ଦୀର୍ଘ ୧୫ ଘଣ୍ଟା ଧରି ଆଲୋଚନା କଲେ ଭାରତ ଓ ଚାଇନା, ଏବେ ତୁଟିବ କି ବିବାଦ

ନୂଆଦିଲ୍ଲୀ: ସୀମା ବିବାଦକୁ ତୁଟାଇବା ପାଇଁ ପୁଣିଥରେ ଭାରତ ଓ ଚାଇନା ମଧ୍ୟରେ ଉଚ୍ଚସ୍ତରୀୟ ପ୍ରତିରକ୍ଷା ବୈଠକ ବସିଥିଲା। ଦୀର୍ଘ ୧୫ ଘଣ୍ଟା ଧରି ଦୁଇ ଦେଶ ସୀମାରେ କେମିତି ଶାନ୍ତି ପ୍ରତିଷ୍ଠା ହୋଇପାରିବ, ତା’ ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ୪ର୍ଥ ଥର ପାଇଁ ଦୁଇ ଦେଶ ମଧ୍ୟରେ ହୋଇଥିବା ବୈଠକରେ ଗତକାଲି ଲ୍ୟୁଟନାଣ୍ଟ ସ୍ତରୀୟ କମାଣ୍ଡରମାନେ ଉପସ୍ଥିତ ରହିଥିଲେ।

ଭାରତୀୟ ସୀମା ଛୁଶୁଲରେ ହୋଇଥିବା ଏହି ବୈଠକ ମଙ୍ଗଳବାର ଦିନ ୧୧.୩୦ରୁ ଆରମ୍ଭ ହୋଇ ରାତି ୨ଟା ଯାଏ ଚାଲିଥିଲା।ତେବେ ବୈଠକର ଫଳାଫଳ ସମ୍ପର୍କରେ କିଛି ବି ସାର୍ବଜନୀନ କରାଯାଇ ନାହିଁ।

କିନ୍ତୁ ମଳିଥିବା ସୂଚନା ଅନୁଯାୟୀ, ଭାରତ ଏପ୍ରିଲ ମାସର ସ୍ଥିତାବସ୍ଥା ବଜୟୀ ରଖିବା ଉପରେ ଗୁରୁତ୍ୱ ଦେଇଛି। ଅର୍ଥାତ ଏଲଏସିର ଯେଉଁ ସବୁ ଅଞ୍ଚଳରେ ଚାଇନା ସେନା ବଳପୂର୍ବକ ପ୍ରବେଶ କରିଛନ୍ତି, ସେଠାରୁ ପଛକୁ ଘୁଞ୍ଚିବାକୁ ଭାରତ ଦାବି କରିଥିବା କୁହାଯାଉଛି।

ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ଲ୍ୟୁଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ନେଇଥିଲେ। ଚାଇନା ପକ୍ଷରୁ ତାଙ୍କ ସହ ମେଜର ଜେନେରାଲ ଲିଉ ଲିନଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଥିଲେ।

ପଙ୍ଗୋଙ୍ଗ ଓ ଦେପସାଙ୍ଗ ଅଞ୍ଚଳର ଏଲଏସି ନିକଟରେ ଡିସଗେଜମେଣ୍ଟ ଉପରେ ଉଭୟ ଦେଶ ଗୁରୁତ୍ୱ ଦେଇଛନ୍ତି ଓ ଏହା କେବେ ସୁଦ୍ଧା ଶେଷ ହେବ, ସେ ବିଷୟରେ ଆଲୋଚନା କରାଯାଇଛି। ଗଲୱାନ ଭ୍ୟାଲି ଫେସଅଫ ପୂର୍ବରୁ ଇଷ୍ଟର୍ଣ୍ଣ ଲଦାଖର ସବୁ ସୀମାନ୍ତ ଅଞ୍ଚଳର ସ୍ଥିତାବସ୍ଥା ଫେରାଇ ଆଣିବାକୁ ଭାରତ ଦାବି କରିଛି।

ଚାଇନା ଗୋଗ୍ରା, ହଟ ସ୍ପ୍ରିଙ୍ଗସ ଓ ଗଲୱାନ ଉପତ୍ୟକାରୁ ସଂପୂର୍ଣ୍ଣ ଭାବେ ପଛକୁ ଘୁଞ୍ଚିଥିବା ବେଳେ ପଙ୍ଗୋଙ୍ଗର ଫିଙ୍ଗର ୪ ଅଞ୍ଚଳରୁ ସାମାନ୍ୟ ପଛକୁ ହଟିଛି। ଏସବୁ ଭିତରେ ଗତକାଲି ଦୁଇ ଦେଶ ମଧ୍ୟରେ ବୈଠକ ବସିଥିଲା।

ଆହୁରି ପଢ଼ନ୍ତୁ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା, ଦୁଇ ପାଇଲଟ ମୃତ!

ଆଇପିଏଲ ପାଇଁ ଭାରତ-ଇଂଲଣ୍ଡ ସିରିଜ୍‌ ୨୦୨୧ ଯାଏ ସ୍ଥଗିତ

ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ: ଭୂସ୍ଖଳନ ଯୋଗୁ ଗଲାଣି ୧୫ ଜୀବନ

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ

ୟୁପିଏସ୍‌ସିର ଅଧ୍ୟକ୍ଷ ହେଲେ ପ୍ରଫେସର ପ୍ରଦୀପ କୁମାର ଯୋଶୀ

ଆତ୍ମନିର୍ଭର ଆପ ଚ୍ୟାଲେଞ୍ଜ: ତୃତୀୟ ସ୍ଥାନରେ ଚିଙ୍ଗାରି, କମାଲ କରୁଛି ଦେଶୀ ଟିକଟକ

ଏହି ସାତଟି କାରଣ ପାଇଁ ହୋଇଥାଏ ଡାର୍କ ସର୍କଲ୍‌

ଦୁଇ ଥର ନେଗେଟିଭ ପରେ କରୋନା ପଜିଟିଭ ହୋଇଥିବା ପୁଲିସ ଇନସପେକ୍ଟରଙ୍କ ମୃତ୍ୟୁ

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ମୁମ୍ବାଇ ପୁଲିସର ମୁଖା ଖୋଲିଦେଲା ରିୟାଙ୍କ କଲ୍ ରେକର୍ଡସ୍

ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ତିଆରି କରିବ ସେରମ ଇନଷ୍ଟିଚ୍ୟୁଟ

ବେରୁଟ ବିସ୍ଫୋରଣ: ଚେନ୍ନାଇ ପ୍ରତି ସୃଷ୍ଟି ହେଲା ବିପଦ