କଳାଧନ: ସ୍ୱିସ ଆକାଉଣ୍ଟଧାରୀଙ୍କ ଦ୍ୱିତୀୟ ତାଲିକା ପାଇଲା ଭାରତ

ନୂଆଦିଲ୍ଲୀ: କଳା ଧନ ବିରୋଧରେ ଚାଲିଥିବା ଲଢ଼େଇରେ ଭାରତ ସରକାରଙ୍କୁ ଆଉ ଏକ ବଡ଼ ସଫଳତା ମିଳିଛି। ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ କଳା ଟଙ୍କା ସୂଚନା ଚୁକ୍ତିନାମା ଅନୁଯାୟୀ, ସ୍ୱିଜରଲ୍ୟାଣ୍ଡ ସରକାର ସେଠାକାର ବ୍ୟାଙ୍କରେ ଥିବା ଭାରତୀୟଙ୍କ ଦ୍ୱିତୀୟ ତାଲିକା ସରକାରଙ୍କୁ ଦେଇଛନ୍ତି। ସ୍ୱିଜରଲ୍ୟାଣ୍ଡ ପକ୍ଷରୁ କୁହାଯାଇଛି ଯେ ଭାରତ ସମେତ ୮୬ଟି ଦେଶକୁ ୩୧ ଲକ୍ଷ ଆକାଉଣ୍ଟଧାରୀଙ୍କ ତଥ୍ୟ ଦିଆଯାଇଛି। ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ଭାରତ ସମେତ ୭୫ଟି ଦେଶ ସହ ସ୍ୱିଜରଲ୍ୟାଣ୍ଡ ସରକାର […]

b

b

Hemant Lenka
  • Published: Friday, 09 October 2020
  • Updated: 09 October 2020, 06:39 PM IST

Sports

Latest News

ନୂଆଦିଲ୍ଲୀ: କଳା ଧନ ବିରୋଧରେ ଚାଲିଥିବା ଲଢ଼େଇରେ ଭାରତ ସରକାରଙ୍କୁ ଆଉ ଏକ ବଡ଼ ସଫଳତା ମିଳିଛି। ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ କଳା ଟଙ୍କା ସୂଚନା ଚୁକ୍ତିନାମା ଅନୁଯାୟୀ, ସ୍ୱିଜରଲ୍ୟାଣ୍ଡ ସରକାର ସେଠାକାର ବ୍ୟାଙ୍କରେ ଥିବା ଭାରତୀୟଙ୍କ ଦ୍ୱିତୀୟ ତାଲିକା ସରକାରଙ୍କୁ ଦେଇଛନ୍ତି।

ସ୍ୱିଜରଲ୍ୟାଣ୍ଡ ପକ୍ଷରୁ କୁହାଯାଇଛି ଯେ ଭାରତ ସମେତ ୮୬ଟି ଦେଶକୁ ୩୧ ଲକ୍ଷ ଆକାଉଣ୍ଟଧାରୀଙ୍କ ତଥ୍ୟ ଦିଆଯାଇଛି। ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ଭାରତ ସମେତ ୭୫ଟି ଦେଶ ସହ ସ୍ୱିଜରଲ୍ୟାଣ୍ଡ ସରକାର ଅନେକ ଲୋକଙ୍କ ଆକାଉଣ୍ଟ ବିଷୟରେ ବିସ୍ତୃତ ତଥ୍ୟ ଦେଇଥିଲେ। ସ୍ୱଜରଲ୍ୟାଣ୍ଡର ଫେଡରାଲ ଟ୍ୟାକ୍ସ ଆଡମିନଷ୍ଟ୍ରେସନ ହିଁ ଅଟୋମେଟିକ ଏକ୍ସଚେଞ୍ଜ ଅଫ ଇନଫରମେସନ ଜରିଆରେ ଏହି ସୂଚନା ଆଦାନ ପ୍ରଦାନ କରୁଛି।

ଏଫଟିଏ କହିଛି ଯେ ଭାରତ ସେପ୍ଟେମ୍ବର ୨୦୧୯ରେ ଅଟୋମେଟିକ୍ ଏକ୍ସଚେଞ୍ଜ୍ ଅଫ୍ ଇନଫରମେସନ ଜରିଆରେ ସ୍ୱିଜରଲ୍ୟାଣ୍ଡ ଠାରୁ ସ୍ୱିସ ଆକାଉଣ୍ଟଧାରୀଙ୍କ ପ୍ରଥମ ତାଲିକା ଗ୍ରହଣ କରିଥିଲା। ଭାରତ ସହ ଏହି ସମୟରେ ୭୫ଟି ଦେଶକୁ ତଥ୍ୟ ଦିଆଯାଇଥିଲା। ଚଳିତ ବର୍ଷ ପ୍ରାୟ ୩୧ ଲକ୍ଷ ଆକାଉଣ୍ଟଧାରୀଙ୍କ ତଥ୍ୟ ୮୬ଟି ଦେଶକୁ ଦିଆଯାଇଛି। ତେବେ ଏଥିରେ ଆକାଉଣ୍ଟଧାରୀଙ୍କ ନାଁ କିମ୍ବା ଠିକଣା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

ତେବେ ଏହି ୩୧ ଲକ୍ଷ ଆକାଉଣ୍ଟଧାରୀଙ୍କ ମଧ୍ୟରେ ଭାରତୀୟ ନାଗରିକ ଓ ଅନୁଷ୍ଠାନଗୁଡ଼ିକର ସଂଖ୍ୟା ଅଧିକ ରହିଛି। ଗତ ଏକ ବର୍ଷ ମଧ୍ୟରେ ସ୍ୱିସ୍ କର୍ତ୍ତୃପକ୍ଷ ୧୦୦ରୁ ଅଧିକ ଭାରତୀୟ ନାଗରିକ ଓ ଅନୁଷ୍ଠାନ ବିଷୟରେ ସରକାରଙ୍କୁ ସୂଚନା ଦେଇଛନ୍ତି। ୨୦୧୮ ପୂର୍ବରୁ ବନ୍ଦ ହୋଇଯାଇଥିବା ଅଧିକାଂଶ ଆକାଉଣ୍ଟ ବିଷୟରେ ବିସ୍ତୃତ ତଥ୍ୟ ଦିଆଯାଇଛି।

ଅନ୍ୟପକ୍ଷରେ ୨୦୧୮ରୁ ହିଁ ସ୍ୱିଜରଲ୍ୟାଣ୍ଡ ସରକାର ଏଭଳି ତଥ୍ୟ ଆଦାନ ପ୍ରଦାନ କରୁଛନ୍ତି। କିନ୍ତୁ ସେତେବେଳେ ଭାରତ ଏହାର ଅଂଶବିଶେଷ ନଥିଲା। ୨୦୧୮ରେ ସ୍ୱିସ ସରକାର ୩୬ଟି ଦେଶ ସହ ଆକାଉଣ୍ଟଧାରୀଙ୍କ ତଥ୍ୟ ଆଦାନ ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos