ବିଶ୍ୱକୁ ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: କଶ୍ମୀରକୁ ନେଇ ଅନ୍ତର୍ଜାତୀୟ ରାଷ୍ଟ୍ରସମୂହଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଦିନ ନୂଆ ନୂଆ ସୁଆଙ୍ଗର ସାହାରା ନେଉଛି ପାକିସ୍ତାନ। ପୂର୍ବରୁ ମଧ୍ୟ ଭାରତ ଉପରେ ଆଣବିକ ଆକ୍ରମଣର ଧମକ ଦେଇ ସାରିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ ଆଜି କହିଛନ୍ତି, ଯଦି କଶ୍ମୀର ସମସ୍ୟା ପ୍ରତି ଦୃଷ୍ଟି ନ ଦିଆଯାଏ ଏହା ଆଣବିକ ଯୁଦ୍ଧର ରୂପ ନେବ। ଏହାର ପରିଣାମ ସାରା ବିଶ୍ୱ ପାଇଁ ଭୟଙ୍କର ହେବ ବୋଲି ଇମ୍ରାନ୍‌ କହିଛନ୍ତି। ନ୍ୟୁୟର୍କ ଟାଇମ୍ସରେ […]

imran khan(3)

imran khan(3)

Subrat Kumar Nayak
  • Published: Saturday, 31 August 2019
  • Updated: 31 August 2019, 03:53 PM IST

ନୂଆଦିଲ୍ଲୀ: କଶ୍ମୀରକୁ ନେଇ ଅନ୍ତର୍ଜାତୀୟ ରାଷ୍ଟ୍ରସମୂହଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଦିନ ନୂଆ ନୂଆ ସୁଆଙ୍ଗର ସାହାରା ନେଉଛି ପାକିସ୍ତାନ। ପୂର୍ବରୁ ମଧ୍ୟ ଭାରତ ଉପରେ ଆଣବିକ ଆକ୍ରମଣର ଧମକ ଦେଇ ସାରିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ ଆଜି କହିଛନ୍ତି, ଯଦି କଶ୍ମୀର ସମସ୍ୟା ପ୍ରତି ଦୃଷ୍ଟି ନ ଦିଆଯାଏ ଏହା ଆଣବିକ ଯୁଦ୍ଧର ରୂପ ନେବ। ଏହାର ପରିଣାମ ସାରା ବିଶ୍ୱ ପାଇଁ ଭୟଙ୍କର ହେବ ବୋଲି ଇମ୍ରାନ୍‌ କହିଛନ୍ତି।

ନ୍ୟୁୟର୍କ ଟାଇମ୍ସରେ ଇମ୍ରାନ୍‌ ଖାନ୍‌ ଲେଖିଛନ୍ତି, ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ଯଦି କଶ୍ମୀର ଏବଂ ଏହାର ଲୋକଙ୍କ ଉପରେ ଭାରତର ଅତ୍ୟାଚାର ବନ୍ଦ କରିବା ପାଇଁ କିଛି ପଦକ୍ଷେପ ନ ନିଅନ୍ତି, ତାହାଲେ ୨ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମୁହାଁମୁହିଁ ହେବା ନିଶ୍ଚିତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମନ୍ତବ୍ୟକୁ ଉଦ୍ଧୃତି କରି ସେ କହିଛନ୍ତି, “ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ପୂର୍ବରୁ ଏନେଇ ଇଶାରା ଦେଇ ସାରିଛନ୍ତି। ସେ କହିଥିଲେ, ଭାରତ ପରିସ୍ଥିତିକୁ ଦେଖି ଏହାର ‘ନୋ ଫାର୍ଷ୍ଟ ୟୁଜ୍‌’ ଆଣବିକ ନୀତି ବଦଳାଇବ।” ଇମ୍ରାନ୍‌ କିନ୍ତୁ ନିଜ ରାଷ୍ଟ୍ର ସକ୍ରିୟ ‘ଫାର୍ଷ୍ଟ ୟୁଜ୍‌’ ନୀତି ଆପଣାଇଥିବା କଥା ଏଥିରେ ଲୁଚାଇଛନ୍ତି।

ଇମ୍ରାନ୍‌ ଆଲୋଚନା କଥା ଉଠାଇବା ସହ କଶ୍ମୀର ଏବଂ ବାଣିଜ୍ୟ ଆଦି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ବୋଲି କହିଛନ୍ତି। ସେ କହିଛନ୍ତି ବିଭିନ୍ନ ଉପାୟରେ ଏବଂ ବାରମ୍ବାର ପାକିସ୍ତାନ ପକ୍ଷରୁ ଆଲୋଚନା ପାଇଁ ପ୍ରୟାସ କରାଯାଇଛି। ତେବେ ୟା ଭିତରେ କଶ୍ମୀର ସ୍ଥିତି ଏବଂ ଭାରତୀୟ ରାଜନୀତିରେ ଅନେକ ପରିବର୍ତ୍ତନ ଆସିଥିଲେ ମଧ୍ୟ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପ୍ରତିଶ୍ରୁତି କଥା ମନେ ପକାଇଛନ୍ତି।

ସେ ବିକଳ୍ପ ସବୁ ବାବଦରେ କିନ୍ତୁ କିଛି କହିନଥିଲେ। ଏପରକି ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କଶ୍ମୀର କିଛି ଅଂଶ ବାବଦରେ ମଧ୍ୟ ମୁହଁ ଖୋଲି ନାହାନ୍ତି। ସେ ଭାରତ ସହିତ ଆଲୋଚନା ପାଇଁ ସର୍ତ୍ତ ରଖିଛନ୍ତି, ଆଲୋଚନା ସେତେବେଳେ ହେବ ଯେତେବେଳେ ଭାରତ କଶ୍ମୀରରେ ଆଣିଥିବା ପରିବର୍ତ୍ତନ ପୂର୍ବବତ୍‌ କରିବ ଏବଂ ସେଠାରୁ କଟକଣା ହଟାଇବା ସହ ଯବାନ ପ୍ରତ୍ୟାହର କରିବ। କିନ୍ତୁ ଭାରତ ଆଲୋଚନା ପାଇଁ କେବଳ ପିଓକେ ପ୍ରସଙ୍ଗ ହେବ ବୋଲି କହିସାରିଛି। ପୂର୍ବରୁ ଭାରତ ଆହୁରି ମଧ୍ୟ କହିଛି ପାକିସ୍ତାନ ଆତଙ୍କବାଦ ବନ୍ଦ କରୁ ତା’ପରେ ଯାଇ ଆଲୋଚନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story