ଇମ୍ରାନ୍‌ଙ୍କ ଅଫିସରୁ କଟା ଯିବ ବିଜୁଳି!

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସଚିବାଳୟର ବିଜୁଳି ବିଲ୍‌ ବାବଦ ଅର୍ଥ ପୈଠ କରିପାରି ନାହାନ୍ତି। ଏକାଧିକ ଥର ଟଙ୍କା ଦେବାକୁ କହି ନିରାଶ ହୋଇଥିବା ଥିବା ବିଦ୍ୟୁତ ବିତରଣ କମ୍ପାନୀ ଏବେ ଇମ୍ରାନ୍‌ ଖାନ୍‌ଙ୍କ ସଚିବାଳୟରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ଇସ୍‌ଲାମାବାଦ ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନୀ (ଆଇଇଏସସିଓ) […]

ed

ed

Hemant Lenka
  • Published: Thursday, 29 August 2019
  • Updated: 29 August 2019, 05:02 PM IST

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସଚିବାଳୟର ବିଜୁଳି ବିଲ୍‌ ବାବଦ ଅର୍ଥ ପୈଠ କରିପାରି ନାହାନ୍ତି।

ଏକାଧିକ ଥର ଟଙ୍କା ଦେବାକୁ କହି ନିରାଶ ହୋଇଥିବା ଥିବା ବିଦ୍ୟୁତ ବିତରଣ କମ୍ପାନୀ ଏବେ ଇମ୍ରାନ୍‌ ଖାନ୍‌ଙ୍କ ସଚିବାଳୟରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି।

ଇସ୍‌ଲାମାବାଦ ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନୀ (ଆଇଇଏସସିଓ) ଏ ସଂକ୍ରାନ୍ତରେ ଏକ ନୋଟିସ୍‌ ଅଗଷ୍ଟ ୨୮ରେ ସରକାରଙ୍କ ପଠାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସଚିବାଳୟ ଉପରେ ୪୧ ଲକ୍ଷରୁ ଅଧିକ ଟଙ୍କାର ବିଜୁଳି ବିଲ୍‌ ବାକି ରହିଛି। ଏହି ଅର୍ଥ ପାଇଁ ଆଇଇଏସସିଓ ବାରମ୍ବାର ସଚିବାଳୟ କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରିଥିଲେ ହେଁ ସେମାନେ କୌଣସି ପ୍ରକାରର ଅର୍ଥ ପୈଠ କରିନାହାନ୍ତି।

ଏବେ ଅଗଷ୍ଟ ୨୮ ନୋଟିସ୍‌ ପରେ ମଧ୍ୟ ଯଦି ପାକିସ୍ତାନ ସରକାର ବିଜୁଳି ବିଲ୍‌ ପୈଠ ନ କରନ୍ତି, ତା’ହେଲେ ଆଇଇଏସସିଓ ବାଧ୍ୟ ହୋଇ ସଚିବାଳୟରୁ ବିଜୁଳି କାଟିଦେବ ବୋଲି ଧମକ ଦେଇଛି।

ଅନ୍ୟପକ୍ଷରେ ପାକିସ୍ତାନର ବାର୍ଷିକ ବୀତ୍ତିୟ ନିଅଣ୍ଟ ଏବେ ୮.୯%ରେ ପହଞ୍ଚି ଯାଇଛି। ତେଣୁ ଆଗକୁ ପାକିସ୍ତାନର ଆର୍ଥିକ ସଙ୍କଟର ସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos