ଚାଇନା ଉପରେ ଟ୍ରମ୍ପଙ୍କ ଶେଷ ପ୍ରହାର: ସାଓମୀ ସହ ଏକାଧିକ କମ୍ପାନୀ ହେଲେ କଳା ତାଲିକା ଭୁକ୍ତ

ୱାଶିଂଟନ: ରାଷ୍ଟ୍ରପତି ପଦ ଛାଡ଼ିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ପୁଣିଥରେ ପ୍ରହାର କରିଛନ୍ତି। ନିର୍ବାଚନରେ ହାରିବା ପରେ ବି ଟ୍ରମ୍ପ କ୍ଷମତା ଛାଡ଼ିବାକୁ ନାରାଜ ଥିବାରୁ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି। ତଥାପି ତାଙ୍କ ପ୍ରଶାସନ ଚାଇନାର ସବୁଠାରୁ ବଡ଼ ଫାର୍ମ ଉପରେ କଟକଣା ଲଗାଇଛି। ଦକ୍ଷିଣ ଚାଇନା ସାଗରରେ ବେଆଇନ ଭାବେ ଚାଇନାର ପ୍ରବେଶ ଓ ଆମେରିକା ବିରୋଧରେ ଷଡ଼ଯନ୍ତ୍ର ଯୋଗୁ ଟ୍ରମ୍ପ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଆମେରିକାରେ […]

rf

rf

Hemant Lenka
  • Published: Friday, 15 January 2021
  • Updated: 15 January 2021, 09:05 AM IST

Sports

Latest News

ୱାଶିଂଟନ: ରାଷ୍ଟ୍ରପତି ପଦ ଛାଡ଼ିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ପୁଣିଥରେ ପ୍ରହାର କରିଛନ୍ତି। ନିର୍ବାଚନରେ ହାରିବା ପରେ ବି ଟ୍ରମ୍ପ କ୍ଷମତା ଛାଡ଼ିବାକୁ ନାରାଜ ଥିବାରୁ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି। ତଥାପି ତାଙ୍କ ପ୍ରଶାସନ ଚାଇନାର ସବୁଠାରୁ ବଡ଼ ଫାର୍ମ ଉପରେ କଟକଣା ଲଗାଇଛି।

ଦକ୍ଷିଣ ଚାଇନା ସାଗରରେ ବେଆଇନ ଭାବେ ଚାଇନାର ପ୍ରବେଶ ଓ ଆମେରିକା ବିରୋଧରେ ଷଡ଼ଯନ୍ତ୍ର ଯୋଗୁ ଟ୍ରମ୍ପ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଆମେରିକାରେ କାର୍ଯ୍ୟରତ ଚାଇନାର ଅଧିକାରୀ ଓ କମ୍ପାନୀ ଉପରେ କଟକଣା ଲାଗୁ କରାଯାଇଛି। ସେହିପରି ଆଉ ୯ଟି ଫାର୍ମ ଉପରେ ମଧ୍ୟ ଇନଭେଷ୍ଟମେଣ୍ଟ ବ୍ୟାନ୍‌ ଲାଗୁ କରିଛନ୍ତି ଟ୍ରମ୍ପ ପ୍ରଶାସନ। ଏହି ବ୍ୟାନ୍‌ ବା କଳା ତାଲିକା ଭୁକ୍ତ ହୋଇଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଫୋନ ନିର୍ମାଣକାରୀ କମ୍ପାନୀ ସାଓମୀ ମଧ୍ୟ ରହିଛି।

ଟ୍ରମ୍ପ ପ୍ରଶାସନର ଏଭଳି ପଦକ୍ଷେପ ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି। ସରକାରଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗର କାର୍ଯ୍ୟନିର୍ବାହୀ ଅଧିକାରୀ, ଚାଇନାର କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିର ଅଧିକାରୀ ଓ ସେନା ବାହିନୀର ସଦସ୍ୟଙ୍କ ସହ ତୈଳ କମ୍ପାନୀ ସିଏନଓଓସି ନୂଆ କଟକଣାର ସମ୍ମୁଖୀନ ହେବେ।

ଚାଇନିଜ୍‌ ସେନା ବାହିନୀ ସହ ସମ୍ପର୍କ ରଖିଥିବା ୯ଟି କମ୍ପାନୀକୁ ପେଣ୍ଟାଗନ ଚିହ୍ନଟ କରିଛି। ଏମାନଙ୍କ ମଧ୍ୟରେ ପ୍ଲେନମେକର୍ କୋମାକ୍ ଓ ଫୋନ୍ ନିର୍ମାଣକାରୀ କମ୍ପାନୀ ସାଓମୀ କର୍ପ ରହିଛି। ଏମାନଙ୍କୁ କଳା ତାଲିକା ଭୁକ୍ତ କରାଯିବା ସହ ପୁଞ୍ଜିନିବେଶ ଉପରେ ବ୍ୟାନ ଲାଗୁ କରାଯାଇଛି। ଏହାର ଅର୍ଥ କଳା ତାଲିକା ଭୁକ୍ତ ହୋଇଥିବା କମ୍ପାନୀରେ ଆମେରିକୀୟ ନିବେଶକମାନେ ପୁଞ୍ଜି ବିନିଯୋଗ କରିପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos