ସାଉଦି ବିମାନରେ ଆମେରିକା ଗଲେ ଇମ୍ରାନ୍‌

ଇସ୍‌ଲାମାବାଦ୍‌: ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ସ୍ୱତନ୍ତ୍ର ବିମାନ ଯୋଗେ ଆମେରିକା ପହଞ୍ଚିଥିବା ସୂଚନା ମିଳିଛି। ସେ ସେଠଶରେ ଜାତିସଂଘର ସାଧାରଣ ଅଧିବେଶନରେ ଯୋଗଦେବାର ଅଛି। ମିଳିଥିବା ସୂଚନା ଅନୁଯାୟୀ, ସେ ସାଉଦିରୁ କମର୍ସିଆଲ ବିମାନ ଭଡ଼ା କରି ନେବାର ଥିଲା। କିନ୍ତୁ ଦୁନିଆ ନ୍ୟୁଜ୍‌ ନାମକ ଏକ ଖବର ସରବରାହ ସଂସ୍ଥା ସୂତ୍ରରୁ ଜଣାପଡ଼ିଛି ସାଉଦି କ୍ରାଉନ୍‌ ପ୍ରିନ୍ସ କହିଥିଲେ, ତୁମେ ଆମର ସ୍ୱତନ୍ତ୍ର ଅତିଥି […]

imran

imran

Subrat Kumar Nayak
  • Published: Sunday, 22 September 2019
  • Updated: 22 September 2019, 03:46 PM IST

Sports

Latest News

ଇସ୍‌ଲାମାବାଦ୍‌: ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ସ୍ୱତନ୍ତ୍ର ବିମାନ ଯୋଗେ ଆମେରିକା ପହଞ୍ଚିଥିବା ସୂଚନା ମିଳିଛି। ସେ ସେଠଶରେ ଜାତିସଂଘର ସାଧାରଣ ଅଧିବେଶନରେ ଯୋଗଦେବାର ଅଛି।

ମିଳିଥିବା ସୂଚନା ଅନୁଯାୟୀ, ସେ ସାଉଦିରୁ କମର୍ସିଆଲ ବିମାନ ଭଡ଼ା କରି ନେବାର ଥିଲା। କିନ୍ତୁ ଦୁନିଆ ନ୍ୟୁଜ୍‌ ନାମକ ଏକ ଖବର ସରବରାହ ସଂସ୍ଥା ସୂତ୍ରରୁ ଜଣାପଡ଼ିଛି ସାଉଦି କ୍ରାଉନ୍‌ ପ୍ରିନ୍ସ କହିଥିଲେ, ତୁମେ ଆମର ସ୍ୱତନ୍ତ୍ର ଅତିଥି ଏବଂ ଆପଣ ମୋ ସ୍ୱତନ୍ତ୍ର ବିମାନରେ ଆମେରିକା ଯିବେ।

ଇମ୍ରାନ୍‌ ଆମେରିକା ପହଞ୍ଚିଥିବା ନେଇ ପୂର୍ବରୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ସୂଚନା ଦେଇଥିଲେ। ଆମେରିକା ପହଞ୍ଚିବା ଆଗରୁ ଇମ୍ରାନ୍‌ ୨ ଦିନ ପାଇଁ ସାଉଦି ଆରବ ଗସ୍ତରେ ଥିଲେ। ଏହି ଅବସରରେ ସେ କଶ୍ମୀର ପ୍ରସଙ୍ଗରେ ସାଉଦିକୁ ପ୍ରଭାବିତ କରିବାର ପ୍ରୟାସ କରିଥିବା କୁହାଯାଉଛି।

ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପାକିସ୍ତାନୀ ବିମାନ ନନେଇ କାହିଁକି ସାଉଦି ବିମାନରେ ଗଲେ ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପାକିସ୍ତାନର ଆର୍ଥିକ ସ୍ଥିତିର ଏକ ଝଲକ୍‌ ବୋଲି ମଧ୍ୟ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos