକଳନ କରିଛି। ୨୦୧୯-୨୦ରେ ଭାରତର ଜିଡିପି ଅଭିବୃଦ୍ଧି ହାର ମାତ୍ର ୪.୮% ରହିବାର ଆଶଙ୍କା ରହିଛି। ଭାରତ ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ କୁପ୍ରଭାବ ପକାବାର ଆଶଙ୍କା ରହିଛି ବୋଲି ଆଇଏମଏଫ କହିଛି। ଅନ୍ୟପକ୍ଷରେ ଆଇଏମଏଫ୍‌ ଆଶା କରିଛି ଯେ ଆମେରିକା ଓ ଚାଇନା ମଧ୍ୟରେ ଖୁବ୍‌ଶୀଘ୍ର ଲାଗି ରହିଥିବା ଟ୍ରେଡ ୱାରର ସମାପ୍ତ ଘଟିବ। […]

u

u

Hemant Lenka
  • Published: Monday, 20 January 2020
  • Updated: 20 January 2020, 08:44 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମୁଦ୍ରା ଫଣ୍ଡ(ଆଇଏମଏଫ୍‌) ଭାରତର ଅଭିବୃଦ୍ଧି ପୁଣି ହ୍ରାସ ପାଇବ ବୋଲି ଆକଳନ କରିଛି। ୨୦୧୯-୨୦ରେ ଭାରତର ଜିଡିପି ଅଭିବୃଦ୍ଧି ହାର ମାତ୍ର ୪.୮% ରହିବାର ଆଶଙ୍କା ରହିଛି। ଭାରତ ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ କୁପ୍ରଭାବ ପକାବାର ଆଶଙ୍କା ରହିଛି ବୋଲି ଆଇଏମଏଫ କହିଛି।

ଅନ୍ୟପକ୍ଷରେ ଆଇଏମଏଫ୍‌ ଆଶା କରିଛି ଯେ ଆମେରିକା ଓ ଚାଇନା ମଧ୍ୟରେ ଖୁବ୍‌ଶୀଘ୍ର ଲାଗି ରହିଥିବା ଟ୍ରେଡ ୱାରର ସମାପ୍ତ ଘଟିବ। ସେହିପରି ଦୁଇ ଦେଶ ପରସ୍ପର ମଧ୍ୟରେ ବ୍ୟବସାୟିକ ଚୁକ୍ତି କରିବେ। ଏଭଳି ଚୁକ୍ତି ପରେ ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରରେ ଅଭିବୃଦ୍ଧି ହେବାର ସମ୍ଭାବନା ରହିଛି।

ଆଇଏମଏଫ୍‌ ଆହୁରି କହିଛି ଯେ ୨୦୨୦ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୫.୮ ଓ ୨୦୨୧ରେ ଅଭିବୃଦ୍ଧି ହାର ୬.୫% ରହିବାର ଆଶା କରାଯାଉଛି। ଆଇଏମଏଫ ବର୍ଷ ୨୦୧୯ରେ ବିଶ୍ୱର ଅର୍ଥନୀତି ୨.୯% ଓ ୨୦୨୦ରେ ୩.୩% ବୃଦ୍ଧି ପାଇବାର ପୂର୍ବାନୁମାନ କରିଛି।

ସେହିପରି ୨୦୨୧ରେ ବିଶ୍ୱ ଅର୍ଥନୀତି ପ୍ରାୟ ୩.୪% ବୃଦ୍ଧି ପାଇବ। ଆଇଏମଏଫ ଡାଭୋସରେ ଚାଲିଥିବା ବିଶ୍ୱ ଆର୍ଥିକ ମଞ୍ଚ(ଡବ୍ଲ୍ୟୁଇଏଫ୍‌)ବୈଠକରେ ଏଭଳି ଆକଳନ ସଂକ୍ରାନ୍ତ ରିପୋର୍ଟ ଜାରି କରିଛି। ଏହାପୂର୍ବରୁ ଆଇଏମଏଫ୍‌ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬.୧% ରହିବ ବୋଲି ଆକଳନ କରିଥିଲା।

ଆଇଏମଏଫ୍‌ର ୱାର୍ଲ୍ଡ ଇକୋନୋମିକ ଆଉଟଲୁକ ରିପୋର୍ଟରେ କୁହାଯାଇଛି ଯେ ଭାରତର ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ ସେକ୍ଟରରେ ସମସ୍ୟା ସୃଷ୍ଟି ହେବାରୁ ଲୋକଙ୍କ ଚାହିଦା ଦେଶ ମଧ୍ୟରେ ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହି କାରଣୁ ଦେଶର ଅଭିବୃଦ୍ଧି ମଧ୍ୟ ତଳକୁ ଖସିବାରେ ଲାଗିଛି।

ଅନ୍ୟପକ୍ଷରେ ଏଭଳି ଜାରି ରହିଲେ ଭାରତର ସରକାର ଲକ୍ଷ୍ୟ ରଖିଥିବା ୫ ଟ୍ରିଲିୟନ ଅର୍ଥନୀତି ସ୍ୱପ୍ନ କେବେ ହେଲେ ପୂରଣ ହୋଇପାରିବ ନାହିଁ । ଅର୍ଥନୀତିକ ବିଶେଷଜ୍ଞଙ୍କ ମତରେ ଭାରତର ଜିଡିପି ୧୦.୫% ରହିବା ଦରକାର। ଜିଡିପି ନିୟମିତ ୧୦.୫% ରହିଲେ ଯାଇ ୫ ଟ୍ରିଲିୟନ ଅର୍ଥନୀତି ସ୍ୱପ୍ନ ସାକାର ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos