କଶ୍ମୀର ପ୍ରସଙ୍ଗରେ ପରମାଣୁ ଯୁଦ୍ଧର ଧମକ ଦେଲେ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଏକ ଘରିକିଆ ହୋଇଯାଇଥିବା ପାକିସ୍ତାନ ଏବେ ଭାରତ ସମେତ ସମଗ୍ର ବିଶ୍ୱକୁ ଧମକ ଦେବା ଆରମ୍ଭ କରିଛି। ପାକିସ୍ତାନର ଶେଷ ଭରସା ଆମେରିକା ରହିଥିଲେ ହେଁ ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛନ୍ତି। କଶ୍ମୀରକୁ ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ କହିବାରୁ ଇସ୍‌ଲାମାବାଦ୍‌ ବିଚଳିତ ହୋଇପଡ଼ିଛି। ପାକିସ୍ତାନର ୱାଜିର-ଏ-ଆଜମ ଇମ୍ରାନ୍‌ ଖାନ୍‌ ଏବେ କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ସମଗ୍ର […]

rt

rt

Hemant Lenka
  • Published: Monday, 26 August 2019
  • Updated: 26 August 2019, 07:05 PM IST

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଏକ ଘରିକିଆ ହୋଇଯାଇଥିବା ପାକିସ୍ତାନ ଏବେ ଭାରତ ସମେତ ସମଗ୍ର ବିଶ୍ୱକୁ ଧମକ ଦେବା ଆରମ୍ଭ କରିଛି। ପାକିସ୍ତାନର ଶେଷ ଭରସା ଆମେରିକା ରହିଥିଲେ ହେଁ ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛନ୍ତି।

କଶ୍ମୀରକୁ ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ କହିବାରୁ ଇସ୍‌ଲାମାବାଦ୍‌ ବିଚଳିତ ହୋଇପଡ଼ିଛି। ପାକିସ୍ତାନର ୱାଜିର-ଏ-ଆଜମ ଇମ୍ରାନ୍‌ ଖାନ୍‌ ଏବେ କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ସମଗ୍ର ବିଶ୍ୱକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି।

ଆଜି ଦେଶବାସୀଙ୍କୁ କଶ୍ମୀର ପ୍ରସଙ୍ଗରେ ଉସ୍‌କାଇବା ପାଇଁ ଇମ୍ରାନ୍‌ ଖାନ୍‌ କହିଛନ୍ତି, “ଯଦି କଶ୍ମୀରକୁ ନେଇ ବିବାଦ ବଢ଼ିବ ଏବଂ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ, ତା’ହେଲେ ଏହାର ପରିଣାମ ଭୟଙ୍କର ରୂପ ଧାରଣ କରିବାର ଆଶଙ୍କା ରହିଛି। କାରଣ ଉଭୟ ଭାରତ ଓ ପାକିସ୍ତାନ ପରମାଣୁ ଶକ୍ତିର ଅଧିକାରୀ। ପରମାଣୁ ଯୁଦ୍ଧରେ କେହି ବି ବିଜୟୀ ହୁଅନ୍ତି ନାହିଁ। କିନ୍ତୁ ଏହାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିବ।

ଏବେ ବିଶ୍ୱର ସୁପର ପାୱରମାନଙ୍କ ଦାୟିତ୍ୱ ବଢ଼ିଛି। ଯଦି ସେମାନେ ଆମକୁ କଶ୍ମୀର ପ୍ରସଙ୍ଗରେ ସହଯୋଗ କରିବେ, ତା’ହେଲେ ଠିକ୍‌ ଅଛି। ନଚେତ କଶ୍ମୀର ପାଇଁ ପାକିସ୍ତାନ ସବୁ ସ୍ତରକୁ ଯିବାକୁ ପ୍ରସ୍ତୁତ ରହିଛି।”

ସେ ଆହୁରି କହିଛନ୍ତି, “ସେପ୍ଟେମ୍ବର ୨୭ରେ ଜାତିସଂଘରେ ମୁଁ ଉଦବୋଧନ ଦେବି। ଏହି ସମୟରେ ବିଶ୍ୱବାସୀଙ୍କୁ କଶ୍ମୀର କଥା କହିବି। ଆମେ ସଫଳତାର ସହ କଶ୍ମୀରକୁ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ପରିଣତ କରିପାରିଛୁ। ଆମେ ବିଶ୍ୱର ସବୁ ରାଷ୍ଟ୍ର ନେତା ଓ ରାଷ୍ଟ୍ରଦୂତଙ୍କ ସହ କଥା ହୋଇଛୁ। ପାକିସ୍ତାନ ପାଇଁ ୧୯୬୫ ପରେ ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହାକୁ ଗୁରୁତ୍ୱର ସହ ନେଇଛି।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଭୁଲ କରିଛନ୍ତି। କଶ୍ମୀରରୁ ସେମାନେ ଧାରା ୩୭୦ ଉଚ୍ଛେଦ କରି ନିଜର ଶେଷ କାର୍ଡ ଖେଳି ସାରିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବାରୁ କଶ୍ମୀରବାସୀ ସେମାନଙ୍କ ସ୍ୱାଧୀନତା ସଂଗ୍ରାମ ଦାବିକୁ ଆହୁରି ଶାଣିତ କରିବାକୁ ସୁଯୋଗ ପାଇଛନ୍ତି। ପୁଲୱାମା ହମ୍‌ଲା ପରେ ଭାରତ ସରକାର ଆମ ମୁଣ୍ଡରେ ଦୋଷ ଲଦିଥିଲେ।

ଏହାପରେ ଆମେ ପ୍ରମାଣ ମାଗିଥିଲୁ। ଭାରତରେ ନିର୍ବାଚନ ଆସିଲା। ଆମେ ନୂଆ ସରକାର ଆସିବାକୁ ଅପେକ୍ଷା କରିଥିଲୁ। ହେଲେ ସେମାନେ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଦେଲେ। ଆମେ ପଡ଼ୋଶୀ ମାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛୁ।

ହେଲେ ମୋଦି ସରକାର କଶ୍ମୀର ପ୍ରସଙ୍ଗରେ କେବେ ହେଲେ ଆଲୋଚନା କରିବାକୁ ଚାହୁଁନାହିଁ। ଆମେ କିନ୍ତୁ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା କଶ୍ମୀର ସମସ୍ୟାର ସମାଧାନ କରିବାକୁ ଚାହୁଁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story