ସିଏବିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲା ପାକିସ୍ତାନ

ଇସଲାମାବାଦ: ଲୋକସଭାରେ ପାରିତ ହୋଇଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ନେଇ ଆପତ୍ତି ଉଠାଇଛି ପାକିସ୍ତାନ। ଭାରତ ସରକାର ଅଣ ମୁସଲିମ ଶରଣାର୍ଥୀଙ୍କୁ ନିଜ ଦେଶର ନାଗରିକତା ପ୍ରଦାନ କରିବା ପାଇଁ ଯେଉଁ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ଭାରତର ଲୋକସଭାରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ଆମେ ତୀବ୍ର ନିନ୍ଦା କରୁଛୁ। ଏଭଳି ବିଲ୍‌ […]

vd

vd

Hemant Lenka
  • Published: Tuesday, 10 December 2019
  • Updated: 10 December 2019, 03:21 PM IST

Sports

Latest News

ଇସଲାମାବାଦ: ଲୋକସଭାରେ ପାରିତ ହୋଇଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ନେଇ ଆପତ୍ତି ଉଠାଇଛି ପାକିସ୍ତାନ। ଭାରତ ସରକାର ଅଣ ମୁସଲିମ ଶରଣାର୍ଥୀଙ୍କୁ ନିଜ ଦେଶର ନାଗରିକତା ପ୍ରଦାନ କରିବା ପାଇଁ ଯେଉଁ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ଭାରତର ଲୋକସଭାରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ଆମେ ତୀବ୍ର ନିନ୍ଦା କରୁଛୁ। ଏଭଳି ବିଲ୍‌ ଅନ୍ତର୍ଜାତୀୟ ମାନବାଧିକାର ଆଇନକୁ ଉଲ୍ଲଙ୍ଘନ କରୁଛି। ଖାଲି ସେତିକି ନୁହେଁ, ପାକିସ୍ତାନ ସହ ଥିବା ଭାରତ କରିଥିବା ଦ୍ୱିପାକ୍ଷିକ ବୁଝାମଣାକୁ ମଧ୍ୟ ଏହା ଉଲ୍ଲଙ୍ଘନ କରୁଛି। ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ଆରଏସଏସ କରୁଥିବା ଉଦ୍ୟମର ଏହା ଏକ ପ୍ରତିଫଳନ। ଆମେ ଏହାକୁ ଦୃଢ଼ ନିନ୍ଦା କରୁଛୁ।”

ସିଏବିରେ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନଙ୍କୁ ଭାରତର ନାଗରିକତା ଦେବାର ବ୍ୟବସ୍ଥା କରାଯାଇଛି। ହେଲେ ମୁସଲିମ ଶରଣାର୍ଥୀଙ୍କ ପାଇଁ ଏଥିରେ କୌଣସି ବ୍ୟବସ୍ଥା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos