କରୋନା ଟିକା ପାଇଁ ଭାରତ ରଖିଛି ୫୦୦ ବିଲିୟନ ଟଙ୍କା, ଗୋଟିଏ ଶଟ୍‌କୁ ୨ ଡଲାର

ନୂଆଦିଲ୍ଲୀ: କରୋନା ଟିକା ସବୁ ଭାରତୀୟଙ୍କୁ ଯୋଗାଇ ଦେବା ପାଇଁ ସରକାରୀ ସ୍ତରରେ ସବୁ ପ୍ରକାରର ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି। ଏପରି କି ଭାରତ ସରକାର କରୋନା ଟିକା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ୭ ବିଲିୟ ଡଲାର ବା ୫୦୦ ବିଲିୟନ ଟଙ୍କା ମଧ୍ୟ ଏବେଠାରୁ ଯୋଗାଡ଼ କରି ରଖିଛନ୍ତି। କରୋନା ଟିକାର ଗୋଟିଏ ଶଟ ପାଇଁ ୨ ଡଲାର ଖର୍ଚ୍ଚ ହେବ ବୋଲି ମଧ୍ୟ ଜଣାପଡ଼ିଛି। ବିଶେଷଜ୍ଞମାନେ ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିଥିବା କରୋନା […]

d

d

Hemant Lenka
  • Published: Thursday, 22 October 2020
  • Updated: 22 October 2020, 08:38 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଟିକା ସବୁ ଭାରତୀୟଙ୍କୁ ଯୋଗାଇ ଦେବା ପାଇଁ ସରକାରୀ ସ୍ତରରେ ସବୁ ପ୍ରକାରର ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି। ଏପରି କି ଭାରତ ସରକାର କରୋନା ଟିକା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ୭ ବିଲିୟ ଡଲାର ବା ୫୦୦ ବିଲିୟନ ଟଙ୍କା ମଧ୍ୟ ଏବେଠାରୁ ଯୋଗାଡ଼ କରି ରଖିଛନ୍ତି। କରୋନା ଟିକାର ଗୋଟିଏ ଶଟ ପାଇଁ ୨ ଡଲାର ଖର୍ଚ୍ଚ ହେବ ବୋଲି ମଧ୍ୟ ଜଣାପଡ଼ିଛି।

ବିଶେଷଜ୍ଞମାନେ ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିଥିବା କରୋନା ଟିକାକୁ ବ୍ୟବହାର ପାଇଁ ଅନୁମତି ଦେବା କ୍ଷଣି ଏହାର ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯିବ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶାସନ ସବୁ ଭାରତୀୟଙ୍କୁ କରୋନା ଟିକା ଦେବା ପାଇଁ ବ୍ୟବସ୍ଥା କରିଛି। ସବୁ ଭାରତୀୟଙ୍କ ଟିକା କରଣ ପାଇଁ ପ୍ରାୟ ୭ ବିଲିୟନ ଡଲାର ଖର୍ଚ୍ଚ ହେବ। ସେହିପରି ଜଣେ ଭାରତୀୟଙ୍କୁ କରୋନା ଟିକା ଦେବା ପାଇଁ ୬ରୁ ୭ ଡଲାର ଖର୍ଚ୍ଚ ହେବ। କରୋନା ଟିକା ପାଇଁ ସରକାର ଏବେଠାରୁ ହିଁ ଟଙ୍କା ମହଜୁଦ କରି ରଖିଛନ୍ତି।
ପ୍ରତି ଭାରତୀୟଙ୍କୁ ୨ଟି ଲେଖାଏ ଶଟ ଦିଆଯିବ। ପ୍ରତି ଶଟ ପିଛା ୨ ଡଲାର ଖର୍ଚ୍ଚ ହେବ। ସେହିପରି ଆଉ ୨ରୁ ୩ ଡଲାର ଷ୍ଟୋରେଜ ଓ ଟିକାର ପରିବହନ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ ଦିଗରେ ଖର୍ଚ୍ଚ କରାଯିବ। ତେଣୁ ଜଣଙ୍କୁ ଟିକା କରଣ ପାଇଁ ୬ରୁ ୭ ଡଲାର ଖର୍ଚ୍ଚ ହେବ।

କରୋନା ଟିକାର ବିତରଣ ଓ ବଣ୍ଟନ ଉପରେ କାର୍ଯ୍ୟକ୍ରମ ଉପରେ କାମ କରୁଥିବା ଗ୍ରୁପ୍‌ର ପ୍ରସ୍ତାବକ୍ରମେ ଏହି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos