ଶଶିକଳାଙ୍କ ୨ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଆୟକର ବିଭାଗ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳାଙ୍କୁ ଜବରଦସ୍ତ ଝଟକା ଲାଗିଛି। ଆଜି ଆୟକର ବିଭାଗ ବେନାମୀ ପ୍ରୋହିବିଟେସନ ଆକ୍ଟ ଅନୁଯାୟୀ ଶଶିକଳାଙ୍କ ୨ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏଥିରେ ଏମିତି ଦୁଇଟି ଜମି ରହିଛି, ଯାହାର ମୂଲ୍ୟ ୩୦୦ କୋଟି ଟଙ୍କା ହେବ। ଆଜି ଜବତ ହୋଇଥିବା ସମ୍ପତ୍ତିଗୁଡ଼ିକ ସିରୁଥାଭୁର ଓ କୋଡାନାଡୁରେ ରହିଥିଲା। ଜବତ ସମସ୍ତ ସମ୍ପତ୍ତି ଜୟାଙ୍କ ସହଯୋଗୀ ଶଶିକଳା, ଇଲ୍ଲାଭାରାସି ଓ […]

sa

sa

Hemant Lenka
  • Published: Wednesday, 07 October 2020
  • Updated: 07 October 2020, 05:34 PM IST

Sports

Latest News

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳାଙ୍କୁ ଜବରଦସ୍ତ ଝଟକା ଲାଗିଛି। ଆଜି ଆୟକର ବିଭାଗ ବେନାମୀ ପ୍ରୋହିବିଟେସନ ଆକ୍ଟ ଅନୁଯାୟୀ ଶଶିକଳାଙ୍କ ୨ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏଥିରେ ଏମିତି ଦୁଇଟି ଜମି ରହିଛି, ଯାହାର ମୂଲ୍ୟ ୩୦୦ କୋଟି ଟଙ୍କା ହେବ।

ଆଜି ଜବତ ହୋଇଥିବା ସମ୍ପତ୍ତିଗୁଡ଼ିକ ସିରୁଥାଭୁର ଓ କୋଡାନାଡୁରେ ରହିଥିଲା। ଜବତ ସମସ୍ତ ସମ୍ପତ୍ତି ଜୟାଙ୍କ ସହଯୋଗୀ ଶଶିକଳା, ଇଲ୍ଲାଭାରାସି ଓ ସୁଧାକରନଙ୍କ ନାଁରେ ପଞ୍ଜିକୃତ ହୋଇଥିଲା। ଏବେ ଆୟକର ବିଭାଗର ବେନାମୀ ପ୍ରୋହିବିଟେସନ ୱିଙ୍ଗ ସବୁଠାରେ ନୋଟିସ୍‌ ମାରି ଦେଇଛି।

ଏବେ ଶଶିକଳାଙ୍କ ସହ ଇଲ୍ଲାଭାରାସି ଓ ସୁଧାକରନ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ରେ ୪ ବର୍ଷର ସଜ୍ଜା କାଟୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos