ଭାରତରେ ଅବସ୍ଥାପିତ ନିଜ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ପାକ୍‌

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର)ଭାରତରେ ଅବସ୍ଥାପିତ ନିଜ ହାଇକମିଶନର୍ ସୋହେଲ୍ ମେହମୁଦ୍‌ଙ୍କୁ ପ୍ରତ୍ୟାହାର କରିନେଇଛି ପାକିସ୍ତାନ।  ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି ଏହି ପଦକ୍ଷେପ ନେଇଛି ଇସ୍‌ଲାମାବାଦ।  ପୂର୍ବରୁ ପାକିସ୍ତାନର ଡେପୁଟି ହାଇ କମିଶନରଙ୍କ କାର ଉପରେ ଆକ୍ରମଣ  ସହ ତାଙ୍କ ଡ୍ରାଇଭରଙ୍କୁ ଦିଲ୍ଳୀରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଥିଲା । ପାକିସ୍ତାନୀ ଦୂତାବାସରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ହଇରାଣ କରାଯାଉଥିବା ପାକିସ୍ତାନ ପକ୍ଷରୁ ଅଭିଯୋଗ ହୋଇଛି । ସେପଟେ ପାକିସ୍ତାନର […]

267802-flagsindiapak-ra1

267802-flagsindiapak-ra1

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 10:35 PM IST

Sports

Latest News

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର)ଭାରତରେ ଅବସ୍ଥାପିତ ନିଜ ହାଇକମିଶନର୍ ସୋହେଲ୍ ମେହମୁଦ୍‌ଙ୍କୁ ପ୍ରତ୍ୟାହାର କରିନେଇଛି ପାକିସ୍ତାନ।  ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି ଏହି ପଦକ୍ଷେପ ନେଇଛି ଇସ୍‌ଲାମାବାଦ।  ପୂର୍ବରୁ ପାକିସ୍ତାନର ଡେପୁଟି ହାଇ କମିଶନରଙ୍କ କାର ଉପରେ ଆକ୍ରମଣ  ସହ ତାଙ୍କ ଡ୍ରାଇଭରଙ୍କୁ ଦିଲ୍ଳୀରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଥିଲା । ପାକିସ୍ତାନୀ ଦୂତାବାସରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ହଇରାଣ କରାଯାଉଥିବା ପାକିସ୍ତାନ ପକ୍ଷରୁ ଅଭିଯୋଗ ହୋଇଛି ।

ସେପଟେ ପାକିସ୍ତାନର ଅଭିଯୋଗକୁ ଖଣ୍ଡନ କରି ଓଲଟା ଅଭିଯୋଗ ଆଣିଛି ଭାରତ । ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ମୁଖ୍ୟପାତ୍ର ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଇସଲାମାବାଦରେ ଅବସ୍ଥାପିତ ଭାରତର କୂଟନୀତିଜ୍ଞମାନଙ୍କୁ ପାକିସ୍ତାନ ପକ୍ଷରୁ  ଦୀର୍ଘ ଦିନ ହେବ ହଇରାଣ କରାଯାଉଛି  ବିଶେଷ କରି ଗତବର୍ଷ ଏହି ହଇରାଣ ସୀମା ଟପିଥିଲା । ଏପରିକି  ଫେବୃୟାରୀ ୧୬ରେ ଇସଲାମବାଦରେ ଅବସ୍ଥାପିତ ଭାରତ ହାଇକମିଶନର ପାକ୍ ବୈଦେଶିକ ସଚିବଙ୍କୁ ଭେଟି ତୀବ୍ର ପ୍ରତିବାଦ ଜଣାଇଥିଲେ।  କିନ୍ତୁ ଏନେଇ ଭାରତ ଗଣମାଧ୍ୟମରେ ଜଣାଇବା ବଦଳରେ ମାମଲାର ଆପୋଷ ସମାଧାନ ପାଇଁ ଉଦ୍ୟମ ଜାରି ରଖିଛି ଏବଂ ହାଇକମିସନର ବଦଳିବା ଏକ ବିଧିବଦ୍ଧ ପ୍ରକ୍ରିୟା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos