ଏଣିକି ଆମେରିକାରୁ ଅତି ସହଜରେ ଡ୍ରୋନ ଆଣି ପାରିବ ଭାରତ, କିନ୍ତୁ...

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଥିବା ସୁସମ୍ପର୍କ ଧୀରେଧୀରେ ମଜଭୁତ ହେବାରେ ଲାଗିଛି। ୨୦୧୮ରେ COMCASA ଓ ୨୦୨୦ରେ BECA ଚୁକ୍ତି ଦୁଇ ଦେଶ ମଧ୍ୟରେ ଥିବା ନିବିଡ଼ତାକୁ ଦର୍ଶାଉଛି। ଏଥିସହ ଏହି ଦୁଇ ଚୁକ୍ତି ଦ୍ୱାରା ଭାରତ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ସୁଦୃଢ଼ ହେବାର ସମ୍ଭାବନା ରହିଛି। ଏହାବାଦ ଭାରତ ଏଣିକି ବେଶ ସହଜରେ ଆମେରିକା ଠାରୁ ଅତ୍ୟାଧୁନିକ ଡ୍ରୋନ କିଣିପାରିବ। ଏହି ଡ୍ରୋନ ଗୁଡ଼ିକ ମଧ୍ୟରେ ରେପର୍ସ ଓ ପ୍ରେଡେଟର୍ସ ରହିଛି। […]

t

t

Hemant Lenka
  • Published: Wednesday, 28 October 2020
  • Updated: 28 October 2020, 04:37 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଥିବା ସୁସମ୍ପର୍କ ଧୀରେଧୀରେ ମଜଭୁତ ହେବାରେ ଲାଗିଛି। ୨୦୧୮ରେ COMCASA ଓ ୨୦୨୦ରେ BECA ଚୁକ୍ତି ଦୁଇ ଦେଶ ମଧ୍ୟରେ ଥିବା ନିବିଡ଼ତାକୁ ଦର୍ଶାଉଛି। ଏଥିସହ ଏହି ଦୁଇ ଚୁକ୍ତି ଦ୍ୱାରା ଭାରତ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ସୁଦୃଢ଼ ହେବାର ସମ୍ଭାବନା ରହିଛି।

ଏହାବାଦ ଭାରତ ଏଣିକି ବେଶ ସହଜରେ ଆମେରିକା ଠାରୁ ଅତ୍ୟାଧୁନିକ ଡ୍ରୋନ କିଣିପାରିବ। ଏହି ଡ୍ରୋନ ଗୁଡ଼ିକ ମଧ୍ୟରେ ରେପର୍ସ ଓ ପ୍ରେଡେଟର୍ସ ରହିଛି। ଏହି ଡ୍ରୋନ ଦ୍ୱାରା ସ୍ଥଳ ଓ ଗଭୀର ସମୁଦ୍ରରେ ମଧ୍ୟ ଶତ୍ରୁ ପକ୍ଷକୁ ଟାର୍ଗେଟ କରାଯାଇ ପାରିବ।

ଭାରତୀୟ ସେନା ୩୦ଟି ହଣ୍ଟର କିଲର ବା ଏମକ୍ୟୁ୯ ରେପର୍ସ ଡ୍ରୋନ ଦୀର୍ଘ ଦିନରୁ ଆବଶ୍ୟକ କରୁଛି। ତେବେ ଏହାର ଦାମ ଚିନ୍ତାର ବିଷୟ ପାଲଟିଛି। ଏହି ଡ୍ରୋନଗୁଡ଼ିକ ପାଇଁ ପ୍ରାୟ ୩ ବିଲିୟ ଡଲାରର ପାଣ୍ଠି ଦରକାର। ପ୍ରଥମ ପର୍ଯ୍ୟାୟରେ ଭାରତ ଏହା ମଧ୍ୟରୁ ୬ଟି ଡ୍ରୋନ କିଣିବାକୁ ଲକ୍ଷ୍ୟ ରଖିଛି।

ଜଣେ ଅଧିକାରୀ କହିଛନ୍ତି, ଅତ୍ୟାଧୁନିକ ଡ୍ରୋନ ଆମେରିକା ଠାରୁ କିଣିବା ପାଇଁ ଯେଉଁ ଆଇନଗତ ସମସ୍ୟା ରହିଥିଲା, ତାହା ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଦ୍ୱାରା ଶେଷ ହୋଇଯାଇଛି। କିନ୍ତୁ ଏବେ ଡ୍ରୋନ ଗୁଡ଼ିକର ଦାମ ଉପରେ ଆଲୋଚନା କରାଯାଉଛି। ଏହି ସମସ୍ୟାର ସମାଧାନ ହୋଇଗଲେ, ଭାରତ ପକ୍ଷରୁ ଆମେରିକାରୁ ଅତ୍ୟାଧୁନିକ ଡ୍ରୋନ କିଣାଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos